-
1.ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଓ ଗଜପତିରେ ୨୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ। ଉଭୟ ଜିଲ୍ଲାର ୧ ହଜାର ଗାଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଜଳଘେରିରେ ରହିଛନ୍ତି।
-
2.ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଓ ଗଜପତିରେ ୨୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ। ଉଭୟ ଜିଲ୍ଲାର ୧ ହଜାର ଗାଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଜଳଘେରିରେ ରହିଛନ୍ତି।
-
3.ଓଡିଶାକୁ ମହାମହିମଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ। ନଭେମ୍ବର ୩ରୁ ୫ ତାରିଖ ଯାଏଁ ରାଇରଙ୍ଗପୁରରେ ରହିବେ।
-
4.ଜଣଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା। ଜଣେ ଷ୍ଟାଫଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତିା
-
5.ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ।
-
6.ୟୁକ୍ରେନ ସହର ଡନିପ୍ରୋରେ ରୁଷ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିଥିବା ଗୁରୁବାର ଖବର ମିଳିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
-
7.ବ୍ରାଜିଲ୍ର ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ଫ୍ଲାଭିଓ ବୋଲସୋନାରୋ ନିଜ ପରିବାର ସହ ଆମେରିକାର ମିଆମିରେ ପହଞ୍ଚିଛନ୍ତି।
-
8.ନେତାନ୍ୟାହୁଙ୍କ ଲିକୁଡ୍ ଦଳ ଓ ଏହାର ସହଯୋଗୀ ଦଳଗୁଡ଼ିକ ପ୍ରାୟ ୫୩ଟି ଆସନ ପାଇବାକୁ ଯାଉଛନ୍ତି। ଅନ୍ୟପକ୍ଷରେ, ଆଇଜେନକୋଟ୍ଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ପ୍ରାୟ ୪୮ଟି ଆସନ ପାଇବାର ଆକଳନ କରାଯାଇଛି। ଆରବ ସମ୍ପ୍ରଦାୟର ଦଳଗୁଡ଼ିକ ମିଳିତ ଭାବେ ପ୍ରାୟ ୧୯ଟି ଆସନ ପାଇବାର ସମ୍ଭାବନା ରହିଛି।
-
9.ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ନିକଟରେ ଗୁଳିମାଡ଼ରେ ଏକ ୧୯ ମାସର ଚିତାର ମୃତ୍ୟୁ ଘଟଣାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି।
-
10.କର୍ଣ୍ଣାଟକ ସରକାର କ୍ଷୀର ଲିଟର ପିଛା ୮ ଟଙ୍କା ବଢାଇବେ । ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଲାଗୁ ହେବ।
-
11.ତାମିଲନାଡୁ ରାଜ୍ୟର ଦୁର୍ନୀତି ନିରୋଧୀ ଓ ସତର୍କତା ନିର୍ଦ୍ଦେଶାଳୟ (ଡିଭିଏସି) ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍କେ ନେତା କେ.ଏନ୍. ନେହରୁଙ୍କ ସହ ସମ୍ପର୍କିତ ୨୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।
-
12.ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତିରେ ଓଡ଼ିଶାର ୩୫,୩୯,୨୯୭ ଚାଷୀଙ୍କୁ ମିଳିବ ୭୦୭.୮୫ କୋଟି ଟଙ୍କା। ଅକ୍ଟୋବର ୩୦ରେ ଭୁବନେଶ୍ୱର OUATରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ।
-
13.ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି) ଓ ଏହାର ଅପିଲ୍ ସଂସ୍ଥା ଏନ୍ସିଏଲ୍ଏଟିର କାର୍ଯ୍ୟରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।
-
14.ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ସପକ୍ଷରେ ନୁହେଁ। ଏହା ଏକ ସନ୍ତୁଳିତ ନିର୍ଦ୍ଦେଶ ପ୍ରଦାନ କରିବ। ନିୟମ ଉଲ୍ଲଂଘନ କରି ବାଣ ବିକ୍ରୟ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
-
15.କର୍କଟ ରୋଗର ଚିକିତ୍ସାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ତାଲିକା ପ୍ରକାଶ କରାଯାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ରୁ ଲାଗୁ ହେବ।
-
16.ଏକ୍ସପ୍ରେସ ୱେରେ ୧୪୪ କିମି ପର୍ଯ୍ୟନ୍ତ ସ୍ପିଡ୍ରେ ଯାଉଥିବା ଯାନବାହନ ନାଁରେ ଏଣିକି କଟାଯିବନି ଚାଲାଣ । ଏକଥା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନିତିନ ଗଡକରୀ । ଏକ୍ସପ୍ରେସ ୱେରେ ଏବେ ସର୍ବାଧିକ ସ୍ପିଡ୍ ୧୨୦ କିମି ରହିଛି ।
-
17.ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ମାମଲା ଏବେ ନୂଆମୋଡ଼ ନେଇଛି। ହାଇକୋର୍ଟ ଏହି ମାମଲାରେ ବିଜେଡିରୁ ନିଲମ୍ବିତ ୫ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରି ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
18.ଡିଜିଟାଲ ଠକେଇ ଘଟଣାରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଡିଜିଟାଲ ଠକେଇ ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରାଯିବା ଦରକାର। ଡିଜିଟାଲ ଠକେଇ ପୀଡ଼ିତଙ୍କୁ ସୁରକ୍ଷା ଦେବା ବ୍ୟାଙ୍କଗୁଡ଼ିକର ଦାୟିତ୍ୱ। ଡିଜିଟାଲ ଠକେଇ ପୀଡ଼ିତଙ୍କୁ ବ୍ୟାଙ୍କ ପକ୍ଷରୁ କ୍ଷତିପୂରଣ ମିଳିବା ସପକ୍ଷରେ ମତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
-
19.ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଭାରତରେ ଅତ୍ୟଧିକ ଗରମ ଯୋଗୁ ପ୍ରାୟ ୫୫ ହଜାର ଅତିରିକ୍ତ ମୃତ୍ୟୁ ଘଟିପାରେ। ଏଥିମଧ୍ୟରୁ ଅଧିକାଂଶ ମୃତ୍ୟୁ ମାର୍ଚ୍ଚ ମାସରେ ହେବାର ଆଶଙ୍କା କରିଛି ସଂସ୍ଥା।
-
20.ପିଏନବିର ଗ୍ରେଟର ନୋଏଡା ବ୍ରାଞ୍ଚରେ ଥିବା ଅନେକ ସେଭିଂ ଆକାଉଣ୍ଟ ଓ ଫିକ୍ସଡ ଜମାରୁ ପ୍ରାୟ ୩୫ କୋଟି ଟଙ୍କା ଗାଏବ ହୋଇଯିବା ଘଟଣା ହଇଚଇ ସୃଷ୍ଟି କରିଛି। ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଫିକ୍ସଡ ଜମାରୁ ଟଙ୍କା ଉଠାଣ ହୋଇଥିଲେ ହେଁ ଏ ସମ୍ପର୍କରେ ଗ୍ରାହକମାନେ କିଛି ଜାଣି ନାହାନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
