-
1.ଭାରତର ନେଭିଗେସନ୍ ଉପଗ୍ରହ ବ୍ୟବସ୍ଥା ‘ନାଭିକ୍’କୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅକ୍ଟୋବର ୩୦ରେ ଏନ୍ଭିଏସ୍-୦୩ ଉପଗ୍ରହ ଉତ୍କ୍ଷେପଣ କରିବାକୁ ଯାଉଛି।
-
2.ୟୁଏଇ ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ “ଜାୟେଦ୍ II- ଫାଷ୍ଟ କ୍ଲାସ ” ପୁରସ୍କାରରେ ସମ୍ମାନିତ କରିଛି। ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ସମାରୋହ ସମୟରେ ମଚ୍ଛାରଙ୍କୁ ଆଲିଙ୍ଗନ କରିଥିଲେ।
-
3.କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା (ଡିଏ) ୩% ବୃଦ୍ଧିକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି।
-
4.ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ଆଜମ ଖାନ୍ଙ୍କ ସହ ଜଡ଼ିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଜମି ଓ କୋଠାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
-
5.ମଧ୍ୟପ୍ରଦେଶର ଭୋପାଳରେ ପାଞ୍ଚ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ୭୮ ବର୍ଷୀୟ ଖବରକାଗଜର ପୂର୍ବତନ ମାଲିକ ପ୍ୟାରେ ମିଆଁଙ୍କୁ ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୧୦ଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୭୭.୬୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।
-
6.ସ୍ପେନ୍ରେ ବୁଧବାର ସକାଳେ ଦୁଇ ହାଇସ୍ପିଡ୍ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ୪୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟି ମୁଖ୍ୟତଃ ଦାୟୀ ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ।
-
7.ଓଡିଶାରେ ବାତ୍ୟା ପୂର୍ବରୁ ସୁରକ୍ଷିତ ପ୍ରସବ ପାଇଁ ୨,୨୪୫ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା। ଏହି ସମୟ ମଧ୍ୟରେ ୯୩୧ ମହିଳା ପ୍ରସବ କରିଛନ୍ତି। ମା' ଏବଂ ପିଲା ଉଭୟ ସୁସ୍ଥ ଅଛନ୍ତି। ‘ଅର୍ଣ୍ଣବ’ ସମୟରେ ଓଡ଼ିଶାରେ ୯୩୧ ଶିଶୁ ଜନ୍ମ ହୋଇଛନ୍ତି।
-
8.ନିଜ ଜୀବନର ଅନେକ ଅକୁହା କଥାକୁ ସାମ୍ନାକୁ ଆଣିବାକୁ ଯାଉଛନ୍ତି ସୋନିଆ। ଏଥିପାଇଁ ସେ ଲେଖିଛନ୍ତି ନିଜ ପୁସ୍ତକ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’।ସୋନିଆ ଗାନ୍ଧୀ। ସେ କହିଛନ୍ତି, ସେ କେବେ ବି ଚାହୁଁନଥିଲେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ।
-
9.ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ବାତ୍ୟା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୫ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।
-
10.ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ସମୟରେ ଭୋଟରମାନଙ୍କୁ ବାଦ୍ ଦେବା ବେଳେ କମିସନ ନିଜର ବିଚାରବୁଦ୍ଧି ପ୍ରୟୋଗ କରିଥିଲେ କି ନାହିଁ, ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ଏହାସହ ୨୦୨୬ ମସିହାର ଭୋଟର ତାଲିକାରେ ନାମ ଥିବା ଏବଂ ବାସସ୍ଥାନ ବଦଳାଇଥିବା ଭୋଟରମାନଙ୍କୁ ନୂଆ ଭୋଟର ଭାବେ ଫର୍ମ ୬ ପୂରଣ କରିବାକୁ କାହିଁକି କୁହାଯାଉଛି ବୋଲି କୋର୍ଟ ପଚାରିଛନ୍ତି।
-
11.ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (ଡିପିଡିପି) ଆଇନ ଓ ଏହାର ନିୟମ ବିରୋଧରେ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
-
12.ମୋ ପୁସ୍ତକ ପ୍ରକାଶ ପାଇବା ପରେ ନିଶ୍ଚୟ କିଛି ‘ତାମାସା’ ହେବ। ବର୍ଷ ବର୍ଷ ହେଲା ଲୋକେ ମୋ କାହାଣୀ କହିଆସୁଛନ୍ତି। ଏବେ ମୋ ପାଳି। ମୁଁ ନିଜେ ନିଜ କାହାଣୀ କହିବି। ଆସନ୍ତା ୧୦ ତାରିଖରେ ପ୍ରକାଶିତ ହେବାକୁ ଥିବା ଆତ୍ମଜୀବନୀ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ବିଷୟରେ ସୂଚନା ଦେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଏହି ଟିପ୍ପଣୀ ଦେଇଛନ୍ତି।
-
13.ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀଙ୍କ ସହ ଶାନ୍ତି ସ୍ଥାପନ ପାଇଁ ସାଉଦି ଆରବ ୧୦୦ କୋଟି ଡଲାର ଅର୍ଥ ଯାଚିଛି। ହୁତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ସାଉଦି ଆରବ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଚାଲିଛି।
-
14.କେନ୍ଦ୍ର ସରକାର ନୂଆ ଟୋଲ ପାସ୍ ଘୋଷଣା କରିଛନ୍ତି। ଟୋଲ ପ୍ଲାଜାର ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଏହି ବ୍ୟବସ୍ଥା ଅଣାଯାଇଛି। ଆସନ୍ତା ୧ ତାରିଖରୁ ଏହି ଟୋଲ୍ ପାସ ଜାରି କରାଯିବ। ଅତିକମ୍ରେ ୧୫୦୦ ଟଙ୍କା ଦେଇ ବାର୍ଷିକ ପାସ କିଣିପାରିବେ। ତେବେ ଏହି ପାସ ପାଇଁ ୧୫୦୦ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ।
-
15.ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ । ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଟାଟା ଗ୍ରୁପ୍ର ରହିଥିବା ଅବସର ନୀତି ଆଧାରରେ ଏହି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
