-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ ଦିନ ଅପରାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଣେ ମେଟ୍ରୋ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ; ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ପ୍ରାୟ ୨୧,୮୦୦ କୋଟି ଟଙ୍କା ଅଟେ।
-
2.ବ୍ୟବସାୟିକ ଆକଳନ ଅନୁଯାୟୀ, ରଜନୀକାନ୍ତଙ୍କ ଚଳଚ୍ଚିତ୍ର 'ଜେଲର୍ ୨' (Jailer 2) ୧୮ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ୮୦୭.୨୫ କୋଟି ଟଙ୍କା ଆୟ କରିଛି। ଏହା ୮୦୦ କୋଟି ଟଙ୍କାର ସୀମା ଅତିକ୍ରମ କରିବାରେ ପ୍ରଥମ ତାମିଲ ଚଳଚ୍ଚିତ୍ର ହୋଇପାରିଛି ଏବଂ ଭାରତରେ ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ର ଭାବରେ '୨.୦' (0) କୁ ପଛରେ ପକାଇ ଦେଇଛି।
-
3.ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲଗୁଡ଼ିକୁ ଆସନ୍ତା ଦୁଇ ଦିନ ( ୩ ଓ ୪ ତାରିଖ) ପାଇଁ ଛୁଟି ଘୋଷଣା କରାଯାଇଛି।
-
4.ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଅତ୍ୟଧିକ ମୋବାଇଲ ଫୋନ୍ ଦେଖିବାରୁ ଜଣେ ଝିଅକୁ ଗାଳିଦେଲେ ବାପା ହେଲେ ୩ ଭଉଣୀ ଏକାଠି ଘର ଛାଡି ନିଖୋଜ ହୋଇଗଲେ । ପରେ ତିନି ଭଉଣୀ ଦିଲ୍ଲୀର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଥିବା ପୁଲିସ ଜାଣିବାକୁ ପାଇଥିଲା।
-
5.ରାଜ୍ୟସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟ ଅନୁଯାୟୀ, ୧୦୪ ଜଣ ସାଂସଦଙ୍କ ସମ୍ପତ୍ତି ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି। ଏହା ମୋଟ ସାଂସଦଙ୍କ ମଧ୍ୟରେ ଏକ ବଡ଼ ଅଂଶ।
-
6.ନେପାଳରେ ଶନିବାର ଅପରାହ୍ନରେ ପ୍ରବଳ ତୁଷାରପାତ ହେବାରୁ ଶେ-ଫୋକ୍ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ୨ ମହିଳାଙ୍କ ସମେତ ୬ ଜଣ ଭାରତୀୟ ପର୍ଯ୍ୟଟକ ଫସିରହିଛନ୍ତି।
-
7.ଗୁଜରାଟର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କମ ଓ ହତ୍ୟା ଘଟଣାରେ ଦୋଷୀ ବ୍ୟକ୍ତିଙ୍କର ବଡୋଦରା ସେଣ୍ଟ୍ରାଲ ଜେଲ୍ରେ ହୃଦ୍ଘାତରେ ମୃତ୍ୟୁ ଘଟିଛି।
-
8.ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ସିବିଆଇ ଗିରଫ କରିଛି।
-
9.ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି।
-
10.ସମ୍ବଲପୁର-ତାଳଚେର ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ (LAO) ଅଜୟ କୁମାର ଗଡ଼ନାୟକ ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।
-
11.ଦୀପାବଳି ସମୟରେ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ଟିକେଟ୍ ମୂଲ୍ୟ ବୃଦ୍ଧି (ସର୍ଜ ପ୍ରାଇସିଂ) ସମ୍ବନ୍ଧୀୟ ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ କରାଯାଇଥିବା ଅନୁରୋଧକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। "ବିମାନରେ ଯାତ୍ରା କରନ୍ତୁ ନାହିଁ," ବୋଲି ମନ୍ତବ୍ୟ ଦେଇଛନ୍ତି ।
