-
1.ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ବିଭିନ୍ନ ସହରରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
-
2.ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ୨୦୦୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ଆର ସନ୍ଥଗୋପାଳନ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଚାକିରି କାଳ ପ୍ରାୟ ଦୁଇବର୍ଷ ବାକି ଥାଇ ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ନେଇ ପ୍ରଶାସନିକ କରିଡ଼ରରେ ଚର୍ଚ୍ଚା।
-
3.ରାଜ୍ୟରେ ୧୧୩୬.୬୨କୋଟି ଟଙ୍କାର ୩୯.୫୫ ଲକ୍ଷ ଇ-ଚାଲାଣ ଫଇସଲା ନହୋଇ ପଡ଼ି ରହିବା, ଏକାଧିକ ନିୟମ ଉଲ୍ଲଘଂନକାରୀ ଗାଡ଼ିଗୁଡ଼ିକୁ ଅନୁକମ୍ପା ଦେଖାଇଥିବାରୁ ୬୪୦.୮୭କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ବକେୟା ଟିକସ ଆଦାୟ ପାଇଁ ସରକାରଙ୍କ ‘ଓଟିଏସ୍’ ଯୋଜନାର ମଧ୍ୟ ଫେଲ୍ ମାରିଛି, ୧.୮୩% ଟଙ୍କା ଆଦାୟ ହୋଇଛି।
-
4.ଚଳିତବର୍ଷ ମୌସୁମୀ ଋତୁରେ ଦେଶରେ ସ୍ବାଭାବିକଠାରୁ ୧୩% କମ୍ ବର୍ଷା ହୋଇଛି। ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଦେଶର ସମଗ୍ର ବର୍ଷା ଦୀର୍ଘକାଳୀନ ହାର(ଏଲ୍ପିଏ)ର ୮୭% ରହିଛି।
-
5.ପ୍ରଶାସନିକ ଅବହେଳାରୁ କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ୍ ଦେବାରେ ବିଳମ୍ବ ହେଲେ ତାଙ୍କୁ ପ୍ରଥମ ବର୍ଷ ପରଠାରୁ ବାର୍ଷିକ ୭ ପ୍ରତିଶତ ସୁଧ ମିଳିବ। ଏ ନେଇ ଓଡ଼ିଶା ପ୍ରଶାସନିକ ସେବା (ପେନ୍ସନ୍) ନିୟମ, ୧୯୯୨ରେ ସଂଶୋଧନ କରାଯାଇଛି।
-
6.ତିଶଗଡ଼ର ବସ୍ତର ଡିଭିଜନରେ ଅତୀତରେ ବନ୍ଧୁକ ଧରିଥିବା ଆଠ ଜଣ ନକ୍ସଲ ଛତିଶଗଡ଼ ଓପନ୍ ସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
-
7.ତଟରକ୍ଷା ବାହିନୀ ଏବଂ ଗୁଜରାଟ ଏଟିଏସ ଏକ ଇରାନୀ ବୋଟରେ ୩,୦୦୦ କୋଟି ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛନ୍ତି। ଏହି ପାଞ୍ଚ ଜଣ ଅଭିଯୁକ୍ତ ସମୁଦ୍ର ପଥରେ ମୁମ୍ବାଇକୁ ୫୨୬ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଏବଂ ହେରୋଇନ୍ ପରିବହନ କରୁଥିଲେ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଠପଢା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲ ଦାୟର କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି।
-
9.ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ କେତେକ ନିୟମ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହୋଇଥିବା ବେଳେ UPI ସମ୍ପର୍କିତ ନୂଆ MDR ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବ।
-
10. ରବି ଫସଲ ପାଇଁ ୨୦୨୭-୨୮ ବର୍ଷରେ ଗହମ ସମେତ ୬ଟି ଫସଲର ସର୍ୱନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।
-
11.ଭାରତୀୟ କ୍ୟାପ୍ଟେନ୍ ବୁଧବାର ଦିନ ଫ୍ଲାଏଦୁବାଇ ଦୁବାଇ-ତେଲ ଅଭିଭ୍ ବିମାନରେ ଥିଲେ। ଯେତେବେଳେ ତାଙ୍କ ସହ-ପାଇଲଟ୍ ତାଙ୍କୁ ଆକ୍ରମଣ କରି ବିମାନକୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ତାଙ୍କର ଆଘାତ ସତ୍ତ୍ୱେ, ସେ ଦୃଢ଼ ଭାବରେ ରହିଥିଲେ ଏବଂ କକପିଟ୍ ଦ୍ୱାର ଖୋଲି ପ୍ରତିରୋଧ କଲେ। ଏହା ବିମାନରେ ଥିବା ଯାତ୍ରୀମାନଙ୍କୁ ପ୍ରବେଶ କରି ଆକ୍ରମଣକାରୀଙ୍କୁ ପରାସ୍ତ କରିବାର ସୁଯୋଗ ଦେଇଥିଲା।
-
12.ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ଗୁରୁବାର ପାକିସ୍ତାନୀ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଶିଶୁ ଏବଂ ମହିଳାଙ୍କ ସମେତ ମୋଟ୍ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
13.ଜିମ୍ବାୱେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ କେହି ବଞ୍ଚି ନାହାଁନ୍ତି। ମୃତକଙ୍କ ମଧ୍ୟରେ ଜିମ୍ବାୱେର ପ୍ରସିଦ୍ଧ ବ୍ୟବସାୟୀ ୱିକନେଲ୍ ଚିଭାୟୋ ଏବଂ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି।
-
14.‘ହିଟ୍ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ ନାଁରେ କରିଛନ୍ତି।
-
15.ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସର ବୁଧବାର ଭାରତ ପାଇଁ ସବୁଠୁ ସଫଳତମ ଦିନ ସାବ୍ୟସ୍ତ ହୋଇଛି । ବୁଧବାର ଭାରତୀୟ ଖେଳାଳିମାନେ ଦେଶ ପାଇଁ ୪ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଂଚିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
