• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ  ଧୁମ୍‌ଧାମରେ ପାଳିତ ହୋଇଛି । ସରଯୂ ନଦୀ କୂଳର ୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ।

  2. 2.ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ଆସନ ଖସିବାର ସମ୍ଭାବନା ଦେଖାଦେଇଛି ।

  3. 3.ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର ଶକ୍ତିଶାଳୀ ସୌରଝଡ଼ ଯୋଗୁ ଭାଙ୍ଗିଯାଇଛି।

  4. 4.ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହାୟତା ପ୍ରଦାନ କରିବାର ଘୋଷଣା କରିଛି।

  5. 5.ମଧ୍ୟବର୍ତ୍ତୀ ନିର୍ବାଚନରେ ବଡ଼ ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜର ଆଭିମୁଖ୍ୟକୁ ଅଧିକ ଆକ୍ରମଣାତ୍ମକ କରି ହ୍ବାଇଟ ହାଉସର ନୂଆ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ କଠୋରପନ୍ଥୀ ଷ୍ଟିଫେନ୍‌ ମିଲରଙ୍କ ନାମ ଘୋଷଣା କରିଛନ୍ତି।

  6. 6.ବିହାରର ବକ୍ସର ଜିଲ୍ଲା ଡୁମରାଓଁର ଅକ୍ଷରା ସିଂହ ଦିନେ ବିଦ୍ୟାଳୟରେ ଟପ୍ପର ହୋଇ ନିଜ ପ୍ରତିଭାର ପରିଚୟ ଦେଇଥିବା ଅକ୍ଷରା ଆଜି ଜଣେ ସରକାରୀ ଶିକ୍ଷୟିତ୍ରୀ। ଏବେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗଦେଇ ସମାଜ ପାଇଁ ବଡ଼ ଅବଦାନ ରଖିବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ।

  7. 7.ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ସୋନୁ ମଲାନ। ଦିନେ ଲୋକେ ତାଙ୍କୁ କହୁଥିଲେ, ‘ତୁ ଝିଅ, ଏସବୁ କରିପାରିବୁ ନାହିଁ’। ଆଜି ସେ ଉତ୍ତରପ୍ରଦେଶ ପରିବହନ ନିଗମରେ ବସ୍ ଚାଳିକା ଭାବେ କାର୍ଯ୍ୟ କରିବା ସହ ଅଲିଗଡ଼-ନୋଏଡା ହାଇୱେରେ ବସ୍ ଚଳାଉଛନ୍ତି।

  8. 8.ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ 'ମହକ' କାର୍ଯ୍ୟକ୍ରମରେ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ କୋବାଗୁଡ଼ାସ୍ଥିତ ଉତ୍କଳ ମାର୍ଥୋମା ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ର ଦଶମ ଶ୍ରେଣୀର ଛାତ୍ର ରେଷମ୍ ଟାକ୍ରି ପ୍ରଥମ ପୁରସ୍କାର ହାସଲ କରିଛନ୍ତି।

  9. 9.ମୁହୂର୍ତ୍ତ ଟ୍ରେଡିଂ ହେଉଛି ଭାରତୀୟ ସେୟାର ବଜାରର ଏକ ବିଶେଷ ଏବଂ ପାରମ୍ପରିକ ଅଧିବେଶନ, ଯାହା ପ୍ରତିବର୍ଷ ଦୀପାବଳି ଅବସରରେ ଆୟୋଜିତ ହୋଇଥାଏ। ଏହି ଦିନ ସାଧାରଣତଃ ସେୟାର ବଜାର ବନ୍ଦ ରହିଥାଏ। କିନ୍ତୁ କେବଳ ଏକ ଘଣ୍ଟା ପାଇଁ ଟ୍ରେଡିଂ ପାଇଁ ବଜାର ଖୋଲାଯାଇଥାଏ

  10. 10.ଭାରତରେ ପ୍ରତିବର୍ଷ ୧.୨୨ ଲକ୍ଷ କୋଟି ଟଙ୍କାର ଖାଦ୍ୟ ସାମଗ୍ରୀ ଲୋକଙ୍କ ଥାଳିରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି। କ୍ଲାଇମେଟ୍‌ ଟ୍ରେଣ୍ଡ୍‌ସର ଏକ ରିପୋର୍ଟ ଅନୁଯାୟୀ ଏହାର ଦୁଇଟି କାରଣ ରହିଛି। ଗୋଟିଏ କାରଣ ହେଲା ଫଳ ଓ ପନିପରିବା ସୁରକ୍ଷିତ ରଖିବା ଲାଗି ଦେଶରେ ଶୀତଳ ଭଣ୍ଡାରର ଅଭାବ। ଦ୍ବିତୀୟ କାରଣ ହେଲା ପାଣିପାଗରେ ପରିବର୍ତ୍ତନ।  

  11. 11.ଦଶପଲ୍ଲା ଶାଳଭଙ୍ଗା ନିକଟରେ ରାସ୍ତାରେ ଡିଭାଇଡରରେ ଏକ ଆମ୍ବୁଲାନ୍ସ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

