-
1.କାନାଡା କବି ତଥା ଲେଖିକା ଆନେ କାରସନ ୨୦୨୬ ବର୍ଷ ପାଇଁ ସାହିତ୍ୟରେ ନୋବଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଗ୍ରୀକ୍ ସାହିତ୍ୟ ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି । ୧୯୯୮ ମସିହାରେ ତାଙ୍କ ରଚିତ ଉପନ୍ୟାସ ‘ଅଟୋବାଇଓଗ୍ରାଫି ଅଫ ରେଡ୍’ ପାଇଁ ସେ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲେ ।
-
2. ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍ଶୀଘ୍ର ଶ୍ରୀକ୍ଷେତ୍ର ପୁରୀରେ ଏହି ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
-
3. ୫୭ତମ ଜିଏସଟି ପରିଷଦରେ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ପୂର୍ବରୁ ଜିଏସଟି ଅଧିକାରୀଙ୍କୁ ମିଳିଥିବା ଗିରଫଦାରୀ କ୍ଷମତାକୁ ପରିଷଦ ରଦ୍ଦ କରି ଦେଇଛି।
-
4.ଯକ୍ଷ୍ମାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଥିବା ‘ଜୋସ୍’ ଅଭିଯାନରେ ଓଡ଼ିଶାର ଯୋଗଦାନ। ଯୁବପିଢ଼ି, ସ୍ୱେଚ୍ଛାସେବୀ ଓ ଏନ୍ସିସି କ୍ୟାଡେଟ୍ଙ୍କୁ ସାମିଲ କରାଯିବ।
-
5.କ୍ୟାନ୍ସର ଔଷଧର ରିଟେଲର୍ ଦର ଓ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ମଧ୍ୟରେ ରହିଥିବା ବଡ଼ ବ୍ୟବଧାନକୁ ସୁପ୍ରିମକୋର୍ଟ ଧରିବା ପରେ ଦର ହ୍ରାସ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଅଣ-ସିଡ୍ୟୁଲ୍ କ୍ୟାନସର୍ ଔଷଧର ଟ୍ରେଡ୍ ମାର୍ଜିନକୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି।
-
6.ବ୍ୟାଙ୍କ ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ ଭଳି ଶତାଧିକ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହୋଇପାରିଛି ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମ୍ସି) ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
-
7.କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଗୁଡ଼ିକର ପାଣ୍ଠି ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ ହଜାର କୋଟି ଟଙ୍କାର ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡକୁ ମଞ୍ଜୁରି ଦିଆଯାଇଛି।
-
8.ସାଧାରଣ ନିର୍ବାଚନ ଆୟୋଗ, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଚାଲିଥିବା କ୍ରମାଗତ ଅପପ୍ରଚାରକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଆଇନଜ୍ଞ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
-
9.ଶରଣକୂଳ କଲେଜ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଉଦ୍ଧାର କରାଯାଇଛି ।
-
10.ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ଅନ୍ୟ ନିର୍ବାଚନ କମିସନର (ଇସି)ଙ୍କ ନିଯୁକ୍ତି ସମ୍ବନ୍ଧିତ ନିଜ ପୂର୍ବ ନିଷ୍ପତ୍ତିର ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରେ ବିଚାରପତି ଦୀପଙ୍କର ଦତ୍ତ ଓ ସତୀଶ ଚନ୍ଦ୍ର ଶର୍ମା ଏହି ମାମଲାକୁ ଏକ ସାମ୍ବିଧାନିକ ବେଞ୍ଚକୁ ପଠାଇବା ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ଦେଇଥିଲେ।
-
11.କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍ ଆଣ୍ଟି-କ୍ୟାନସର ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ କ୍ୟାନସର ଔଷଧର ଖୁଚୁରା ମୂଲ୍ୟ (MRP)ରେ ବଡ଼ ହ୍ରାସ ହେବା ଆଶା କରାଯାଉଛି ।
-
12.ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଚାନ୍ଦପୁର ଗାଁରେ ଗୁରୁବାର ଅପରାହ୍ନରେ ଘଟିଥିବା ବାଣ ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ବାପା ପରେ ପୁଅଙ୍କର ମୃତ୍ୟୁ ଘଟିଛି।
-
13.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଢ଼ା ଯୋଜନା ଅଧୀନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ଆଜି ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
-
14.'ୱିଣ୍ଡର୍ଜି ଇଣ୍ଡିଆ ୨୦୨୬' (Windergy India 2026) ସମ୍ମିଳନୀରେ ଓଡ଼ିଶାକୁ "ପବନ ଶକ୍ତି କ୍ଷେତ୍ରରେ ବିପଦ ହ୍ରାସ ପାଇଁ ନେତୃତ୍ୱ" (Leadership in Wind Energy De-risking) ନିମନ୍ତେ ପ୍ରତିଷ୍ଠିତ 'ୱିଣ୍ଡ ଇଣ୍ଡିଆ ୨୦୨୬' ପୁରସ୍କାର ପ୍ରଦାନ କରାଯାଇଛି।
-
15.ରାଜସ୍ୱ ବୋର୍ଡର ସଦସ୍ୟ ସତ୍ୟବ୍ରତ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି, ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ସରକାରୀ ଜମିର ଘରୋଇ ମ୍ୟୁଟେସନ୍ (ମାଲିକାନା ହସ୍ତାନ୍ତର ପଞ୍ଜୀକରଣ)କୁ ଖାରଜ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
