• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଭାଜପା ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ୫ଲକ୍ଷ ୧୨ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସଂକ୍ରାନ୍ତୀୟ ଫାଇଲକୁ ଅନୁମୋଦନ କରିଛନ୍ତି।

  2. 2.୨୦୨୩-୨୪ ବର୍ଷରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ କରାଯିବ । ଏହି ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଆସିଷ୍ଟାଣ୍ଟ ଟିଚର୍ ଲେଭଲ୍-V(A) ପଦରେ ନିୟମିତ କରାଯାଇଛି। ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ।

  3. 3.‘ଇଣ୍ଡିଆ’ ମେଣ୍ଟର କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଅକ୍ଟୋବର ୬ରେ ସମସ୍ତ ସାଂସଦଙ୍କ ଦ୍ୱାରା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଘେରାଉ ଏବଂ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। 

  4. 4.କେନ୍ଦ୍ର ସରକାର ୧୪.୨ କିଲୋ ଓଜନର ଘରୋଇ LPG ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ସହିତ ୫ କିଲୋ ସିଲିଣ୍ଡର ପାଇଁ ମଧ୍ୟ ଅନୁପାତିକ ସବସିଡି ବ୍ୟବସ୍ଥା କରିଛନ୍ତି।

  5. 5. ମହାରାଷ୍ଟ୍ର ରାଇଗଡ଼ ବେଳାଭୂମିରେ ଗୁରୁବାର ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଏହି ବେଳାଭୂମିରେ ଗାଧୋଉଥିବା ବେଳେ ସମୁଦ୍ରରେ ବୁଡ଼ି ୮ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

  6. 6.ଦେଶରେ ଜିଏସଟିଆଦାୟ ପୁଣି ଥରେ ୨ ଲକ୍ଷ କୋଟି ଟଙ୍କା ଟପିଛି। ୨୦୨୬ ସେପ୍ଟେମ୍ବରରେ ମୋଟ ୨,୦୩,୫୨୧ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ୨୦୨୫ ସେପ୍ଟେମ୍ବରରେ ତାହା ୧,୭୭,୦୨୧ କୋଟି ଟଙ୍କା ଥିଲା। 

  7. 7.ଗତ ଅଗଷ୍ଟରେ ଦେଶରେ  ରେକର୍ଡ଼୨୪.୫୧ ବିଲିଅନ ଥର ୟୁପିଆଇ କାରବାର ହୋଇଥିଲା। ସେପ୍ଟେମ୍ବରରେ ଏହା ୨୪.୦୭ ବିଲିଅନକୁ ହ୍ରାସ ପାଇଛି। ଅର୍ଥାତ୍ ମାସକ ଭିତରେ କାରବାର ୧.୮% କମିଛି ବୋଲି ନ୍ୟାସନାଲ୍ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟରୁ ଜଣାପଡ଼ିଛି।

  8. 8.ଅକ୍ଟୋବର ୨ରେ ପାଳନ ହେବାକୁ ଥିବା ‘ନୋ ୟୁପିଆଇ   ଡେ’ ଆହ୍ୱାନକୁ ବ୍ୟବସାୟୀ  ସଂଗଠନଗୁଡ଼ିକ ପ୍ରତ୍ୟାହାର କରିଛନ୍ତି।

  9. 9.ବିଶ୍ବ ବାଣିଜ୍ୟରେ ପ୍ରଭାବ ବିସ୍ତାର କଲେ ବି ପ୍ରତି ୟୁନିଟ୍‌ ବିନିମୟ ମୂଲ୍ୟ ଦୃଷ୍ଟିରୁ ଏହା ପ୍ରଥମ ସ୍ଥାନରେ ନାହିଁ। ବ୍ରିଟିସ୍‌ ପାଉଣ୍ଡ୍‌ ଓ ୟୁରୋ ମଧ୍ୟ ଶୀର୍ଷ ସ୍ଥାନରେ ନାହାନ୍ତି। ୟୁନିଟ୍ ମୂଲ୍ୟ ଦୃଷ୍ଟିରୁ କୁଏତର ‘ଦିନାର୍‌’ ଏକ ନମ୍ବର୍‌ ସ୍ଥାନରେ ଅଛି। ଏବେ ଗୋଟିଏ କୁଏତି ଦିନାର୍‌ର ମୂଲ୍ୟ ପ୍ରାୟ ୩.୨୫ ଡଲାର୍‌ ଅଛି।

  10. 10.ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ଅନିୟମିତତା ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତରରେ ପ୍ରସ୍ତାବିତ ପ୍ରତିବାଦ ପାଇଁ ଦିଲ୍ଲୀ ପୁଲିସ ଅନୁମତି ମନା କରିଛି।

  11. 11.ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ଐତିହାସିକ ବିଜୟ ହାସଲ କରିଛି। ଏସିଆନ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତର ମହିଳା ରିକର୍ଭ ଟିମ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି।

  12. 12.ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।

  13. 13.ଭାରତୀୟ ଦଳ ଅକ୍ଟୋବର ୭ ତାରିଖରେ କେପ୍‌ ଟାଉନସ୍ଥିତ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଏହାପରେ ୧୦ ତାରିଖରେ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନକୁ ମୁହଁାମୁହିଁ ହେବେ। 

  14. 14.ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୪-୩ ଗୋଲ୍‌ରେ ବିଜୟୀ ହୋଇଛି ।

  15. 15.ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ ଅନୁଯାୟୀ ୧୨ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.