• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଏକତା ନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିରୋଧୀଙ୍କୁ ନିଶାଣ କରିଛନ୍ତି। ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ମଧ୍ୟରେ ଦେଶ ବିରୋଧୀ ଶକ୍ତିମାନେ ସକ୍ରିୟ ହୋଇଉଠିଛନ୍ତି ବୋଲି ମୋଦୀ କହିଛନ୍ତି।
  2. 2.ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ କୌଣସି ସଙ୍କେତ ମିଳୁନାହିଁ।

  3. 3.୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ କମିଟି ଏବଂ ରାଜନୈତିକ ସଂଗଠନଗୁଡ଼ିକୁ ୪୪୫.୭୭ ମିଲିୟନ ଡଲାର ପ୍ରଦାନ କରିଛନ୍ତି।

  4. 4.ଅକ୍ଟୋବରରେ ମୋଟ ଜିଏସ୍‌ଟି ସଂଗ୍ରହ ୨୨.୯ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୩୧ ହଜାର ୨୯୦ କୋଟି ଟଙ୍କାରେ ପହଞ୍ଚିଛି।

  5. 5.ଆସନ୍ତା ତିନିରୁ ଚାରି ବର୍ଷ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ ରପ୍ତାନି କରିବାକୁ ଭାରତ ସରକାର ଯୋଜନା ରଖିଛନ୍ତି।

  6. 6.ଭାରତୀୟ ସେୟାର ବଜାରରୁ ବିଦେଶୀ ପୋର୍ଟଫୋଲିଓ ନିବେଶକ ଅକ୍ଟୋବର ମାସରେ ଭାରତୀୟ ଇକ୍ୱିଟି ବଜାରରୁ ୩୪,୮୪୩ କୋଟି ଟଙ୍କା ଉଠାଇ ନେଇଛନ୍ତି।

  7. 7.ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୧୦ ଟଙ୍କା ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ପିଛା ଦର ୨,୮୧୦ ଟଙ୍କାରୁ ବୃଦ୍ଧି ପାଇ ୨,୮୨୦ ଟଙ୍କା ହୋଇଛି।

  8. 8.ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

  9. 9.ମୁଖ୍ୟମନ୍ତ୍ରୀ। ପ୍ରଭାବିତ ପରିବାର ପିଛା ୫୦ କେଜି ଚାଉଳ ଓ ୨,୫୦୦ ଟଙ୍କା ସହ ଚାଷ, ଘର ଓ ବ୍ୟବସାୟ କ୍ଷତି ପାଇଁ ଆର୍ଥିକ ସହାୟତା ମିଳିବ।

  10. 10.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬,୦୦୦ କୋଟି ଟଙ୍କାର ମହାଦେବ ଅନଲାଇନ୍ ବେଟିଂ ସିଣ୍ଡିକେଟର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କୁ ଓମାନରୁ ପ୍ରତ୍ୟର୍ପଣ କରିଛି।

  11. 11.ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ଝରଣା ଓ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ।

  12. 12.ରାଜ୍ୟରେ ଆଇପିଏସ୍ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ବଦଳିଛନ୍ତି ଅନେକ ବରିଷ୍ଠ ଆଇପିଏସ୍ ଅଧିକାରୀ। ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏସ୍‌ଏଫ୍‌ଏଲ୍ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱର ଅତିରିକ୍ତ ଭାର ପ୍ରଦାନ କରାଯାଇଛି।

  13. 13.ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ମହିଳା ଜେଲର୍ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଜେଲ୍‌ରେ ଶ୍ରୀ ନାଥଙ୍କ ନାଁରେ ରୁଜୁ ହୋଇଛି ମାମଲା।

  14. 14.୮ ଲକ୍ଷ ୬୩ ହଜାର ୨୦୦ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ତଥା ବର୍ତ୍ତମାନ ସୋରଡ଼ା ତହସିଲରେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

  15. 15.ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ରବିବାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

  16. 16.ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ )ର ନିର୍ବାଚନ ଡିସେମ୍ବର ୨୪ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ ପରେ ଅନୁଷ୍ଠିତ ହେବ।

  17. 17.ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଘଟିଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଗିଡ଼ିପାବାଲି ଓ ନିକଟସ୍ଥ ଡାଙ୍ଗେଶି ଗ୍ରାମରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି।

  18. 18.ବାତ୍ୟା ‘ମୁରାସୁ’ର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି। ବିଶେଷକରି ୩ ଓ ୪ ତାରିଖରେ ବିଭିନ୍ନ ସ୍ଥାନରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

  19. 19.ଓଡ଼ିଶାର ଅସାଧାରଣ କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଦେଇ ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପ୍ରତିଷ୍ଠିତ ୩୪ତମ ଏକଲବ୍ୟ ପୁରସ୍କାର ୨୦୨୬ ପାଇଁ ମନୋନୀତ କରାଯାଇଛି।

  20. 20.ବ୍ରିଟିସ୍‌ ଚାଳକ ଲୁଇସ ହାମିଲଟନ୍‌ ଫର୍ମୁଲା-୧ରେ ନିଜର ଦବ୍‌ଦବା ଜାରି ରଖିଛନ୍ତି। ମେକ୍ସିକୋ ସିଟି ଗ୍ରାଁ ପ୍ରି ଯୋଗ୍ୟତା ପର୍ଯ୍ୟାୟରେ ସେ ପୋଲ୍‌ ପୋଜିସନ୍‌ ହାସଲ କରି ନୂଆ ରେକର୍ଡ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.