• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ନିୟମ ୨୦୨୦ରେ ସଂଶୋଧନ କରି ତାହାକୁ ଆହୁରି କଡ଼ାକଡ଼ି କରିଛନ୍ତି। ନୂଆ ନିୟମ ୨୦୨୭ ଜାନୁଆରି ୧ରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ଇ- କମର୍ଷ କମର୍ଷ  ସଂସ୍ଥା କୌଣସି ରିହାତି ଘୋଷଣା କଲେ ଉଭୟ ନୂଆ ଓ ପୁରୁଣା ମୂଲ୍ୟ ପ୍ରଦର୍ଶିତ କରିବେ।

  2. 2.ସ୍ବତନ୍ତ୍ର ପରିଚୟ ଆଧାରକୁ କୁ ବିଦେଶରେ ପହଞ୍ଚାଇବା ଦିଗରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) କାର୍ଯ୍ୟ କରୁଛନ୍ତି। ବିଶେଷ କରି ପ୍ରବାସୀ ଭାରତୀୟ ଓ ଭାରତରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଦୃଷ୍ଟିରେ ରଖି ଏହି କାର୍ଡ ଜାରି କରାଯିବ।

  3. 3.ଭାରତରେ ରୁଷର ଆଞ୍ଚଳିକ ବିମାନ ନିର୍ମାଣ ନେଇ ଆଲୋଚନା ଆହୁରି ଆଗକୁ ବଢ଼ିଛି। ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁ କହିଛନ୍ତି ଯେ, ଭାରତ ଓ ରୁଷ ମଧ୍ୟରେ ଦେଶରେ ବିମାନ ନିର୍ମାଣକୁ ନେଇ ଆଲୋଚନା ବିସ୍ତାରିତ ହୋଇଛି

  4. 4.ଚୀନ୍‌ରେ ନୂଆ ସ୍ମାର୍ଟ ଗ୍ୟାସ୍ ଚୁଲା ଲଞ୍ଚ କରିଛି   ସାଓମି  । କମ୍ପାନି ମିଜିଆ ସ୍ମାର୍ଟ ଗ୍ୟାସ୍‌ ଷ୍ଟୋଭ୍‌ ୩ ମ୍ୟାକ୍ସ (Mijia Smart Gas Stove 3 Max) ନାମରେ ଏହି ଚୁଲାକୁ ବଜାରକୁ ଆଣିଛି। ଏଥିରେ ଏଆଇ ଆଧାରିତ ସୁରକ୍ଷା ବୈଶିଷ୍ଟ୍ୟ ରହିଛି, ଯାହା ରୋଷେଇ ସମୟରେ ଦୁର୍ଘଟଣାର ଆଶଙ୍କା କମାଇବାରେ ସହାୟକ ହୋଇପାରେ।

  5. 5. ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଜର୍ମାନ କାର ନିର୍ମାତା  କମ୍ପାନୀଭୋଲ୍କସୱାଗନ୍ (Volkswagen) ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଦଶକର ଶେଷ ସୁଦ୍ଧା କମ୍ପାନୀ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି। ବିଶ୍ୱ ଅଟୋମୋବାଇଲ ଶିଳ୍ପ ଇତିହାସରେ ଏହାକୁ ସବୁଠାରୁ ବଡ଼ ଛଟେଇ ବୋଲି କୁହାଯାଉଛି।

  6. 6. ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ (ଏପିଏସ୍‌ଇଜେଡ୍‌) ତରଫରୁ ପାରାଦୀପ  ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥ ନିର୍ମାଣ କରାଯିବ। 

  7. 7. ଆମେରିକୀୟଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭା ଓ ସିନେଟ୍‌ରେ ବହୁମତ ବଜାୟ ରଖିଲେ, ପ୍ରତ୍ୟେକ ବୟସ୍କ ଆମେରିକୀୟଙ୍କୁ ୫,୦୦୦ ଡଲାର ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି

  8. 8.ଆମେରିକାର ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଇରାନ ଚୀନ ସହିତ ଏକ ଅନନ୍ୟ ବାର୍ଟର ଭଳି ବ୍ୟବସ୍ଥା ଗ୍ରହଣ କରିଛି, ତେଲ ବିନିମୟରେ ଚୀନରୁ କୋଟି କୋଟି ଡଲାର ମୂଲ୍ୟର ସାମଗ୍ରୀ କ୍ରୟ କରିଛି। 

  9. 9.କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି। ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍‌ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

  10. 1.ମଧ୍ୟପ୍ରଦେଶର ଉଜ୍ଜୟିନୀରେ ‘ଦଣ୍ଡାୟମାନ ହନୁମାନ’ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଘଟଣା ଏବେ ଚର୍ଚ୍ଚାରେ। ସିଂହସ୍ଥ  ମହାକୁମ୍ଭ ୨୦୨୮ ପାଇଁ ରାସ୍ତା ସଂପ୍ରସାରଣ  କାମ ଚାଲିଥିବା ବେଳେ ପ୍ରାୟ ୧୭୦ ବର୍ଷ ପୁରୁଣା ଏହି ଐତିହାସିକ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଉଦ୍ୟମ କରିଥିଲା। ମନ୍ଦିରର ଅନ୍ୟାନ୍ୟ ଅଂଶ ହଟାଯାଇଥିଲେ ମଧ୍ୟ ମୂର୍ତ୍ତିକୁ ହଟାଇବାରେ ପ୍ରଶାସନ ସଫଳ ହୋଇପାରିନାହିଁ। 

  11. 11. ବିଜେପିର ଜାତୀୟ ପ୍ରବକ୍ତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆଙ୍କ  ଦ୍ୱାରା ଦାଏର ୨ କୋଟି ଟଙ୍କାର ମାନହାନି ମାମଲାରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଏହାର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଭିଜିତ୍ ଦୀପକେଙ୍କୁ ସମନ ଜାରି କରିଛନ୍ତି।

  12. 12.ରାଜ୍ୟ ସରକାରଙ୍କ  ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮  ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା। ୧୭ଟି ରାଜ୍ୟରୁ ମୋଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଥିବାବେଳେ ୪୭ ଜଣ ବାଳିକା ରହିଛନ୍ତି।

  13. 13.ରତ୍ନଭଣ୍ଡାର ଗଣତିମଣତି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

  14. 14.ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅଟଳ କୁଅଁର ଓରଫ ସୁବାସଙ୍କ ହତ୍ୟା ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁବାସଙ୍କୁ ହତ୍ୟା କରିଥିବା ପତ୍ନୀ ତଥା ଅଞ୍ଚଳର ଜଣାଶୁଣା ବିଜେପି ନେତ୍ରୀ ମମତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

  15. 15.ରାଜ୍ୟରେ ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସ୍ଥାନୀୟ ଦେଶୀ ଖାଦ୍ୟଶସ୍ୟର ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ପାଇଁ ଓଡ଼ିଶା ସରକାର ଏକ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣକାରଖାନା ପ୍ରତିଷ୍ଠା   କରିବାକୁ ଯୋଜନା କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.