-
1.ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ଶୁକ୍ରବାର ଅର୍ଥାତ ଆଜି ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୧୪୮୩ ବୃଦ୍ଧି ପାଇଛି। ଗତବର୍ଷ ଏଠାରେ ୧,୩୦,୭୯୬ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୩୨,୨୭୯ କୁ ବୃଦ୍ଧି ପାଇଛି।
-
2. ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।
-
3.ଏସ୍ସି/ଏସ୍ଟି ବିଭାଗ ଅଧୀନରେ ମୟୂରଭଞ୍ଜ ଜିଲ୍ଲାରେ ଚାଲିଥିବା ଆଶ୍ରମ ବିଦ୍ୟାଳୟ ଓ ଏସ୍ଏସ୍ଡି ହଷ୍ଟେଲଗୁଡ଼ିକର ଇନ୍-ଚାର୍ଜମାନଙ୍କଠାରୁ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ନେବା ସହିତ ଧରାପଡ଼ିଥିବା ଏସ୍ଟି/ଏସ୍ସି ବିଭାଗର ଦୁଇ ଅଡିଟର ପ୍ରଶାନ୍ତ କୁମାର ପ୍ରଧାନ ଓ ପ୍ରଜ୍ଞା ପ୍ରକାଶ ପାତ୍ରଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ।
-
4.ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଡିଜିଟାଲ ପଦକ୍ଷେପ ଅଧୀନରେ ‘ଆମ ସାଥୀ’ ହ୍ୱାଟସଆପ୍ ବଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି।
-
5.ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ୍)ର ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି।
-
6.ବ୍ରିକ୍ସ ସମ୍ମିଳନୀସ୍ଥଳ ଭାରତ ମଣ୍ଡପମ୍ ନିକଟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରିବା ଅଭିଯୋଗରେ ଶୁକ୍ରବାର ଅତି କମ୍ରେ ୫ ଜଣ ତିବ୍ବତୀୟ ନାଗରିକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି।
-
7.ଚଳିତ ଆର୍ଥିକବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଦେଶର ବାସ୍ତବ ଜିଡିପି ୭.୮% ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଆଶାଠାରୁ ଅଧିକ ବୋଲି ଆଇଏମ୍ଏଫ୍ କହିଛି।
-
8.ପୁଟିନଙ୍କୁ ଭାରତୀୟ ଆତିଥ୍ୟର ସ୍ୱତନ୍ତ୍ର ଅନୁଭୂତି ଦେବା ପାଇଁ ଆଇଟିସି ମୌର୍ଯ୍ୟ ପକ୍ଷରୁ ଏକ ବିଶେଷ ଚକୋଲେଟ୍ ଥାଳି ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଭାରତର ବିଭିନ୍ନ ଐତିହ୍ୟ ଓ ପରମ୍ପରାକୁ ଉପସ୍ଥାପନ କରାଯାଇଛି। ଚକୋଲେଟ୍ ସହ ଭାରତୀୟ ପାରମ୍ପରିକ ମିଠା ମଧ୍ୟ ଏହି ଥାଳିରେ ସ୍ଥାନ ପାଇଛି।
-
9.ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ ।
-
10.ଭାରତରେ ପହଞ୍ଚି ସାରିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ। ସେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।
-
11.ଆଇସିସି ପକ୍ଷରୁ ଅଗଷ୍ଟ ମାସର ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ପାଇଁ ତାଲିକା ପ୍ରକାଶ ପାଇଛି। ଏଥିରେ ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ୍ ସୋନଲ ଦିନୁଷା ସ୍ଥାନ ପାଇଛନ୍ତି। ଭାରତ ବିପକ୍ଷ ଘରୋଇ ୨-ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦିନୁଷା ଏହି ତାଲିକାରେ ରହିଛନ୍ତି।
-
12.ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୪ ପଇସା ହ୍ରାସ ପାଇ ୯୫.୫୨ ଟଙ୍କାରେ ବନ୍ଦ ହୋଇଛି । ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କା ଡଲାର ତୁଳନାରେ ୯୫.୧୫ ଟଙ୍କାରେ ଖୋଲିଥିଲା।
-
13.‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ‘ସି୩ଏସ୍’ର ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟରେ ମେରୁ ଅଞ୍ଚଳ ବାହାରେ ଥିବା ଅନ୍ତର୍ଜାତୀୟ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୦୭ ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚିଛି, ଯାହା ଅଗଷ୍ଟ ୨୦୨୩ରେ ସୃଷ୍ଟି ହୋଇଥିବା ପୂର୍ବ ରେକର୍ଡ ୨୦.୯୮ ଡିଗ୍ରୀ ସେଲ୍ସିୟସ୍କୁୁ ଅତିକ୍ରମ କରିଛି।
-
14.ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ ରେକର୍ଡ ହୋଇଛି।
-
15.ଚୀନର ଜଣେ ଯୁବ ଉଦ୍ୟୋଗୀ ଝାଙ୍ଗ୍ ଜିଆକ୍ବିଆ ସେନ୍ଜେନ୍ ସହରରେ ‘ସୁମା’ ନାମକ ଏକ ବ୍ରାଣ୍ଡ୍ ଅଧୀନରେ ଆରମ୍ଭ କରିଛନ୍ତି ପେସାଦାର ‘କୁଣ୍ଡାଇବା’ ସେବା। ଏଠାରେ ସ୍ପା ବା ମସାଜ୍ ପାର୍ଲର ଭଳି ଶାନ୍ତ ପରିବେଶରେ ଗ୍ରାହକଙ୍କୁ ଶୁଆଇ ଦିଆଯାଏ। ତାଲିମପ୍ରାପ୍ତ କର୍ମଚାରୀମାନେ କୃତ୍ରିମ ନଖ ଲଗାଇ ଗ୍ରାହକଙ୍କ ଶରୀରର ବିଭିନ୍ନ ଅଂଶକୁ କୁଣ୍ଡାଇଥାନ୍ତି। ଏହି ସେବା ପାଇଁ ଘଣ୍ଟାକୁ ୩୦୦ ୟୁଆନ୍ ପ୍ରାୟ ୪,୨୦୦ ଟଙ୍କା ଦେବାକୁ ପଡୁଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