  12. 12.ଦୀପାବଳି ଅବସରରେ ସୁରତର ଜଣେ କପଡ଼ା ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ। ସେ ୨୦ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିଥାଆନ୍ତେ ଅବା ଚେକ୍ ଦେଇପାରିଥାଆନ୍ତେ। କିନ୍ତୁ ସେ ସେ ସମସ୍ତଙ୍କୁ ନଗଦ ୧ ଲକ୍ଷ ଟଙ୍କା ଲେଖାଏ ଦେଇଛନ୍ତି।

  13. 13.ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।

  14. 14.ୟୁଏଇର ଏକ କମ୍ପାନୀର ମାଲିକାଣୀ ତଥା କେରଳର ବାସିନ୍ଦା ହସିନା ନିଶାଦ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦୀପାବଳି ଉପହାର ଭାବେ ଦେଇଛନ୍ତି ଦାମୀ iPhone Duo।

  15. 15.ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳର ବିଜୟ ପରେ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ନିବେଶକଙ୍କ ନଜର କଡ଼ା ହୋଇଛି। ଏହାର ପ୍ରଭାବରେ ବୁଧବାର ଟେସ୍‌ଲା ଓ ‘ସ୍ପେସ-ଏକ୍ସ’ର ଶେୟାର ମୂଲ୍ୟ ଯଥାକ୍ରମେ ୩.୩ ପ୍ରତିଶତ ଓ ୩.୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ଉଭୟ କମ୍ପାନୀର ମିଳିତ ବଜାର ମୂଲ୍ୟ ପ୍ରାୟ ୧୩୦ ବିଲିୟନ ଡଲାର ହ୍ରାସ ପାଇଛି।

  16. 16.ପୋଷ୍ୟ ସନ୍ତାନ ଗ୍ରହଣ ସ୍ୱୀକୃତି ଦଲିଲ୍‌ ବା ସ୍ବୀକାରପତ୍ର ପଞ୍ଜୀକରଣ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଞ୍ଜୀକରଣ କର୍ତ୍ତୃପକ୍ଷ (ସବ୍-ରେଜିଷ୍ଟ୍ରାର) ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା କିମ୍ବା ସତ୍ୟତା ଯାଞ୍ଚ କରିବା ପାଇଁ ଅଧିକୃତ ନୁହଁନ୍ତି।

  17. 17.ସୁପ୍ରିମକୋର୍ଟ ପୁଣି ଥରେ କହିଛନ୍ତି, ସରକାରୀ କ୍ଷେତ୍ରର ଉପକ୍ରମ (ପିଏସ୍‌ୟୁ) କିମ୍ବା ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଥିବା ପିତାମାତାଙ୍କ ଦରମା କିମ୍ବା ଆୟ, ନିଜେ, କ୍ରିମି ଲେୟାର ସଂରକ୍ଷଣରୁ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀମାନଙ୍କୁ ବାଦ ଦେବା ପାଇଁ ଏକ ମାନଦଣ୍ଡ ହୋଇପାରିବ ନାହିଁ।

  18. 18.‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ’ ପକ୍ଷରୁ ଆମେରିକାର ଟେକ୍ସାସ ପ୍ରଦେଶର ଫ୍ରିସ୍କୋ (Frisco) ସହରରେ ଏହାର ଏକ ନୂତନ ଶାଖା ଶୁଭାରମ୍ଭ କରାଯାଇଛି। କାଲିଫର୍ଣ୍ଣିଆ ବାହାରେ ଏହା ହେଉଛି SBI ର ପ୍ରଥମ ଶାଖା, ଯାହାକି ବ୍ୟାଙ୍କର ସେବାକୁ ଆହୁରି ମଜବୁତ କରିବ

  19. 19.ଆସନ୍ତା ସପ୍ତାହରେ ଅର୍ଥାତ୍ ନଭେମ୍ବର ୯ ରୁ ୧୫ ଭିତରେ ଦେଶର ବିଭିନ୍ନ ସ୍ଥାନରେ ମୋଟ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଦୀପାବଳି ଓ ବିଭିନ୍ନ ସ୍ଥାନୀୟ ପର୍ବପର୍ବାଣୀ ତଥା ସାପ୍ତାହିକ ଛୁଟି ଯୋଗୁଁ ଏସବୁ ଦିନରେ ବ୍ୟାଙ୍କଗୁଡ଼ିକର କାମକାର୍ଯ୍ୟ ପ୍ରଭାବିତ ହେବ ।

  20. 20.ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ 'ମହାରାଜ କଂସ' ଚୟନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି; ଉତ୍ସବ ପରିଚାଳନା କମିଟି ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଧାର୍ଯ୍ୟ କରାଯାଇଥିବା ୬୦ ବର୍ଷର ସର୍ବାଧିକ ବୟସ ସୀମାକୁ ହଟାଇବାକୁ ରାଜି ହୋଇଛି।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.