-
1.ଓଡ଼ିଶା ମଧ୍ୟ ବାତ୍ୟା ଅର୍ଣ୍ଣବ ଘୂର୍ଣ୍ଣିଝଡ଼ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୬୦ ଉଦ୍ଧାର ଦଳ ନିୟୋଜିତ କରାଯିବ। ୨୮ ଏବଂ ୨୯ ଅକ୍ଟୋବରରେ ୬ଟି ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରହିବ।
-
2.ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ ।
-
3.ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ ଘୋଷଣା କରାଯାଇଛି । ଏହାଦ୍ୱାରା ୧୦୦ ପ୍ରତିଶତ ଇଥାନଲ୍ରେ ଚାଲିପାରୁଥିବା E100 ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ିର ବ୍ୟବହାର ପାଇଁ ବାଟ ଖୋଲିଛି ।
-
4.ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏବେ ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ କମ୍ପ୍ୟୁଟେଶନାଲ ଥିଙ୍କିଙ୍ଗ(ସିଟି) ଏବଂ ଏଆଇ ଉପରେ ଆଧାରିତ ଏକ ୨୦ ଘଣ୍ଟିଆ ପ୍ରାରମ୍ଭିକ ମଡ୍ୟୁଲ ପଢ଼ିବେ।
-
5.ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡାଟା ସେଣ୍ଟର ଉଦ୍ଘାଟନ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଥିଲେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ହେଉଛି ବିଶ୍ବର ସର୍ବବୃହତ୍ ବାସ୍ତବ ସମୟ ପେମେଣ୍ଟ୍ ବ୍ୟବସ୍ଥା। ୨୦୧୬-୧୭ ପରଠାରୁ ଏଥିରେ ୧୩୦୦୦ ଗୁଣା ବୃଦ୍ଧି ହୋଇଛି। ବର୍ତ୍ତମାନ ଦୈନିକ ୮୦ କୋଟିରୁ ଅଧିକ ଓ ଗୋଟିଏ ମାସରେ ୨୪୦୦ କୋଟିରୁ ଅଧିକ ୟୁପିଆଇ କାରବାର ହେଉଛି।
-
6.ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୋ ଜଣେ ୬୦ ବର୍ଷୀୟ ବୃଦ୍ଧ ଘରର ବାଲକୋନିରୁ ଗୁଟଖା (ତମାଖୁ ଚୋବାଇବା) ପରେ ଛେପ ପକାଇବା ବେଳେ ଚାଲିଗଲା ଜୀବନ। ବୃଦ୍ଧ ଜଣକ ଛେପ ପକାଇବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।
-
7.ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ/ବିଧାୟକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଲା କହିଛନ୍ତି ଯେ ୨୦୧୮ ମସିହାରୁ ତାଙ୍କ ବିରୁଦ୍ଧରେ ଏକ ମାନହାନି ମାମଲା ବିଚାରାଧୀନ ଥିଲା ।
-
8.ତାମିଲନାଡୁର ପୂର୍ବତନ ଶିକ୍ଷାମନ୍ତ୍ରୀ ଅନବିଲ ମହେଶ ଗିରଫ। ୧୦୦ କୋଟିର ଲାଞ୍ଚ କାରବାର ମାମଲାରେ ମହେଶଙ୍କୁ ଗିରଫ କରି ଚେନ୍ନାଇ ପୁଲିସର କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ବା ସିସିବି।
-
9.ଛତିଶଗଡ଼ର ଦୁର୍ଗ ଅନ୍ତର୍ଗତ ଖୁରସିପର ଅଞ୍ଚଳରେ ଚାଲିଥିବା ଯାଞ୍ଚ ବେଳେ ପୁଲିସ୍ ସବୁ ଖେଳରେ ପାଣି ପକାଇ ଦେଇଛି। ଭ୍ୟାନରେ ଅତ୍ୟନ୍ତ ଗୁପ୍ତ ଭାବେ ଚାଲାଣ ହେଉଥିବା ନଗଦ ୪ କୋଟି ଟଙ୍କାକୁ ପୁଲିସ୍ ଜବତ କରିଛି।
-
10.ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ସୁଶୀଲ ମେହେର ନେଲେ ବଡ଼ ନିଷ୍ପତ୍ତି। ୨୦୨୬-୨୭ ବର୍ଷ ଧନୁଯାତ୍ରା ପୂର୍ବରୁ ସେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି କଲେ ଘୋଷଣା।
-
11.ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି, ଚାଇନା ସେନା ସୀମାବର୍ତ୍ତୀ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଛି। ଏଥିସହ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ସମ୍ମାନ ଦେବାକୁ ସେ ଭାରତକୁ ଆହ୍ବାନ ଦେଇଛନ୍ତି।
-
12.ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ ଏବେ ଇଟାଲୀ, ବେଲଜିୟମ ଓ ଆଲବାନିଆ ପର୍ଯ୍ୟନ୍ତ ବ୍ୟାପିଛି।
-
13.ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ ।
-
14.କବିତା ମହତୋ ୧୦ ମିନିଟ୍ ମଧ୍ୟରେ ଶେଷ କରିବାକୁ ଥିବା ୧୬୦୦ ମିଟର ଦୌଡ଼କୁ ମାତ୍ର ୮ ମିନିଟ୍ ୫୭ ସେକେଣ୍ଡରେ ପୂରଣ କରିଥିଲେ।ହୋମ୍ଗାର୍ଡ ନିଯୁକ୍ତିର ହାଇଜମ୍ପ ପରୀକ୍ଷାରେ କବିତା ସଫଳ ହୋଇପାରି ନଥିଲେ। ଏଥିପାଇଁ ତାଙ୍କୁ ତିନୋଟି ସୁଯୋଗ ମିଳିଥିଲା, ହେଲେ ସେ ହାଇଜମ୍ପ ପୂରଣ କରିପାରି ନଥିଲେ।
-
15.ମଧ୍ୟପ୍ରାଚ୍ୟ ଉତ୍ତେଜନା ପ୍ରଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ୍କୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତୈଳ ଦର ଉଚ୍ଚା ରହିଥିବାରୁ ତାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିବ। ଜିଡିପି ଅଭିବୃଦ୍ଧି ୭ ପ୍ରତିଶତକୁ ଖସିବା ଓ ମୁଦ୍ରାସ୍ଫତି ୫.୭ ପ୍ରତିଶତକୁ ବଢ଼ିବା ଆଶଙ୍କା ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
