• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନାରେ ନିଯୁକ୍ତି ପାଇଥିବା ଅଗ୍ନିବୀରମାନଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି ।

  2. 2.କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରି ହୋଇଛି

  3. 3.ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କାା ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ।

  4. 4.ପ୍ରତ୍ୟେକ ରାଜ୍ୟରେ ପୁଲିସ ମହାନିର୍ଦେଶକ (ଡିଜିପି) ମନୋନୟନ ଓ ନିଯୁକ୍ତି ସମ୍ପର୍କିତ ସବିଶେଷ ନିୟମ ସମ୍ପର୍କରେ ଜଣାଇବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

  5. 5.ଦେଶର ସବୁଠାରୁ ବିଶ୍ୱସ୍ତ ଡାଏରୀ ବ୍ରାଣ୍ଡ ଅମୂଲ, ପର୍ବ ପୂର୍ବରୁ ଘିଅ ଏବଂ ବଟରର ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ସିଧାସଳଖ ୧ କିଲୋଗ୍ରାମ ଅମୂଲ ଘିଅ ପ୍ୟାକେଟର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛି, ୫୦୦ ଗ୍ରାମ ବଟର ପ୍ୟାକେଟ ମଧ୍ୟ ୧୫ ଟଙ୍କା ମହଙ୍ଗା ହୋଇଛି। 

  6. 6.ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାରେ ୧୨ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଛି ।

  7. 7.ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିରୋଧ ପ୍ରଦର୍ଶନ ବିରୋଧରେ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ପ୍ରତ୍ୟେକଙ୍କର ବିରୋଧ ପ୍ରଦର୍ଶନ କରିବାର ଅଧିକାର ରହିଛି ଏବଂ ଏହି ଅଧିକାରକୁ ସମ୍ମାନ ଦିଆଯିବା ଉଚିତ । ତେବେ ଗୋଟିଏ ଯାଗାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣସ୍ଥଳରେ ପରିଣତ କରିବା ମଧ୍ୟ ଉଚିତ ନୁହେଁ ।

  8. 8.ପତ୍ନୀକୁ ଯଦି ତା’ର ପତି ‘ବୋକା’ (ଷ୍ଟୁପିଡ) ଓ ‘ଅଦରକାରୀ’ (ୟୁସ୍‌ଲେସ୍‌) କହି ଗାଳିଦିଏ ତେବେ ଏହାକୁ ନିଷ୍ଠୁରତା ବୋଲି କୁହାଯାଇପାରିବ ନାହିଁ। ଏପରି କହିବା ଦ୍ବାରା କୌଣସି ପ୍ରକାର ଅପରାଧିକ ଧମକ କିମ୍ବା ଭୟଭୀତ କରିବା ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି।

  9. 9. ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛି। କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ସାଜି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବିଶୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ବାସଭବନରେ ଏହି ଚଢ଼ାଉ ଜାରି ରହିଛି।

  10. 10.ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ନୀଳଗିରି କୁଲଡିହା ଅଭୟାରଣ୍ୟ ପାଇଁ ଖୋଲିଛି   ।

  11. 11.ସମ୍ୱଲପୁର ଜିଲା ମହୁଲପାଲି ଥାନାର ସବ-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହନ୍ତ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

  12. 12.ଗଞ୍ଜାମ:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୭ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି।

  13. 13.ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନଗୁଡ଼ିକ ଏବେ ନିଜର ପ୍ରାସଙ୍ଗିକତା ହରାଇଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି।

  14. 14.ଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ଦର ୪ ଟଙ୍କାରୁ ଅଧିକ ବଢ଼ିଛି । ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚିନିର ହାରାହାରି ଦୈନିକ ଖୁଚୁରା ଦର କିଲୋ ପିଛା ୫୯.୫୦ ଟଙ୍କା ରହିଥିବା ବେଳେ ପାଇକାରୀ ଦର ୫୫.୪୦ ଟଙ୍କା ରହିଛି।

  15. 15.ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ।

  16. 16.କଟକର ଐତିହାସିକ ବାଲିଯାତ୍ରା, ଯାହା ନଭେମ୍ବର ୨୪ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି, ତାହା ଚଳିତ ବର୍ଷ ଏକ 'ପ୍ଲାଷ୍ଟିକ-ମୁକ୍ତ' ଉତ୍ସବ ଭାବରେ ଆୟୋଜିତ ହେବ। ରାଜ୍ୟ ସରକାର ଏହି ବାର୍ଷିକ ମେଳା ପାଇଁ ୧୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

  17. 17.ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାରେ 'ଅର୍ଣ୍ଣବ' (Arnab) ବାତ୍ୟା ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକ ପାଇଁ ରାଜ୍ୟ ସରକାର ୧୦୭.୭୦ କୋଟି ଟଙ୍କାର ରିଲିଫ୍ (ସହାୟତା) ପ୍ୟାକେଜ୍ ମଞ୍ଜୁର କରିଛନ୍ତି।

  18. 18.ପୂର୍ବତନ ମନ୍ତ୍ରୀ ତଥା କ୍ରୀଡ଼ା ଓ ସାହିତ୍ୟ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ, ରାସବିହାରୀ ବେହେରା ବୁଧବାର ଦିନ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

  19. 19.ରାଜ୍ୟ ସରକାର ଘରୋଇ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର 'ଇନ୍-ଚାର୍ଜ' (ଦାୟିତ୍ୱରେ ଥିବା) ଅଧ୍ୟକ୍ଷମାନଙ୍କ ପାଇଁ, ସେମାନଙ୍କ ନିଯୁକ୍ତି ସ୍ଥାନକୁ ଆଧାର କରି ମାସିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ରାଜ୍ୟବ୍ୟାପୀ ଥିବା ୪୮୮-ବର୍ଗ ଏବଂ ୬୬୨-ବର୍ଗର ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର (ପ୍ରାୟ ୬୪୧ଟି ଅନୁଷ୍ଠାନ) ଇନ୍-ଚାର୍ଜ ଅଧ୍ୟକ୍ଷମାନେ ଉପକୃତ ହେବେ।

  20. 20.‘ଇଣ୍ଡିଆ ରିନ୍ୟୁଏବଲ୍ ଏନର୍ଜି ମାର୍କେଟ୍ ରିପୋର୍ଟ ୨୦୨୬’ (India Renewable Energy Market Report 2026) ଅନୁଯାୟୀ, ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଅକ୍ଷୟ ଶକ୍ତି କ୍ଷମତା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି ଏବଂ ୨୦୨୬ ମସିହାରେ ଏହା ୩୦୦ ଗିଗାୱାଟ୍ (GW) ଅତିକ୍ରମ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.