-
1.ଅନ୍ତର୍ଜାତୀୟ ଜଳରାଶିରେ ଭାରତୀୟ ନୌସେନାର ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ହେବା ପରେ ଭାରତ ସରକାର ଇସଲାମାବାଦର ମୁଖ୍ୟ କୂଟନୀତିଜ୍ଞଙ୍କୁ ସମନ କରିଛନ୍ତି।
-
2.ୟୁପିଆଇ ଉପରେ ଶୁଳ୍କ ଘୋଷଣା ପରେ ରାଜ୍ୟର ପ୍ରାୟ ୩୨ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବେ । ଏକ ଆକଳନ ଅନୁସାରେ ରାଜ୍ୟର ଛୋଟ ଦୋକାନଗୁଡ଼ିକରେ ମୋଟ୍ ପେମେଣ୍ଟର ପ୍ରାୟ ୭୨-୭୬ ପ୍ରତିଶତ ହେଉଛି ୟୁପିଆଇ ପେମେଣ୍ଟ।
-
3.ଦେଶରେ ବେକାରି ହାର ଗତ ୬ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଅଗଷ୍ଟ ମାସରେ ୫ ପ୍ରତିଶତରେ ରହିଛି। ଜୁଲାଇରେ ବେକାରି ହାର ୫.୧ ପ୍ରତିଶତ ରହିଥିଲା।
-
4.ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ ହେବେ। ସେ ୨୫୦ରୁ ଊର୍ଦ୍ଧ୍ୱ କନ୍ନଡ଼ ଫିଲ୍ମରେ ଅଭିନୟ କରିବା ସହ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲାମ ଆଦି ସିନେମାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ପରିଛନ୍ତି।
-
5.ପ୍ରାୟ ୧୩ ବର୍ଷ ତଳେ ଛତିଶଗଡ଼ ବସ୍ତର ଜିଲା ଝିରମ ଘାଟି ଅଂଚଳରେ ନକ୍ସଲ ଆକ୍ରମଣରେ ୨୯ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।
-
6.କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ବାଧ୍ୟତାମୂଳକ ଭାବେ ସାମିଲ ହେବା ଲାଗି କର୍ମଚାରୀଙ୍କ ମାସିକ ବେତନ ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିଛନ୍ତି। ଏହାଦ୍ବାରା ୫୧ ଲକ୍ଷ ଅତିରିକ୍ତ କର୍ମଚାରୀ ଇପିଏଫ୍ଓ ଅଧୀନରେ ସାମିଲ ହୋଇପାରିବେ।
-
7.୮୧ ବର୍ଷୀୟ ଅସଗର ଅଲି ବୋରା ମହାରାଷ୍ଟ୍ରର ଥାନେ ଜିଲ୍ଲାର ମୀରା ରୋଡ୍ରେ ରହନ୍ତି। ମୋଦୀ ଏବଂ ସେ ଗୁଜରାଟ ବଡ଼ନଗରର ବିଏନ୍ ସ୍କୁଲ୍ରେ ଏକାଠି ପାଠ ପଢ଼ିଥିଲେ। ବୋରାଙ୍କ କିଣିଥିବା ଏକ ଜମିକୁ ବେଆଇନ ଭାବେ ୨ଟି ବିଲ୍ଡର ସଂସ୍ଥା ଜବରଦଖଲ କରିନେଇଥିଲେ। ମୋଦୀ ଏହି ମାମଲାରେ ହସ୍ତକ୍ଷେପ କଲେ ଏବଂ ବୋରା ତାଙ୍କ ବିବାଦୀୟ ଜମି ଫେରି ପାଇଲେ।
-
8. ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏହା ବ୍ୟାପିଛି। ସେପ୍ଟେମ୍ବର ୧୮ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଏହା ପ୍ରବେଶ କରିବାର ସମ୍ଭାବନା ରହିଛି।
-
9. ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଗୁଜରାଟରେ ବ୍ୟାପକ ଆୟୋଜନ କରାଯାଇଛି। ଗୁରୁବାର, ସେପ୍ଟେମ୍ବର ୧୭ରେ ରାଜ୍ୟର ୧୮,୫୦୦ରୁ ଅଧିକ ସ୍ଥାନରେ ୮୮ ଲକ୍ଷରୁ ଅଧିକ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯିବ।
-
11.ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି ଚାର୍ଜ ୨,୦୦୦ ଟଙ୍କାରୁ ଅଧିକ କାରବାର (ଟ୍ରାଞ୍ଜାକସନ) ଉପରେ ଲାଗୁ ହେବ। ବଡ଼ କଥା ହେଉଛି, ଯଦି ସାଧାରଣ ଲୋକ ୨୦୦୦ ଟଙ୍କାରୁ ଅଧିକ ଟଙ୍କାର ପେଟ୍ରୋଲ, ବିଦ୍ୟୁତ ବିଲ କିମ୍ୱା ଅନ୍ୟ କୌଣସି ବିଲ UPI ମାଧ୍ୟମରେ ପୈଠ କରନ୍ତି, ତେବେ ପ୍ରତ୍ୟେକ କାରବାର ପିଛା ୫ ଟଙ୍କା ଲେଖାଏଁ ଶୁଳ୍କ ଲାଗିବ।
-
12.ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ ପ୍ରକାଶିତ ସଦ୍ୟତମ ସମ୍ପତ୍ତି ଘୋଷଣା ଅନୁସାରେ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନରେନ୍ଦ୍ର ମୋଦିଙ୍କ ଘୋଷିତ ମୋଟ ସମ୍ପତ୍ତିର ମୂଲ୍ୟ ୪,୦୧,୬୦,୯୯୯ ଟଙ୍କା, ଅର୍ଥାତ୍ ପ୍ରାୟ ୪.୦୨ କୋଟି ଟଙ୍କା। PMOର ଅଧିକାରିକ ୱେବସାଇଟରେ ୨୦୨୫-୨୬ ବର୍ଷ ପାଇଁ ଏହି ଘୋଷଣା ପ୍ରକାଶ ପାଇଛି।
-
13.ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କାର ବଜେଟ ରଖାଯାଇଛି।
-
14.ଦୀପକେଙ୍କ CJP ପକ୍ଷରୁ ‘ସ୍କୁଲ ଠିକ କରୋ’ ଅଭିଯାନ ଚାଲିଛି। ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି, ଶୌଚାଳୟ, ପାଣି ଓ ଅନ୍ୟାନ୍ୟ ସୁବିଧାର ସ୍ଥିତି ଯାଞ୍ଚ କରିବା ଏହି ଅଭିଯାନର ଏକ ଅଂଶ ବୋଲି ରିପୋର୍ଟରେ କୁହାଯାଇଛି। ଅଭିଯାନଟି ମହାରାଷ୍ଟ୍ରରୁ ଆରମ୍ଭ ହୋଇ ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହୋଇଛି।
-
15.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI ସମସ୍ତ WPL ଫ୍ରାଞ୍ଚାଇଜକୁ ଜଣାଇଛି ଯେ ଏହି ସିଜିନ ପାଇଁ ନିଲାମ ପ୍ରକ୍ରିୟା ଅକ୍ଟୋବର ୨୮ରେ କୋଚିଠାରେ ଅନୁଷ୍ଠିତ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
