-
1.୨୦୨୬ ମସିହା ପାଇଁ ରସାୟନ ବିଜ୍ଞାନର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଅସମମିତ ଜୈବିକ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ଉଭୟ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଦିଆଯାଇଛି।
-
2.ବରିଷ୍ଠ ଅଭିନେତା ଏବଂ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରର ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ସରକାର ମିଥୁନଙ୍କୁ ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି
-
3.ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
-
4.ଓ୍ବେଷ୍ଟବେଙ୍ଗଲ ନାଁ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ ରଖାଯିବାକୁ ଯାଉଛି। ଏଥିପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ହିଁ ଏକ ନୂତନ ବିଲ ଆଗତ କରାଯିବ।
-
5.ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ ବିଚାର ପାଇଁ ପଠାଯିବା ନେଇ ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ବିଭାଜିତ ରାୟ ଦେଇଥିଲେ। ଉକ୍ତ ରାୟକୁ ପ୍ରତ୍ୟାହାର କରିନେବା ପାଇଁ ହୋଇଥିବା ଆବେଦନକୁ ଅନୁଧ୍ୟାନ କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ସହମତ ହୋଇଛନ୍ତି।
-
6.ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି ।
-
7.ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
-
8.ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ ରେଣ୍ଟ (ପଡ଼ିଆ ଭଡ଼ା)କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।
-
9.ଶିବସେନାର ନିର୍ବାଚନ ଚିହ୍ନ ବିବାଦ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି। ଦଳ ବଦଳକୁ ସାମ୍ବିଧାନିକ ପାପ କହିଛନ୍ତି।
-
10. ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଏଥର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହ ଆଉ ୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନକରି ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ବଛାଯିବେ।
-
11.ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହୋଇଛି ଅନଲାଇନ ପଞ୍ଜୀକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୨୫ ଶହ ପଞ୍ଜୀକୃତ ହବିଷିଆଳିଙ୍କୁ ମାଗଣାରେ ରହିବା ସୁବିଧା, ମହାପ୍ରସାଦ ଓ ଜଗନ୍ନାଥ ଦର୍ଶନ ସୁଯୋଗ ଦିଆଯିବ।
-
12.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ବୁଧବାର ଦିନ ବେଞ୍ଚମାର୍କ ରେପୋ ରେଟ୍କୁ ୫.୨୫ ପ୍ରତିଶତରୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫ ପ୍ରତିଶତକୁ କରିଛି; ଏହାର ମୁଦ୍ରା ନୀତି କମିଟି (MPC) ନିଜର ନୀତିଗତ ଆଭିମୁଖ୍ୟକୁ ଅଧିକ କଠୋର ମୁଦ୍ରା ନୀତି ବ୍ୟବସ୍ଥା ଆଡ଼କୁ ପରିବର୍ତ୍ତନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।
-
13.ବାଣପୁର ତହସିଲ ଅନ୍ତର୍ଗତ କାହ୍ନେଇପୁର ମୌଜାରେ ପ୍ରାୟ ୧୭ ଏକର ଜମିର ଜାଲ୍ ପଞ୍ଜୀକରଣ ସମ୍ବନ୍ଧୀୟ ଅଭିଯୋଗ ସାମ୍ନାକୁ ଆସିଛି; ଏଥିରେ ଉକ୍ତ ଜମିର ପ୍ରକୃତ ମାଲିକ ବୋଲି ଦାବି କରୁଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଜାଣତରେ କିମ୍ବା ତାଙ୍କ ସହମତି ବିନା ଏହି ସମ୍ପତ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ହସ୍ତାନ୍ତର କରାଯାଇଛି।
-
14.ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳର କନ୍ୟା ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିଚାଳିତ ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ (କେବିସି)ରେ ଭାଗ ନେଇ ହଟ୍ସିଟରେ ବସିବାର ଗୌରବ ଲାଭ କରିଛନ୍ତି।
-
15.୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ୭ଟି ଦେଶ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ ଅଫ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ରହିଛନ୍ତି। ଆୟୋଜନ ପାଇଁ ଦାବିଦାର ଦାଖଲ କରିଥିବା ୭ ଦେଶଙ୍କ ନାମକୁ ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ଗ୍ରହଣ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
