-
1.ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଚେନ୍ନାଇର ଏମ୍ଜିଏମ୍ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଡାକ୍ତରୀ ଟିମ୍ ଏସ୍ସିବି ଆସିବେ। ଏଥିପାଇଁ ଏସ୍ସିବି ମେଡିକାଲ୍ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ପକ୍ଷରୁ ୫ ଜଣ ରୋଗୀଙ୍କୁ ସ୍କ୍ରିନିଂ କରାଯାଇଛି।
-
2.ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୭,୨୦,୦୦୦ ଲୋକ ନିଜ ଜୀବନ ନେଉଥିବାର ତଥ୍ୟ ରହିଛି। ଆତ୍ମହତ୍ୟା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି।
-
3.ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓରାଂଉଟାନ୍ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
-
4.ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଳ ଟ୍ରାକ୍ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ପକ୍ଷରୁ ଅନୁମୋଦନ ମିଳିଛି।
-
5.ଇରାନର ରିଭୋଲ୍ୟୁସନାରୀ ଗାର୍ଡମାନେ ହର୍ମୁଜ ପ୍ରଣାଳୀରେ ଏକ ଆମେରିକୀୟ ବୁଡ଼ାଜାହାଜକୁ କବଜା କରିଥିବା ଦାବି କରିଛନ୍ତି। ଇରାନୀ ଗଣମାଧ୍ୟମ ଘଟଣାର ଏକ ଭିଡିଓ ଜାରି କରିଛି।
-
6.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଖାଦ୍ୟପେୟ କାରଣକୁ କର୍କଟ ରୋଗର ଏକ କାରଣ ବୋଲି ଚିହ୍ନଟ କରାଯାଇଛି। ପ୍ରତିଦିନ ୫୦ ଗ୍ରାମ ପ୍ରକ୍ରିୟାକୃତ ମାଂସ ଖାଇବା ଦ୍ୱାରା କୋଲୋରେକ୍ଟଲ୍ କର୍କଟ ରୋଗର ଆଶଙ୍କା ପ୍ରାୟ ୧୮% ବୃଦ୍ଧି ପାଏ। ଏହାର ଅର୍ଥ ନୁହେଁ ଯେ ୫୦ ଗ୍ରାମ ମାଂସ ଖାଉଥିବା ପ୍ରତ୍ୟେକ ବ୍ୟକ୍ତି କର୍କଟ ରୋଗରେ ପୀଡିତ ହେବେ। କିନ୍ତୁ ମାଂସ ବ୍ୟବହାର ବୃଦ୍ଧି ସହିତ ଏହି ବିପଦ ବୃଦ୍ଧି ପାଏ।
-
7.ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି। ନିଜ ପରିଚୟ ପ୍ରମାଣ କରିବା ପାଇଁ ତାଙ୍କୁ ଶୁଣାଣିରେ ଉପସ୍ଥିତ ହେବାକୁ ନୋଟିସ ଦିଆଯାଇଛି।
-
8.ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍ ଇମେଜିଂ ଟେକ୍ନୋଲୋଜି ପାଇଁ ଆମେରିକାର ପ୍ୟାଟେଣ୍ଟ ପାଇବାରେ ପ୍ରଥମ ଭାରତୀୟ ଷ୍ଟାର୍ଟଅପ୍ ହୋଇପାରିଛି।
-
9.ଗ୍ରେଟର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। କକ୍ରୋଚ ଜନତା ପାର୍ଟି(ସିଜେପି)ର ଜୁଲାଇ ବିକ୍ଷୋଭରେ ଯୋଗ ଦେଇଥିବା ଜଣେ ଛାତ୍ରଙ୍କୁ ମାଜିଷ୍ଟ୍ରେଟ ନୋଟିସ କରିବାରୁ ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ସର୍ବୋଚ୍ଚ ଅଦାଲତ।
-
10.ତାମିଲନାଡୁର କ୍ଷମତାସୀନ ଟିଭିକେ ମେଣ୍ଟକୁ ଶେଷରେ ନୂଆ ନାଁ ମିଳିଛି। ଟିଭିକେ-କଂଗ୍ରେସ ମେଣ୍ଟ ଏବେ ସେକ୍ୟୁଲାର ସୋସିଆଲ ଜଷ୍ଟିସ ଭିକ୍ଟୋରୀ ଆଲିଆନ୍ସ ବା ଧର୍ମନିରପେକ୍ଷ ସାମାଜିକ ନ୍ୟାୟ ବିଜୟ ମେଣ୍ଟ ହୋଇଛନ୍ତି।
-
11.ଭାରତୀୟ ରାଷ୍ଟ୍ର ସମିତ ବା ବିଆରଏସ୍ର ୨୨ ଜଣ ବିଧାୟକ ନିଲମ୍ବିତ। ଏମାନଙ୍କ ମଧ୍ୟରେ ଅଛନ୍ତି ଦଳର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ। ତେଲଙ୍ଗାନାରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ବିଧାୟକମାନେ ବୁଧବାର ଗୃହରେ ପ୍ରବଳ ହଟ୍ଟୋଗଳ କରିଥିଲେ।
-
12.ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୬ଟି ନୂଆ କୋର୍ସ ଖୋଲିବାକୁ ଯୋଜନା କରାଯାଉଛି। ଆଗ୍ରହୀ ଛାତ୍ରୀମାନେ ଏଣିକି ଓଡ଼ିଶୀ ନୃତ୍ୟ ଶିକ୍ଷା ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିପାରିବେ।
-
13.ଓଡ଼ିଶା ସରକାର, ଆଇଏଚ୍ସି ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ୨,୧୦,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୮.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।
-
14.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦ୍ରୁତବିକାଶ ମାନବଜାତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ଜଣେ ଏଆଇ ଗବେଷକଙ୍କ ଚେତାବନୀ ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଆଶଙ୍କା ପ୍ରକାଶ କରି ଆନ୍ଥ୍ରୋପିକ୍ର ଗବେଷକ ଜାକବ୍ କକ୍ସନ୍ ମଙ୍ଗଳବାର କମ୍ପାନି ଛାଡ଼ିବା ସହ ଏଆଇ ଶିଳ୍ପରୁ ମଧ୍ୟ ଦୂରେଇ ଯିବା ଘୋଷଣା କରିଛନ୍ତି।
-
15.ଦେଶର ସବୁଠୁ ଧନୀ କ୍ରିକେଟ୍ ପରିଚାଳନା ସଂସ୍ଥା ‘ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’(ବିସିସିଆଇ) ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କ କ୍ରିକେଟ୍ ସଂଘ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନସ୍(ଏନ୍ଏସ୍ଜି) ଆକ୍ଟ ଅଧୀନକୁ ଆସୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
