-
1.କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବିକାଶ ମାନବ ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇ ଗୁଗୁଲ୍ ଡିପ୍ମାଇଣ୍ଡ୍ର ଜଣେ ଏଆଇ ସୁରକ୍ଷା ଗବେଷକ ଏଙ୍ଗେଲ୍ସ ଇସ୍ତଫା ଦେଇଛନ୍ତି। ଏଙ୍ଗେଲ୍ସ ଏକ୍ସରେ ଲେଖିଛନ୍ତି ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଏଆଇ ବ୍ୟାପକ କ୍ଷତି କରିବାର ‘ଭୟଙ୍କର ସମ୍ଭାବନା’ ରହିଛି।
-
2.ଅକ୍ଟୋବର ୧୫ରୁ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କାରବାର ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଫି’ ଦେବାକୁ ହେବ। ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କିମ୍ୱା ପେମେଣ୍ଟ ସର୍ଭିସ ପ୍ରୋଭାଇଡର୍ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲଗାଇ ପାରିବେ ନାହିଁ।
-
3.ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ ‘ପର୍ସନ୍-ଟୁ-ପର୍ସନ୍'(ବ୍ୟକ୍ତିରୁ ବ୍ୟକ୍ତି)(P2P) ମଧ୍ୟରେ ହେଉଥିବା ଦେଣନେଣ ସମ୍ପୂର୍ଣ୍ଣ ମାଗଣା ରହିବ।
-
4.ଓଡିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦରୁ ଅଧାରୁ ଅଧିକ ଖାଲିପଡ଼ିଛି। ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ବର୍ ୧୦ ସୁଦ୍ଧା ହାଇକୋର୍ଟରେ ୧ଲକ୍ଷ ୭୨ ହଜାର ୭୨୭ ମାମଲା ବିଚାରାଧୀନ ରହିଛି। ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ପଦସଂଖ୍ୟା ୩୩ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୫ଜଣ ବିଚାରପତି ରହିଛନ୍ତି।
-
5. ବ୍ରିଟେନରୁ ଅଲଗା ହୋଇ ସ୍ୱାଧୀନ ରାଷ୍ଟ୍ର ଗଠନ ଦିଗରେ ସ୍କଟଲାଣ୍ଡ, ଉତ୍ତର ଆୟର୍ଲାଣ୍ଡ ଓ ୱେଲ୍ସ ଏକାଠି ହୋଇଛନ୍ତି। ତିନି ଅଞ୍ଚଳର ବିଧାନସଭାର ନିର୍ବାଚିତ ପ୍ରତିନିଧିମାନେ ସୋମବାର ୱେଲ୍ସର କାର୍ଡିଫ୍ଠାରେ ଏକ ଶିଖର ବୈଠକରେ ଐତିହାସିକ ବୁଝାମଣାପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛନ୍ତି।
-
6.ଆମେରିକୀୟ ପ୍ରଯୁକ୍ତି କମ୍ପାନି ଓରାକଲ୍ରେ ପୁଣି ବଡ଼ ଧରଣର କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ୬ଟାରେ କିଛି କର୍ମଚାରୀଙ୍କୁ ଏକ ଇ-ମେଲ ମିଳିଥିଲା। ଇ-ମେଲ୍ରେ ସେମାନଙ୍କୁ କୁହାଯାଇଥିଲା, ‘ଆଜି ଆପଣଙ୍କ ଶେଷ କାର୍ଯ୍ୟଦିବସ।’
-
7. ଖାଣ୍ଟି ସୁନା ଓ ହୀରାରେ ଚମକିଲେ ଅଗ୍ରପୂଜ୍ୟ। ଗଣେଶ ଚତୁର୍ଥୀର ପବିତ୍ର ଅବସରରେ, ହାଇଦ୍ରାବାଦର ବେଗମ ବଜାରରେ ଥିବା ଲିଚି ପର୍ଲ ସେଟ୍ ଜୁଏଲସ୍ ରେ ଏକ ଚମତ୍କାର ଏବଂ ଅନନ୍ୟ ଗଣେଶ ମୂର୍ତ୍ତି ତିଆରି କରାଯାଇଛି।
-
8.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ଆକଳନ ଅନୁଯାୟୀ ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି।
-
9.ରୁଷ୍ର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
-
10.ହୁତି ବିଦ୍ରୋହୀଙ୍କ ସୀମା ବଢ଼ିବାରେ ଲାଗିଛି। ୟେମେନର ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଲୋହିତ ସାଗରରେ ସେମାନଙ୍କର ନିୟନ୍ତ୍ରଣକୁ କ୍ରମାଗତ ଭାବରେ ବିସ୍ତାର କରୁଛନ୍ତି।
-
11.ଏହାପୂର୍ବରୁ 'ମନ୍ନତ'ର ନବୀକରଣ ଓ ସମ୍ପ୍ରସାରଣ ପାଇଁ ମିଳିଥିବା ପରିବେଶ ଓ ଉପକୂଳବର୍ତ୍ତୀ ମଞ୍ଜୁରୀକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଆବେଦନକୁ ଏନଜିଟି ଖାରଜ କରିଦେଇଥିଲେ।
-
12.ହିନ୍ଦୁତ୍ୱର ତଥାକଥିତ ଠିକାଦାର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ବଡ଼ ଆଶ୍ୱସ୍ତି। ନିଜକୁ ସ୍ୱତନ୍ତ୍ର ସନାତନୀ ଯୋଦ୍ଧା କହି ଡିଙ୍ଗୁରା ପୁଟୁଥିବା ଭରଦ୍ୱାଜଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ୩ ସପ୍ତାହର ଅନ୍ତରୀଣ ଜାମିନ ଦେଇଛନ୍ତି।
-
13.ଦିଲ୍ଲୀ ସ୍ଥିତି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଘଟିଛି ବଡ଼ ଅଘଟଣ। ବିନା ଇମିଗ୍ରେସନ ଯାଞ୍ଚରେ ଦିଲ୍ଲୀରୁ ମୁନିଚ୍ ଉଡ଼ାଣ ଭରିଛନ୍ତି ୩ ଜଣ ଇଟାଲୀୟ ନାଗରିକ।
-
14.ଜଣେ ମହିଳା ବାଇକରଙ୍କୁ ପିଛା କରି ଗୁରୁଗ୍ରାମ ରାଜରାସ୍ତାରେ ଧକ୍କା ଦେଇଥିବା କାର୍ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍ ଗିରଫ କରିବାକୁ ସକ୍ଷମ ହୋଇଛି।
-
15.ସବୁଆଡ଼େ ଜେନ୍ ଜିଙ୍କୁ ନେଇ ଚର୍ଚ୍ଚା। ଏହାର ପ୍ରଭାବ ରାଜସ୍ଥାନ ପୌର ନିର୍ବାଚନର ରେଜଲ୍ଟରେ ମଧ୍ୟ ଦେଖିବାକୁ ମିଳିଛି। ଯୁବଗୋଷ୍ଠୀ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
