-
1.ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ କରାଯାଇ ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ। ଆପତ୍ତି ଓ ପରାମର୍ଶ ଦାଖଲ କରିବାର ଶେଷ ତାରିଖ ୩ ଅକ୍ଟୋବର ୨୦୨୬ ରହିଛି ।
-
2. ୭ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ବିଜ୍ଞପ୍ତି ବିରୋଧରେ ୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆପିଲ୍ ଦାଖଲ କରାଯାଇପାରିବ ।
-
3.ଓଡ଼ିଶା ବିଦ୍ୟୁତ୍ ସେବାକୁ ନିର୍ଭରଯୋଗ୍ୟ କରିବା ପାଇଁ ଟାଟା ପାୱାର ବିତରଣ କମ୍ପାନିଗୁଡିକ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଓଇଆରସିରେ ଦରଖାସ୍ତ କରିଛନ୍ତି। ୨୦୨୬-୨୭ ପାଇଁ ୧୫୦୨ କୋଟି ଟଙ୍କା ଗତ ମଇ ୧୫ରେ ଓଇଆରସି ଅନୁମୋଦନ କରାଯାଇଛି ।
-
4.ଏସ୍ଓପି ପ୍ରସ୍ତୁତ କରିବ ଓଡ଼ିଶା ରାଜସ୍ବ ପରିଷଦ। ଅଡିଟର୍ମାନେ ନିଜ ଜିଲ୍ଲାରେ ଅଡିଟ୍ କରିପାରିବେ ନାହିଁ ଏବଂ ଗୋଟିଏ ଆର୍ଥିକ ବର୍ଷର ଅଡିଟ୍ ପାଇଁ ସର୍ବାଧିକ ୨୦ କାର୍ଯ୍ୟଦିବସ ଧାର୍ଯ୍ୟ ହେବ।
-
5.ସୋନାଲିକା ଟ୍ରାକ୍ଟର୍ସ ଅଗଷ୍ଟ ମାସରେ ରେକର୍ଡ ୧୨,୫୮୧ଟି ଟ୍ରାକ୍ଟର ବିକ୍ରି କରିଛି। ଆରମ୍ଭରୁ କମ୍ପାନି କୌଣସି ଅଗଷ୍ଟ ମାସରେ ଏତେ ସଂଖ୍ୟକ ଟ୍ରାକ୍ଟର ବିକ୍ରି କରି ନଥିଲା। ଟ୍ରାକ୍ଟର ଶିଳ୍ପର ବିକ୍ରି ବୃଦ୍ଧି ତୁଳନାରେ ଏହା ୧.୯ ଗୁଣା ଅଧିକ।
-
6.ଆସନ୍ତା ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମିଲନ ପ୍ରଧାନଙ୍କୁ ପଶ୍ଚିମବଙ୍ଗ ପୁଲିସ ଶୁକ୍ରବାର ଗିରଫ କରିଛି।
-
7.ସନ୍ତୋଷ ଦଭାଖାର୍ଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମ ‘ଗୋନ୍ଧାଲ’ ୯୯ତମ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଛି । ମହାରାଷ୍ଟ୍ରର ସଂସ୍କୃତି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବ ବୋଲି ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି ।
-
8.ବହୁଚର୍ଚ୍ଚିତ ୨୦୦୬ ନିଠାରୀ ଗଣହତ୍ୟା ମାମଲାରେ ପ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଶରେ ଖଲାସ ସୁରେନ୍ଦ୍ର କୋଲି ଶେଷରେ ଆତ୍ମହତ୍ୟା କରିଦେଇଛନ୍ତି । ଗତବର୍ଷ ଜେଲରୁ ମୁକୁଳିବା ପରଠାରୁ କୋଲି ଏହି ଚା ଦୋକାନ କରି ଚଳୁଥିଲେ।
-
9.ନିର୍ବାଚନ କମିଶନ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଏହାର ବିଦ୍ରୋହୀ ଗୋଷ୍ଠୀକୁ ନୂତନ ନାମ ଏବଂ ନିର୍ବାଚନ ଚିହ୍ନ ଶୁକ୍ରବାର ଦେଇଛନ୍ତି। ମମତାଙ୍କ ଟିଏମସିକୁ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ନାମ ଦିଆଯାଇଛି ଏବଂ ଏହାର ନିର୍ବାଚନ ଚିହ୍ନ ହେଉଛି ଫୁଟବଲ୍ ଖେଳାଳି।
-
10.ବ୍ୟବସାୟରେ ଅଧିକ ଲାଭର ଆଶା ଦେଖାଇ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗରେ ସାଇବର ପୁଲିସ ୩ ଭାଇ ଓ ଭଉଣୀଙ୍କୁ ଗିରଫ କରିଛି ।
-
11. ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟ୍ବଲ ଖେଳାଳି’ ଚିହ୍ନ ମିଳିଛି। ଅନ୍ୟପକ୍ଷରେ ଅରୂପ ରାୟ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ ‘ଲଫାପା’ ଚିହ୍ନ ଦିଆଯାଇଛି।
-
12.ନରାଜ ନିକଟରେ ୮୭୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ହବ୍ ‘ଓଡ଼ିଶା ସିଲିକନ ଭ୍ୟାଲି’ ବିକାଶ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
-
13.ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୪୧ବର୍ଷ ପୁରୁଣା ଏହି ପୂର୍ବତନ ଇଟାଲୀୟ ନୌସେନା ଜାହାଜ ‘ଆଇଟିଏସ୍ ଜୁସପ୍ ଗାରିବାଲ୍ଡି’କୁ କିଣିଛି।
-
14.ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
-
15. ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ ପୋଷଣ କରି ଢାକା କହିଛି ଯେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଏକ ଅପରିହାର୍ଯ୍ୟ ସର୍ତ୍ତ। ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଆୱାମୀ ଲିଗ୍ର ସାଧାରଣ ସମ୍ପାଦକ ଓବାଇଦୁଲ କ୍ୱାଦରଙ୍କ ସମେତ ଅନେକ ନେତାଙ୍କ ପ୍ରତ୍ୟର୍ପଣ ଦାବି କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
