• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାରରେ ପରିଣତ ହୋଇଛି। ଦରଦାମ୍‌ରେ ଲଗାତାର ବୃଦ୍ଧି ପରିପ୍ରେକ୍ଷୀରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ରହି ଅଗଷ୍ଟ ମାସରେ ୫.୫ ପ୍ରତିଶତ ଛୁଇଁଛି।

  2. 2.ରାଜ୍ୟଗୁଡ଼ିକର ମୋଟ ଖର୍ଚ୍ଚରେ ବେତନ, ପେନ୍‌ସନ, ସୁଧ ପରିଶୋଧ, ସବ୍‌ସିଡି ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ଭଳି ରାଜସ୍ୱ ଖର୍ଚ୍ଚର ଅଂଶ ବଢ଼ୁଛି। ଏଭଳି ଖର୍ଚ୍ଚରୁ ତୁରନ୍ତ ଲାଭ ମିଳୁଥିଲେ ମଧ୍ୟ ଦୀର୍ଘମିଆଦୀ ଭିତ୍ତିରେ ଏହା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଚାପ ପକାଇବ। ଅନ୍ୟପକ୍ଷରେ ରାସ୍ତା, ଶିଳ୍ପ, ବିଦ୍ୟୁତ୍‌, ଜଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ହେଉଥିବା ପୁଞ୍ଜି ବ୍ୟୟ ଆଶାନୁରୂପ ଭାବେ ବଢ଼ୁନାହିଁ।

  3. 3.କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିକାଶକୁ ଧିମା କରିବା ଲାଗି ଆନ୍ଥ୍ରୋପିକର ସିଇଓ ଡୋରିଓ ଆମୋଦେଇ ଦେଇଥିବା ପ୍ରସ୍ତାବ ଆମେରିକାର ଏକ ଷଡ଼ଯନ୍ତ୍ର ବୋଲି ଚୀନ କହିଛି। 

  4. 4.ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ସୂଚନା ପହଞ୍ଚାଇବା ଲକ୍ଷ୍ୟ ନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ହ୍ବାଟସ୍‌ଆପ୍‌ ଚ୍ୟାନେଲ୍‌ ଆରମ୍ଭ କରାଯାଇଛି। ଉକ୍ତ ଚ୍ୟାନେଲ ଜରିଆରେ ସେମାନେ ଭବିଷ୍ୟନିିଧି ଖାତା ସମ୍ପର୍କରେ ଜରୁରୀ ସୂଚନା ପାଇପାରିବେ।

  5. 5.ପଡ଼ୋଶୀ ଦେଶ ନେପାଳକୁ  ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ। ଏ ସମ୍ପର୍କିତ ପ୍ରସ୍ତାବକୁ ଶକ୍ତି ମନ୍ତ୍ରଣାଳୟ ଅନୁମୋଦନ କରିଛି।

  6. 6.ଟୋଲ୍ ପ୍ଲାଜାରେ ଶୃଙ୍ଖଳା ବଜାୟ ରଖିବା ଏବଂ ଯାତାୟାତକୁ ସୁଗମ କରିବା ପାଇଁ ଭୁଲ୍ ଲେନ୍ ବ୍ୟବହାର କରୁଥିବା ଗାଡ଼ି ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

  7. 7.ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି ସେଥିରୁ ୮୦% ମୃତ୍ୟୁର କୌଣସି କାରଣ ଜଣାନାହିଁ ବା ଅସ୍ପଷ୍ଟ। କେବଳ ୨୦% ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର(ଏମ୍‌ସିସିଡି) ହୋଇପାରୁଛି।

  8. 8.ଅନେକ ଦମ୍ପତି  ସନ୍ତାନ ପାଇଁ ଆବଶ୍ୟକ ଭ୍ରୂଣକୁ ପରୀକ୍ଷାଗାରରେ ଯତ୍ନର ସହ ସାଇତି ବି ରଖୁଛନ୍ତି। ଏସବୁ ଭିତରେ ଗ୍ରୀସ୍‌ର ଜଣେ ୫୪ ବର୍ଷ ବୟସ୍କା ମହିଳା ୨୨ ବର୍ଷରୁ ଅଧିକ କାଳ ସୁରକ୍ଷିତ ରଖାଯାଇଥିବା ଭ୍ରୂଣରୁ ଏକ କନ୍ୟା ସନ୍ତାନକୁ ଜନ୍ମଦେଇ ଚକିତ କରି ଦେଇଛନ୍ତି।

  9. 9.ଦେଶରେ ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ଉଚ୍ଚତର ଗବେଷଣା ଲାଗି ଡକ୍ଟର୍‌ ସୁଶାନ୍ତ ଦାଶ ବେଶ୍‌ ପରିଚିତ। ଆମ ରାଜ୍ୟରେ ୪ଟି ଗାଈ ପ୍ରଜାତି (ବିଞ୍ଝାରପୁରୀ, ମୋଟୁ, ଘୁମୁସୁରୀ ଓ ଖରିଆର), ୩ଟି ପ୍ରଜାତିର ମଇଁଷି (ଚିଲିକା, କଳାହାଣ୍ଡି ଓ ମାଣ୍ଡା) ସମେତ କେନ୍ଦ୍ରାପଡ଼ାର ଗୋଟିଏ ମେଣ୍ଢା ପ୍ରଜାତି ଜାତୀୟ ମାନ୍ୟତା ପାଇଛନ୍ତି।

  10. 10.ରାଷ୍ଟ୍ରପତିଙ୍କ ADC ଭାବେ ନିଯୁକ୍ତ ହୋଇଛନ୍ତି ମେଜର ନବ୍ୟା ଶେଖାୱତ । ଭାରତୀୟ ସେନାରୁ ଏହି ପଦରେ ନିଯୁକ୍ତ ହେବାରେ ନବ୍ୟା ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ ।

  11. 11.ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି ।

  12. 12.ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ ଜିତିଥିବା ବେଳେ ବିରୋଧୀ କଂଗ୍ରେସ ୩,୬୧୩ଟିରେ ବିଜୟୀ ହୋଇଛି।

  13. 13.ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ ଚା’କୁ ବହୁତ ପସନ୍ଦ କରିଛନ୍ତି।

  14. 14.ଚଳିତ ମାସର ପ୍ରଥମାର୍ଦ୍ଧରେ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ବଜାରରୁ ୧୩,୧୩୮ କୋଟି ପ୍ରତ୍ୟାହାର କରି ନେଇଛନ୍ତି। ସେଣ୍ଟ୍ରାଲ ଡିପୋଜିଟରୀ ସର୍ଭିସେସ୍‌ (ଇଣ୍ଡିଆ)ର ତଥ୍ୟ ଅନୁଯାୟୀ, ଜୁଲାଇ ଏବଂ ଅଗଷ୍ଟରେ ଏଫ୍‌ପିଆଇମାନେ ଯଥାକ୍ରମେ ୨୦,୨୦୦ କୋଟି ଏବଂ ୨୯,୬୩୦ କୋଟି ନିବେଶ କରିଥିଲେ।

  15. 15.ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ ପାଇପ୍‌ଲାଇନ୍‌କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.