• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫଇଓ) ର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ୨୦୨୭ ଶେଷ ପର୍ଯ୍ୟନ୍ତ ଡବ୍ଲ୍ୟୁଏଫଇଓର ଆଭ୍ୟନ୍ତରୀଣ ଅଡିଟ୍ କମିଟି ଅଧ୍ୟକ୍ଷ ରହିବେ।

  2. 2.ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ମଧ୍ୟରେ ବିପୁଳ ଫରକ ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ରୋଗୀଙ୍କ ପାଇଁ ଆବଶ୍ୟକ କ୍ୟାନ୍‌ସର ଔଷଧ ଖୁଚୁରା ବ୍ୟବସାୟୀଙ୍କୁ ପ୍ରାୟ ୨,୭୦୦ ଟଙ୍କାରେ ଯୋଗାଇ ଦିଆଯାଉଥିବା ବେଳେ ତାହାର ଏମ୍‌ଆର୍‌ପି ୨୭,୦୦୦ ଟଙ୍କା ରଖାଯାଇଥିବା ଉଦାହରଣ ଦେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

  3. 3.ଶକ୍ତି ବିଭାଗ ଅଧିନ ଓରେଡା ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ୧.୦୭ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି। 

  4. 4.ଏସାର୍‌ ଆମେରିକାରେ ବଡ଼ ଧରଣର ଇସ୍ପାତ  ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି। ଏସାର୍‌ ଗ୍ରୁପ୍‌ର ଆମେରିକୀୟ ସହାୟକ କମ୍ପାନି ମେସାବି ମେଟାଲିକ୍ସ ଆଇଓୱାରେ ଏହି ଇସ୍ପାତ କାରଖାନା ନିର୍ମାଣ କରିବ। ଏଥିରେ ପ୍ରାୟ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଏସାର୍‌ ପକ୍ଷରୁ ଜଣାପଡ଼ିଛି।

  5. 5.ସେପ୍ଟେମ୍ବରରେ ଦେଶରେ ସିମେଣ୍ଟର ହାରାହାରି ଦାମ ବସ୍ତା ପିଛା ୭ ଟଙ୍କା ବଢ଼ିଛି। ଅକ୍ଟୋବରରେ ବିଭିନ୍ନ ବଜାରରେ ବସ୍ତା ପିଛା ଆହୁରି ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ କମ୍ପାନିଗୁଡ଼ିକ ଚିନ୍ତା କରୁଛନ୍ତି।

  6. 6.ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ମଙ୍ଗଳବାର ଭାରତ ପାଇଁ ବେଶ୍ ମଙ୍ଗଳମୟ ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଭାରତର ଖେଳାଳିମାନେ ୨ଟି ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି ।

  7. 7.‘ମେଡିସିନ ଦୋକାନରେ କ୍ୟାନ୍‌ସର ମେଡିସିନ୍ ଦାମ ମାତ୍ର ୨୭୦୦, କର୍ପୋରେଟ ହସ୍ପିଟାଲରେ ସେହି ମେଡିସିନ୍ ଦାମ କେମିତି ୨୭,୦୦୦ ହୋଇଯାଉଛି? କର୍ପୋରେଟ ହସ୍ପିଟାଲ କାହାକୁ ବି ମାନୁନାହାନ୍ତି ।ଗୋଟିଏ ବାକ୍ୟରେ କହିଲେ ଏହା ହେଉଛି ଘରୋଇ ହସ୍ପିଟାଲଗୁଡିକର ନରସଂହାର ।’ ଏଭଳି ଶବ୍ଦରେ ସୁପ୍ରିମକୋର୍ଟ ଦେଶର ତଥାକଥିତ କର୍ପୋରେଟ ହସ୍ପିଟାଲକୁ ଭର୍ତ୍ସନା କରିଛନ୍ତି ।

  8. 8.ଆଗାମୀ ନଭେମ୍ବର ୧ରୁ ଏହି କଟକଣାକୁ କାର୍ଯ୍ୟକାରୀ କରାଯିବ। କଟକଣାଗୁଡ଼ିକ ହେଲା ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ବିଏସ୍‌-୬ ମାନକରୁ କମ୍ ଥିବା ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

  9. 9.ଭାରତୀୟ ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ଟେଲିକମ୍ ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂଆ ନିୟମ ଅନୁଯାୟୀ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କେବଳ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌ ଥିବା ରିଚାର୍ଜ ଭାଉଚର୍ ଆଣିବା ବାଧ୍ୟତାମୂଳକ କରାଯାଇଛି।

  10. 10.ବକେୟା ଟ୍ରାଫିକ୍‌ ଚାଲାଣ ଆଦାୟ ପାଇଁ ଏହାକୁ ବିଜୁଳି ବିଲ୍‌ ସହ ଯୋଡ଼ିବାର ସମ୍ଭାବନା ନେଇ ସୁପ୍ରିମକୋର୍ଟ କୋର୍ଟ ମତ ରଖିଛନ୍ତି।

  11. 11.ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

  12. 12.ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ ଅନୁଧ୍ୟାନ କାର୍ଯ୍ୟକ୍ରମ (ଜେଏମ୍‌ପି) ରିପୋର୍ଟରୁ ଏହା ଜଣାପଡ଼ିଛି ।

  13. 13.ଦୀର୍ଘ ୧୩ ବର୍ଷ ଧରି ଆଇଏଏସ୍‌ ଚାକିରି କରିଥିବା ଦିବ୍ୟା ମିତ୍ତଲ କିଛି ଦିନ ତଳେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏବେ ଉତ୍ତର ପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍‌ ଜଣଙ୍କ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି।

  14. 14.ତୁପୋଲେଭ ଟିୟୁ-୧୫୪ ବିମାନଟି ଉଡ଼ାର ଭରିବାର ମାତ୍ର କିଛି ମିନିଟ ପରେ କାର୍ସନୋୟାରୋଭୋ ଗାଁ ନିକଟରେ କ୍ରାଶ କରାଯାଇଛି। ଦୁର୍ଘଟଣା ବେଳେ ଏଥିରେ ୭ ଜଣ ଯାତ୍ରୀ ଥିଲେ। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ନିଆଯାଇଥିଲା।

  15. 15.ପୁରୁଷ ଟିମ ୪ ଗୁଣା ୪୦୦ ରିଲେରେ ଦେଶ ପାଇଁ କାଂସ୍ୟ ପଦକ ଜିତିଛି। ଧର୍ମବୀର ଚୌଧୁରୀ, ମନୁ ଥିକିନିଲ, ଜୟ କୁମାର ଓ ବିଶାଲ ଥେନାରାସୁ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.