• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦେଶରେ ଔଷଧ ଦରରେ ରହୁଥିବା ବଡ଼ଧରଣର ଅନ୍ତରକୁ ନେଇ ସୁପ୍ରିମକୋର୍ଟ  ‌କେନ୍ଦ୍ର ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ଔଷଧ ନିର୍ମାତାଙ୍କୁ ସାହାଯ୍ୟ କରିବା ଲାଗି ଯେଭଳି ପୂରା ସିଷ୍ଟମ (ବ୍ୟବସ୍ଥା) କାମ କରୁଥିବା ଭଳି ମନେ ହେଉଛି।

  2. 2.ତାମିଲନାଡୁର ଥେନି ଜିଲ୍ଲାର ଏକ ଉପକାରାଗାରରୁ ୧୭ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। 

  3. 3.ନାଗରିକମାନଙ୍କ ଗୋପନୀୟତା ଅଧିକାର ଏବଂ ଗଣମାଧ୍ୟମର ଅନୁସନ୍ଧାନ ଓ ରିପୋର୍ଟ   କରିବାର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

  4. 4.ଆମେରିକା ନିଜ ସାମରିକ ଘାଟିକୁ ୯୦ ଦିନ ପର୍ଯ୍ୟନ୍ତ ବାହ୍ୟ ସହାୟତା ବିନା ଚଳାଇବା ଦିଗରେ ପ୍ରସ୍ତୁତି କରୁଛି। ଆଉ ଏବେ ଜାପାନ ମଧ୍ୟ ଲୋକଙ୍କୁ ଖାଦ୍ୟ, ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିବାକୁ ଯାଉଛି।

  5. 5. ପ୍ରକୃତିର ନିୟମ ଅନୁସାରେ ଆର୍କଟିକ୍‌ (ଉତ୍ତର ମେରୁ) ଅଞ୍ଚଳରେ ଶତାବ୍ଦୀ ଶତାବ୍ଦୀ ଧରି ବରଫର ସାମ୍ରାଜ୍ୟ ମାଡ଼ି ଚାଲିଥିଲା। କିନ୍ତୁ ମନୁଷ୍ୟକୃତ ‘ଗ୍ଲୋବାଲ ୱାର୍ମିଂ’ ବା ବିଶ୍ୱତାପନ ଏହି ପ୍ରାକୃତିକ ପ୍ରକ୍ରିୟାକୁ ହଠାତ୍‌ ଅଟକାଇ ଦେଇଛି ଏବଂ ଏକ ବଡ଼ ବରଫ ଯୁଗକୁ ସମ୍ପୂର୍ଣ୍ଣ ରୂପେ ବିଫଳ କରିଦେଇଛି।

  6. 6.ହାଉସ ଜୁଡିସିଆରି କମିଟିର ଡେମୋକ୍ରାଟ୍ସଙ୍କ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟକୁ ଆଧାର କରି ପିପୁଲ.କମ୍‌ ରିପୋର୍ଟ କହିଛି ଯେ, ପୂର୍ବତନ ମିସ୍‌ ସୁଇଜରଲାଣ୍ଡ ବେଆଟ୍ରିସ କ୍ୟୁଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୧୯୯୩ ମସିହାରେ ନ୍ୟୁୟର୍କ ସିଟିର ଏକ ହୋଟେଲରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି। 

  7. 7.ଅଷ୍ଟ୍ରେଲିଆର କେତେକ ଗବେଷକମାନଙ୍କ ଦ୍ୱାରା ନିକଟରେ କରାଯାଇଥିବା ଏକ ଫରେନ୍ସିକ ଗବେଷଣାରୁ ଜଣାପଡ଼ିଛି ଯେ, ମୃତ୍ୟୁର ପ୍ରାୟ ୧୬ ମାସ ପର୍ଯ୍ୟନ୍ତ ମୃତଦେହ ନିଜ ସ୍ଥାନରୁ ପ୍ରାୟ ୨୦ ଇଞ୍ଚ ପର୍ଯ୍ୟନ୍ତ ଘୁଞ୍ଚିପାରେ।

  8. 8. ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ ମଧ୍ୟାହ୍ନ ଭୋଜନ (ମିଡ୍‌-ଡେ ମିଲ୍‌) ବ୍ୟବସ୍ଥା ବନ୍ଦ ହୋଇପାରେ । ଦୀର୍ଘ ୬ ମାସ ଧରି ଏ ବାବଦରେ ବକେୟା ଅର୍ଥ ପ୍ରଦାନ ହୋଇନଥିବାରୁ ବିହାର ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଏଭଳି ଚେତାବନୀ ଦେଇଛି ।

  9. 9.ଆସନ୍ତା ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତାନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ  ଜାତୀୟ ପରେଡ୍‌ ଅନୁଷ୍ଠିତ ହେବ। ଏଥିରୁ ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ପ୍ରତିନିଧି ଯୋଗ ଦେବେ।

  10. 10. ମୟୂରଭଞ୍ଜ ଜିଲ୍ଲାର ମାଟିତଳେ ସୁନା ଓ ତମ୍ବା ଭଳି ମୂଲ୍ୟବାନ ଖଣିଜ ସମ୍ପଦ ରହିଛି। ଏହାର ସନ୍ଧାନ ପାଇଁ ବହୁବର୍ଷ ଧରି ସର୍ଭେ ଚାଲିଥିଲେ ମଧ୍ୟ ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆଗେଇ ପାରୁନାହିଁ। 

  11. 11.ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ ହୋଇଛି।

  12. 12.ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାତ୍ୟା ଛତିଶଗଡ଼ ଆଡ଼କୁ ମୁହାଁଇବା ବେଳେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିମି ରହିପାରେ।

  13. 13.ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ବୈଜ୍ଞାନିକ ନିଜ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ଶରଦ କଟିୟାର(୪୭) ।ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ କଟିୟାରଙ୍କ ଉପରେ ଅଯଥାରେ କାମ ଚାପ ଥିଲା । ସେଥିପାଇଁ ସେ ବିବ୍ରତ ହୋଇଯାଉଥିଲେ ।

  14. 14.ଏକଥା କେବେବି ଭାବି ନ ଥିଲେ ରାଜସ୍ଥାନ ଜୟପୁରର ଏହି ବ୍ୟବସାୟୀ ଜଣକ । ୨୦ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ସ୍କୁଟର ଉପରେ ଥୋଇ ବ୍ୟବସାୟୀ ଜଣକ ରାସ୍ତା କଡ଼ରୁ ୨୦ ଟଙ୍କାର କଚୋଡ଼ି ଖାଉଥିବା ବେଳେ ଦୁଇଜଣ ଲୁଟେରା ବ୍ୟାଗ୍ ଧରି ଚମ୍ପଟ ମାରିଲେ ।

  15. 15.ଭାରତ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ଛଅ ୱିକେଟରେ ପରାସ୍ତ କରିଛି। ଭାରତ ୧୩.୨ ଓଭରରେ ୧୯୯ ରନର ଟାର୍ଗେଟ ହାସଲ କରିଛି। ଅଭିଷେକ ୩୮ ବଲ୍‌ରେ ୧୧୩ ରନର ଇନିଂସ ଖେଳିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.