-
1.ବ୍ରିକ୍ସ ଘୋଷଣାପତ୍ରରେ ଜମ୍ମୁ-କାଶ୍ମୀରର ପହଲଗାମରେ ୨୦୨୫ ଏପ୍ରିଲ ୨୨ରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଏଥିସହିତ ସୀମାପାର ଆତଙ୍କବାଦ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ବ୍ୟବସ୍ଥା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ଜୋର ଦିଆଯାଇଛି।
-
2. ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ ପ୍ରଶିକ୍ଷଣ ଦେବେ।
-
3.ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି। ଏହି ଗୁଡି ବ୍ୟାଗ୍ରେ ଓଡ଼ିଶାର କୋରାପୁଟ କଫି ସହିତ ୯ଟି ବିଶେଷ ସାମଗ୍ରୀ ରହିଛି।
-
4. ଯୁକ୍ରେନକୁ ସେନା ପଠାଇବା ନେଇ ଚାଲିଥିବା ଆଲୋଚନା ଉପରେ ୟୁରୋପୀୟ ଦେଶଗୁଡ଼ିକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ ଭୂଖଣ୍ଡରେ କୌଣସି ବିଦେଶୀ ସେନା ମୁତୟନ ହେଲେ ତାହା ସିଧାସଳଖ ରୁଷ୍ ସହ ଯୁଦ୍ଧ ବୋଲି ବିବେଚନା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
-
5.ବିଶେଷକରି ଇରାନ, ସାଉଦି ଆରବ ଓ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ବିବାଦରେ ଭିନ୍ନ ସ୍ଥିତିରେ ଥିବା ଦେଶଗୁଡ଼ିକୁ ଗୋଟିଏ ମଞ୍ଚରେ ଏକଜୁଟ କରି ସହମତି ଆଣିବା ଭାରତ ପାଇଁ ଏକ ଜଟିଳ କୂଟନୈତିକ ଆହ୍ୱାନ ଥିଲା।
-
6.ଡ୍ରୋନ ଆକ୍ରମଣ ପରେ ସାଉଡି ଆରବ ଶୁକ୍ରବାର ନିଜର ଏକ ମୁଖ୍ୟ ତୈଳ ପାଇପଲାଇନକୁ ବନ୍ଦ କରିଦେଇଛି। ଏଥିସହିତ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ଏକ ରଣନୈତିକ ଦ୍ୱୀପ ଦଖଲ କରି ନୂଆ ସଙ୍କଟ ସୃଷ୍ଟି କରିଛନ୍ତି।
-
7.ଭାରତୀୟ ଅର୍ଥନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ବାସ୍ତବ GDP ବୃଦ୍ଧି ୭.୮ ପ୍ରତିଶତ ରହିଛି ।
-
8.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କଗୁଡ଼ିକ ଋଣ ଟଙ୍କାର ବଡ଼ ଅଂଶ ଆଦାୟ କରିନେଇଥିଲେ ମଧ୍ୟ ବିଜଯ ମାଲ୍ୟାଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଙ୍ଗ ମାମଲା ବନ୍ଦ ହେବ ନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କୁ କହିଛି ।
-
9.ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସିନେମା ହଲ୍ରେ ଆଦିବାସୀ ପରମ୍ପର ଓ ସଂସ୍କୃତିକୁ ନେଇ ଏକ ଭିନ୍ନ ଧରଣର ଚଳଚିତ୍ର ମାଳିପୁଟ ମେଲୋଡିସ୍ ରିଲିଜ୍ ହେବ।
-
10.କମ୍ପାନି ପକ୍ଷରୁ ‘କ୍ୟାସ୍ ଅନ୍ ଡେଲିଭରି’ ବିକଳ୍ପ ଆରମ୍ଭ କରାଯାଇଛି। ଯେଉଁ ଗ୍ରାହକମାନେ ଏହି ବିକଳ୍ପ ଚୟନ କରିବେ ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଗ୍ରହଣ କରିବା ବେଳେ ୫ ଟଙ୍କା ଅଧିକ ଗଣିବାକୁ ପଡ଼ିବ।
-
11.ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜନତା ଦଳର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଜେଲ ସେଲରୁ ଜବତ ହୋଇଥିବା ମୋବାଇଲ୍ ଫୋନରୁ ବହୁ ପରିମାଣର ଅଶ୍ଳୀଳ ଭିଡିଓ ମିଳିଥିବା ଫୋରେନସିକ୍ ରିପୋର୍ଟରୁ ପଦାକୁ ଆସିଛି। ତାଙ୍କ ନିକଟରୁ ମିଳିଥିବା ପେନ୍ ଡ୍ରାଇଭରେ ମଧ୍ୟ ଏକାଧିକ ୱେବ୍ ସିରିଜ୍ ରହିଥିବା ଜଣାପଡ଼ିଛି।
-
12.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଳଙ୍କୁ ଶନିବାର ଗିରଫ କରାଯାଇଛି।
-
13.ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ନାବାଳକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସହିତ କୌଣସି ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଏକ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତଥା ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟଠାରୁ ଜବାବ ଲୋଡ଼ିଛନ୍ତି ।
-
14.ଇସ୍ରୋର ମଡେଲ କହୁଛି ଯେ, ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ । ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ବି ବେଶି ଶକ୍ତିଶାଳୀ । ଝଡ଼ର ଶକ୍ତି ପୂର୍ୱ ତୁଳନାରେ ୮୩ ପ୍ରତିଶତ ଅଧିକ ରହିବ। ଏହି ସବୁ ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେବ।
-
15.ଏଜବେଷ୍ଟନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ ଜିତି ନେଇଛି ଆୟୋଜକ ଦଳ।
-
16ଓଡ଼ିଶା ସନ୍ତରଣ ଦୁନିଆରେ ଆକସ୍ମିକ ଭାବେ ଆବିର୍ଭାବ ହୋଇଥିବା ଯୁବା ପ୍ରତିଭା ଆଦ୍ବିକା ଉତ୍କଳଙ୍କୁ ଶୁକ୍ରବାର ଭୁବନେଶ୍ବରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
