• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀରେ ଏକତା ନଗର (କେଭାଡିଆ)ରେ ଆୟୋଜିତ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ସେ ୪୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଉଦଘାଟନ କରିଛନ୍ତି।
  2. 2.ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧ ରୁ ଦିଲ୍ଲୀରେ ପ୍ରବେଶ କରୁଥିବା ଏବଂ ବାହାରକୁ ଯାଉଥିବା ଯାନବାହାନ ପାଇଁ ନୂତନ ନିୟମ ଅନୁଯାୟୀ, କିଛି ଯାନବାହାନର ପ୍ରବେଶ ନିଷେଧ କରାଯିବ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ ହେବ ନାହିଁ।

  3. 3.ଓଡିଶାରେ ଦୀପାବଳି ଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ସାଇଲେନ୍ସ ଜୋନ୍‌ରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି।

  4. 4.ବାତ୍ୟା ‘ଅର୍ଣ୍ଣବ’ରେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାର ୮୪,୫୬୪ ଲୋକ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୪୨,୫୬୪ ଲୋକ ପ୍ରଭାବିତ ହୋଇଥିବା ଜଣ ଯାଇଛି ।

  5. 5.କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ ପକ୍ଷରୁ ଏହି ଚ୍ଛାୟା ସଂସଦରେ ଦାଖଲ ହୋଇଥିବା  ଚାର୍ଜଶିଟରେ ଜ୍ଞାନେଶ କୁମାରଙ୍କୁ ସିଇସି ପଦରୁ ହଟାଇ ତାଙ୍କ ବିରୋଧରେ ଭୋଟ ଚୋରି ପାଇଁ ଦେଶଦ୍ରୋହ ମାମଲା ଚାଲୁ କରିବାକୁ ମହାଭିଯୋଗ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

  6. 6.ଏସ୍‌ଆଇଆର ପରେ ଉତ୍ତର ପ୍ରଦେଶର ଭୋଟର ତାଲିକାରୁ ନିର୍ବାଚନ କମିଶନ ୨.୦୪ କୋଟି ଲୋକଙ୍କ ନାଁ ହଟାଇ ଦେଇଛନ୍ତି। ସହରାଞ୍ଚଳରୁ ଅଧିକ ଲୋକଙ୍କ ନାଁ କଟିଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି।ଏସଆଇଆରକୁ ନେଇ ସତର୍କ ରହିବାକୁ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

  7. 7.ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ମଧ୍ୟରେ ଆଉ ଏକ ବାତ୍ୟାକୁ ନେଇ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମାଟି ଓ କାଦୁଅ ଭିତରେ ଜୀବନ ଖୋଜିବା ପାଇଁ ହେଲିକପ୍ଟର ସାହାଯ୍ୟରେ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବା ସିସ୍‌ମିକ୍ ସିଷ୍ଟମ୍ କାର୍ଯ୍ୟରେ ଲଗାଯାଉଛି। ହେଲିକପ୍ଟର ଯୋଗେ ନୌସେନାର ଅତ୍ୟାଧୁନିକ ‘ସିସମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍‌’ ପହଂଚାଯାଇଛି।

  8. 8.ଓଡ଼ିଶାରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ଖୋର୍ଦ୍ଧା ନିକଟରେ ଏସ୍‌ଟିଏଫ୍‌ ମାଡ଼ି ବସିଲା । ଦୁଇଟି କାରରୁ ଜବତ ହୋଇଛି ୯୭ କେଜି ଗଞ୍ଜେଇ। ଏହାର ଆନୁମାନିକ ବଜାର ଦର ୪୯ ଲକ୍ଷ ଟଙ୍କା ହେବ।

  9. 9.ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲକୁ ଆସନ୍ତା ୩ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି।

  10. 10.ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ  ଆସିଛି ବଡ଼ ଅପଡେଟ୍‌।ନଭେମ୍ବର ୧ ତାରିଖରେ ବାତ୍ୟା ଏବଂ ୨ ତାରିଖରେ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।

  11. 11.ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ଏବଂ ବାୟୁ ବିଷାକ୍ତ ହେବାରେ ଲାଗିଛି। ଦୀପାବଳି ପୂର୍ବରୁ ପ୍ରଦୂଷଣ ହ୍ରାସ କରିବା ପାଇଁ, ବାୟୁ ଗୁଣବତ୍ତା ପରିଚାଳନା କମିଶନ GRAP କଟକଣା ଲାଗୁ କରିଛି। ଅକ୍ଟୋବର ୩୦ ତାରିଖରେ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଲୋକମାନେ ନଭେମ୍ବର ୫ ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଘରୁ କାମ କରିପାରିବେ।

  12. 12.ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ ୬ଟି ସ୍ବତନ୍ତ୍ର ଦିନରେ ଛୁଟି ବାଦ୍‌ ଦେଇ ମୋଟ ୨୯ଟି ସରକାରୀ ଛୁଟି ଦିବସ ରହିଛି।

  13. 13.ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି।

  14. 14.ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆଙ୍କୁ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ (ଭାଇସ୍‌ ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ – VCAS) ଭାବେ ନିଯୁକ୍ତ କରାଯାଇଛି।

  15. 15.ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.