-
1.ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁ ମେ ଦେବ ସର୍ଵକାର୍ଯ୍ୟେଷୁ ସର୍ଵଦା ॥ ପବିତ୍ର ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
-
2.ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୪୪.୯ ବିଲିଅନ ଡଲାରର ବୃଦ୍ଧି ଘଟିବା ସହ ଏହା ୭୮୫.୭ ବିଲିଅନ ଡଲାରରେ ପହଞ୍ଚିଛି। ଭାରତର ଉପରକୁ ଏବେ ଚୀନ, ଜାପାନ ଓ ସ୍ବିଜରଲାଣ୍ଡ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ତଥ୍ୟରୁ ଜଣାଯାଇଛି।
-
3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ କେତେକ ଦେଶର ରାଷ୍ଟ୍ରମୁଖ୍ୟ ଅନୁପସ୍ଥିତ ରହିବା ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ରାତ୍ରୀଭୋଜନରେ ଯୋଗ ଦେଇ ନଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଂ ଓ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ଅନ୍ତର୍ଭୁକ୍ତ।
-
4.ବ୍ରିକ୍ସ ସମ୍ମିଳନୀରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱରେ ବଢୁଥିବା ଅଶାନ୍ତି, ଯୁଦ୍ଧ ଓ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏଭଳି ସଙ୍କଟ ସମୟରେ ପଛଘୁଞ୍ଚା ନଦେଇ ସମସ୍ତେ ଏକାଠି ହୋଇ ପ୍ରତିଟି ଆହ୍ୱାନର ସାହସର ସହ ମୁକାବିଲା କରିବା ଆବଶ୍ୟକ।
-
5.ଆମେରିକା ଉପରେ ହୋଇଥିବା ୯ା୧୧ ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ।
-
6.ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ଗସ୍ତ ନିମନ୍ତେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅନୁମତି ମିଳିଥିବା ଜନୈକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
-
7.ମାଲକାନଗିରି ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଚୋରା ଚାଲାଣ ସମୟରେ ଛଅଜଣଙ୍କୁ ଗିରଫ କରିବା ସହ ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛନ୍ତିା
-
8.ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭାବୃଦ୍ଧି ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ ଆସିଛନ୍ତି।
-
9. ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି।
-
10.୫ଏକର ପରିମିତି ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିଅମକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ଷ୍ଟାଡିଅମ୍ର ମରାମତି ଓ ଉନ୍ନତୀକରଣ ନିମନ୍ତେ କାର୍ଯ୍ୟଚାଲୁଛି। ଏହି ସମୟରେ, ପ୍ରତିବାଦ ସତ୍ବେ ଠିକାଦାରଙ୍କ ପୋକଲିନ୍ ଷ୍ଟାଡିଅମ୍ ପରିସରରେ ଥିବା ୧୨ଟି କ୍ରୀଡ଼ାସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇଦେଇଛି।
-
11.ଇ-ମେଲ୍ରେ ଆସିଲା ନିର୍ଦେଶ, ବଦଳିଗଲା ବ୍ୟାଙ୍କ ଖାତା ବିବରଣୀ। ଆଖି ପିଛୁଳାକେ ଆକାଉଣ୍ଟରୁ ଚାଲିଗଲା ପ୍ରାୟ ୧.୮୫ କୋଟି ଟଙ୍କା। ସୁନ୍ଦରଗଡ଼ ସାଇବର ପୁଲିସର ତତ୍ପରତା ଯୋଗୁଁ ଫେରିଲା ୧ କୋଟି ୧୪ ଲକ୍ଷ ୮୮ ହଜାର ୬୩ ଟଙ୍କା ୫୨ ପଇସା। ବିଜନେସ୍ ଇ-ମେଲ୍ କମ୍ପ୍ରୋମାଇଜ୍ ଜରିଆରେ ହୋଇଥିବା ଏହି ବଡ଼ ସାଇବର ଠକେଇ ଘଟଣାରେ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସୁନ୍ଦରଗଡ଼ ସାଇବର ଥାନା
-
12.ବଲୁଚିସ୍ତାନରେ ପାକିସ୍ତାନ ସେନାର ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବଲୁଚିସ୍ତାନର ଲାସବେଲା ଜିଲ୍ଲାରେ ଏନ୍-୨୫ ଜାତୀୟ ରାଜପଥ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସେନାର ୨୩ରୁ ଅଧିକ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
-
13.୨୦୨୭ ଗୋଆ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ୍) ଏବଂ ଆଞ୍ଚଳିକ ଦଳ 'ଗୋଆ ଫରୱାର୍ଡ ପାର୍ଟି' (ଜିଏଫପ) ହାତ ମିଳାଇଛନ୍ତି।
-
14.ବଙ୍ଗୋପସାଗରରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ମଧ୍ୟ ଓ ପଶ୍ଚିମ ଭାରତର କେତେକ ଅଞ୍ଚଳରେ ଆସନ୍ତା କିଛି ଦିନ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୫ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
-
15.ଓଡ଼ିଆ ତାରକା ସୁପ୍ରିୟା କୁଜୁରଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଭାରତ ଜୁନିୟର ମହିଳା ହକି ଏସିଆ କପ୍ର ଫାଇନାଲରେ ପହଞ୍ଚିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
