-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ,'ଓଡ଼ିଶା ଆଗାମୀ ଦିନରେ ‘ମାଇଣ୍ଡ୍’ରୁ ‘ମାଇକ୍ରୋ ଚିପ୍’ ପର୍ଯ୍ୟନ୍ତ ପ୍ରସ୍ତୁତ କରି ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି । ଓଡ଼ିଶାର ଯୁବଗୋଷ୍ଠୀ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ପୂରଣ ହେବ ।’
-
2.ଭାରତୀୟ ବାୟୁସେନାର ୯୪ତମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ତିନିଦିନିଆ ଏୟାର୍ ସୋ’ କାର୍ଯ୍ୟକ୍ରମର ଶେଷ ଦିନରେ ବାରାଣସୀର ନମୋ ଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।
-
3.ସୁଲଭ ମୂଲ୍ୟରେ ବହୁ ସୁବିଧାସୁଯୋଗ ଥିବା ଟଚ୍ସ୍କ୍ରିନ୍ ସ୍ମାର୍ଟଫୋନ୍ ଉପଲବ୍ଧ କରାଇ ଚୀନ୍ କମ୍ପାନିଗୁଡ଼ିକ ଭାରତୀୟ ବଜାରରେ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିଛନ୍ତି।
-
4.ଆସନ୍ତା ୨୮ ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର ଥିଲା। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରାଯିବା ପରେ ତାଙ୍କ ଗସ୍ତକୁ ବାତିଲ୍ କରାଯାଇଥିବା ସୂଚନା ମିଳିଛି।
-
5. ବାଂଲାଦେଶର ଜେଲ୍ଗୁଡ଼ିକରେ ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୬୮ ଜଣ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି।
-
6.ଦେଶରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ମାଫିଆଙ୍କୁ ମୂଳପୋଛ କରିବା ପର୍ଯ୍ୟନ୍ତ ଭାରତର ଅଭିଯାନ ଜାରି ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
-
7.ଆସନ୍ତା ୨୮/୨୯ ତାରିଖରେ ଆନ୍ଧ୍ର ପ୍ରଦେଶରେ ସ୍ଥଳ ଭାଗ ଛୁଇଁବାକୁ ଯାଉଥିବା ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆକଳନ କରାଯାଉଛି ।
-
8. ବିଶିଷ୍ଟ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ୨୦୨୬ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ଡକ୍ଟର ପରିଡ଼ାଙ୍କୁ ତାଙ୍କ କବିତା ସଂକଳନ 'ବିଶ୍ୱାସ ଦେ ପୃଥିବୀ' ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି।
-
9.ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦାମୋଦର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଛି।
-
10.ଫିଲିପାଇନ୍ସର ଗୋଟିଏ ଏୟାରବେସ୍ରେ ଟ୍ରେନିଂ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏହି ମଝି ଆକାଶ ଅଘଟଣରେ ଦୁଇଟି ଯାକ ବିମାନରେ ଥିବା ୪ ପାଇଲଟଙ୍କ ମୃତ୍ୟୁ ଘଟିଛି
-
11.ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।
-
12.ଶ୍ରୀଲିଙ୍ଗରାଜ ମନ୍ଦିର ଓ ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ହବିଷ୍ୟାଳିମାନଙ୍କୁ ଅବଢ଼ା ସେବନ କରିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଦେଖାଦେଇଛି ବ୍ୟତିକ୍ରମ। ଜଣେ ବି ହବିଷ୍ୟାଳି ଏକାମ୍ରକ୍ଷେତ୍ରକୁ ଆସିନାହାନ୍ତି।
-
13.ଗୁଜରାଟର ଭଦୋଦରାରେ ଜିମ୍ବାୱେ ବିପକ୍ଷରେ ଭାରତୀୟ ମହିଳା ଟିମ୍ ଦମଦାର ବିଜୟ ହାସଲ କରିଛନ୍ତି। ଦ୍ବିତୀୟ ମୁକାବିଲାରେ ଭାରତୀୟ ମହିଳା ଟିମ୍ ଜିମ୍ବାୱେକୁ ୩୨୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା।
-
14.କ୍ରୀଡ଼ା ମହାକୁମ୍ଭ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ -୨୦୨୮ରେ କ୍ରିକେଟକୁ ସ୍ଥାନ ମିଳିଛି। ଟି୨୦ ଫର୍ମାଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ।
-
15.ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପରୱିନ୍ଦର ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସହ ୬୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