-
12.ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ଭୋଟର ତାଲିକାର 'ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ' (Special Intensive Revision - SIR) ପ୍ରକ୍ରିୟା ଶେଷ ହେବା ପରେ, ସେଠାରେ ଭୋଟରଙ୍କ ସଂଖ୍ୟା ୧୩.୨୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।
-
13.'ମିର୍ଜାପୁର', 'ପାତାଳ ଲୋକ' ଏବଂ 'ପଞ୍ଚାୟତ' ଭଳି ୱେବ୍ ସିରିଜ୍ରେ ଅଭିନୟ ପାଇଁ ଜଣାଶୁଣା ଅଭିନେତା ଆସିଫ୍ ଖାନଙ୍କୁ ସଲମାନ ଖାନଙ୍କ ଦ୍ୱାରା ପରିଚାଳିତ ରିଆଲିଟି ଶୋ' 'ବିଗ୍ ବସ୍ ୨୦'ରୁ ବାହାର କରିଦିଆଯାଇଛି।
-
14.ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପ୍ରଥମ ଦିନରେ ୭,୨୪୯ଟି ଗାଡ଼ି ଯାଞ୍ଚ କରାଯାଇଥିଲା, ୭୧୪ଟି ଗାଡ଼ିକୁ ଫେରିଯିବାକୁ କୁହାଯାଇଥିଲା ଏବଂ ନିର୍ଦ୍ଧାରିତ ସମୟସୀମା ସରିଯାଇଥିବା (end-of-life) ୩୮ଟି ଗାଡ଼ିକୁ ଜବତ କରାଯାଇଥିଲା।
-
15.ଭାରତୀୟ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଈଶାନ କିଷନ ଟି୨୦ରେ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଈଶାନ ଚଳିତ ୨୦୨୬ କ୍ୟାଲେଣ୍ଡର ବର୍ଷରେ ଟି୨୦ରେ ୧୨୨୦ରନ କରି ସୂଯ୍ୟକୁମାର ଯାଦବଙ୍କୁ ପଛରେ ପକାଇ ଦେଇଛନ୍ତି।
-
16.ଭୀଷଣ ବାତ୍ୟା ‘ମୁରାସୁ’ ସୋମବାର ମଧ୍ୟରାତିରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି। ନେଲ୍ଲୋର ଓ ନରସ୍ପୁର ମଧ୍ୟରେ ଓଙ୍ଗୋଲର ଦକ୍ଷିଣ ଦିଗରେ ଏହା ସ୍ଥଳଭାଗରେ ପ୍ରବେଶ କରି ଆଗକୁ ବଢ଼ୁଛି।ଭୀଷଣ ବାତ୍ୟା ‘ମୁରାସୁ’ ସୋମବାର ମଧ୍ୟରାତିରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି। ନେଲ୍ଲୋର ଓ ନରସ୍ପୁର ମଧ୍ୟରେ ଓଙ୍ଗୋଲର ଦକ୍ଷିଣ ଦିଗରେ ଏହା ସ୍ଥଳଭାଗରେ ପ୍ରବେଶ କରି ଆଗକୁ ବଢ଼ୁଛି।
-
17.ୟୁକ୍ରେନ୍ର ଜାପୋରିଝିଆ ଅଞ୍ଚଳର ଏକ ଗାଁରେ ଥିବା ଏକ ସ୍କୁଲ ଉପରେ ରୁଷର ବୋମାମାଡ଼ରେ ୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
18.ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁ ଶଲ୍ୟ (ନ୍ୟୁରୋ ସର୍ଜରୀ) ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ୭୪ ବର୍ଷ ରେ ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
-
19.ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ଏକ ବିକ୍ଷୋଭରେ ସାମିଲ ହେବା ପ୍ରସଙ୍ଗରେ ବଲିଉଡ୍ ଅଭିନେତା ଇମ୍ରାନ ଖାନଙ୍କ ଉପରେ ସୋମବାର ଖୁବ୍ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ । ଆପଣ ଜଣେ ଭାରତୀୟ ନାଗରିକ ଭଳି ବ୍ୟବହାର କରିପାରିବ ନାହିଁ।
-
20.ବେଲ୍ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍ଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
