• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇନ୍‌ଫ୍ଲୁଏନ୍‌ସରଙ୍କ କଥାରେ ସମ୍ପୂର୍ଣ୍ଣ ବିଶ୍ବାସ ନ କରି, ନିବେଶ ବେଳେ ନିଜ ବୁଦ୍ଧି ଖଟାଇବାକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁନ୍ଦରରମଣ ରାମମୂର୍ତ୍ତି କହିଛନ୍ତି।

  2. 2.ପାଣିପାଗ ବିଭାଗ ପକ୍ଷରୁ ଜାରି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁରକ୍ଷା ପାଇଁ ଚାରିଧାମ ଯାତ୍ରା ସେପ୍ଟେମ୍ବର ୨୬ ତାରିଖ ଅପରାହ୍ଣରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।

  3. 3.ଇନଫ୍ଲୁଏନ୍ସର  ନିଧି ତିୱାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି। ନିଧି ମଧ୍ୟପ୍ରଦେଶର ସିଙ୍ଗରୌଲିରେ 'ମିସ୍ ପ୍ରିଟି ଇଣ୍ଡିଆ'ର ଟାଇଟଲ୍ ଜିତିଥିଲେ।

  4. 4.ତମାଖୁ ଓ ତମାଖୁଜାତ ଦ୍ରବ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆସିଛି। ଏହି ସମୟ ମଧ୍ୟରେ ତମାଖୁଜାତ ଦ୍ରବ୍ୟ ଉପରୁ ସରକାର ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କା ଟିକସ ଆଦାୟ କରିଛନ୍ତି।

  5. 5.ସରକାରଙ୍କ ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟଖା ଓ ସିଗାରେଟ ସମେତ ବିଭିନ୍ନ ତମାଖୁଜାତ ଦ୍ରବ୍ୟ ଆସୁଛି। ଗତ ୧୦ ବର୍ଷରେ ଦେଶର ୧୯ଟି ରାଜ୍ୟରୁ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ଟଙ୍କାର ତମାଖୁଜାତ ଦ୍ରବ୍ୟ ଓଡ଼ିଶାକୁ ଆସିଥିବା ତଥ୍ୟରୁ ଜଣାପଡ଼ିଛି।

  6. 6.ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ୨,୦୦୦ ରୁ ଅଧିକ ମୂଲ୍ୟର ୟୁପିଆଇ ବାଣିଜ୍ୟ ପେମେଣ୍ଟ ଉପରେ ୦.୪% ବାଣିଜ୍ୟ ରିହାତି ହାର (ଏମଡିଆର) ଲାଗୁ କରିବାର ନିଷ୍ପତ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦେବାକୁ ସ୍ପଷ୍ଟ ଭାବରେ ମନା କରି ଦେଇଛନ୍ତି।

  7. 7.ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି।

  8. 8.ଗୁଜରାଟର ସାବରମତୀରୁ ରବିବାର ସବୁଜ ପତାକା ଦେଖାଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତର ପ୍ରଥମ ଲିକ୍ବିଫାଏଡ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ଟ୍ରେନ ଚଳାଚଳ ସେବା ଓ ୧୫୪୨ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

  9. 9.ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’ ‘ମାମୁଁଙ୍କ ପକ୍ଷରୁ ସୁନା ମୁଦି’ ଯୋଜନା ଆରମ୍ଭ କରିଛନ୍ତି । ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ନବଜାତ ଶିଶୁମାନଙ୍କୁ କୋଳରେ ଧରିଥିଲେ । ଯୋଗ୍ୟ ନବଜାତ ଶିଶୁଙ୍କୁ ୨୨ କ୍ୟାରେଟ୍‌ର ୧ ଗ୍ରାମ୍‌ ଓଜନର ସୁନା ମୁଦି ବଣ୍ଟନ କରାଯାଇଛି।

  10. 10.ବିଶ୍ୱ ଜଳାତଙ୍କ ଦିବସରେ ଓଡ଼ିଶାର ୩ ହଜାରରୁ ଅଧିକ ସ୍କୁଲରେ ରୋଗର ପ୍ରତିରୋଧ ଓ ଟିକାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

  11. 11.ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଫେରାର୍‌ ଥିବା ୩ ଅଭିଯୁକ୍ତ ଯନ୍ତ୍ରୀ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

  12. 12.କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ ଅନେକ କମ୍ପାନୀ ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର୍‌ ଲଞ୍ଚ କରିପାରନ୍ତି।

  13. 13.ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ଭୁଲ ଚିହ୍ନଟ ହୋଇଛି। ବିଶେଷ କଥା ହେଉଛି, ଏହି ବହିଗୁଡ଼ିକର ଛାପା ପାଇଁ ସରକାର ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।

  14. 14.ବର୍ତ୍ତମାନ ସିବିଏସ୍‌ଇ ବୋର୍ଡ ଅଧୀନରେ ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ବାଧ୍ୟତାମୂଳକ ୩ ଭାଷା ନୀତିରୁ ମୁକ୍ତ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତକ।

  15. 15.ନଭେମ୍ବର ୧ରୁ ୨୦୨୭ ମସିହା ଫେବୃଆରୀ ୨୮ ଯାଏ ଅଫିସ ଟାଇମରେ ମଧ୍ୟ ପରିବର୍ତ୍ତନ ହେବ। ନୂଆ ଯୋଜନା ଅନୁସାରେ, ଦିଲ୍ଲୀ ପୌର ପାଳିକା ଅଧୀନରେ ଥିବା ଅଫିସ ଗୁଡ଼ିକ ସକାଳ ୮.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୫ଯାଏ ଚାଲିବ।

  16. 16.ମେରିକମ୍ ୪୮ କିଲୋଗ୍ରାମ୍‌‌ ଲାଇଟ୍‌ ଫ୍ଲାଇୱେଟ୍‌ ବର୍ଗରେ ୫-୦ରେ ୟୁକ୍ରେନ୍‌ର ହାନ୍ନା ଓଖୋତାଙ୍କୁ ମାତ୍‌ ଦେଇ ସେ ଐତିହାସିକ ସଫଳତ‌ା ହାସଲ କରିଛନ୍ତି। ୩ ସନ୍ତାନର ଜନନୀ ମେରିକମ ଆଉ ଏକ ସ୍ବର୍ଣ୍ଣ ହାସଲ କରିବା ପରେ ଆତ୍ମବିଭୋର ହୋଇପଡ଼ିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.