• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଢାଞ୍ଚା ଚୁକ୍ତି (UNFCCC) ର ୩୧ତମ ସମ୍ମିଳନୀ (COP31) ପୂର୍ବରୁ, ଭାରତ ପାଇଁ ଏକ ଭଲ ଖବର ଆସିଛି। ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ମାଇଲଖୁଣ୍ଟ ହାସଲ କରିଛି: ଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସତ୍ତ୍ୱେ ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନ ପରିମାଣ ହ୍ରାସ ପାଇଛି।

  2. 2.ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଓଡ଼ିଶା ଉପକୂଳ ନିକଟସ୍ଥ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ କରାଯାଇଛି।

  3. 3. ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପାଇଁ ୨୪ ଘଣ୍ଟା ସମୟ ଆନୁଷ୍ଠାନିକ ଗିରଫ ସମୟରୁ ନୁହେଁ, ଅଟକ ସମୟରୁ ଆରମ୍ଭ ହୁଏ। ବିଳମ୍ବ ହେଲେ ତାଙ୍କୁ ଛାଡ କରିବାକୁ ପଡ଼ିବ। ଏନେଇ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ।

  4. 4.ହର୍ମୁଜ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଭାରତ, ଚୀନ୍‌, ଇରାକ ଓ କାତାରକୁ ଇରାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ଏହି ଚାରିଟି ଦେଶର ପଣ୍ୟବାହୀ ଜାହାଜ ଯାତାୟାତ କରିବାକୁ ନେଇ କୌଣସି କଟକଣା ନାହିଁ।

  5. 5.ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ସମାନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ୨୦୨୬ ନିୟମାବଳୀକୁ ପୁନଃ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରୁଥିବା ବିଷୟ ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

  6. 6.ଜାତୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ (NAAC) ଠାରୁ ନିଜର ସ୍ୱୀକୃତି (accreditation) ନବୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ପାଇଥିବା ସାତୋଟି ବିଶ୍ୱବିଦ୍ୟାଳୟ ହେଲା - ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ।

  7. 7.ରାଜ୍ୟ ସରକାର ଭୁବନେଶ୍ୱରର ପୁରୁଣା ସହର (Old Town) ଅଞ୍ଚଳରେ ଥିବା କେଦାରଗୌରୀ ମନ୍ଦିର ପରିସରକୁ ଏକ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି।

  8. 8.ଓଡ଼ିଶା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରାରମ୍ଭିକ କ୍ଷୟକ୍ଷତି ଭରଣା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମ୍ ନିକଟରେ ୨୫୨୬ କୋଟି ଟଙ୍କାର ଆର୍ଥକ ସହାୟତା ଦାବି କରିଛନ୍ତି। ଦୃଢ଼ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ ଆଉ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥକ ପ୍ୟାକେଜର ଦାବି ଉପସ୍ଥାପନ କରିଛି।

  9. 9.ଆସନ୍ତା ୨୦୨୭ ଜାନୁଆରୀ ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୦୨୭ ମସିହା ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇଛି ଓ ଯୋଗ୍ୟ ନାଗରିକମାନେ ୨୦୨୬ ନଭେମ୍ବର ୩୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିପାରିବେ।

  10. 10.ଓଡ଼ିଶା ଲୋକସେବା ଆୟୋଗ ଗୃହ ବିଭାଗ ଅଧୀନରେ ୩୪୦ଟି  ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ।

  11. 11.ନୃତ୍ୟ ପରିବେଷଣ କରି ମଞ୍ଚରୁ ଓହ୍ଲାଇ ଗ୍ରୀନ୍‌ ରୁମ୍‌କୁ ଯିବା ପରେ ଅସୁସ୍ଥ ଅନୁଭବ କଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପ୍ରଶାନ୍ତ କୁମାର ସାହୁ। ସାଥୀ କଳାକାର ଓ ଆୟୋଜକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

  12. 12.ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁରେ ଭୂସ୍ଖଳନରେ ପଥର ଓ ମାଟି ତଳେ ଚାପି ହୋଇଥିବା ୫ ମୃତଦେହ ଉଦ୍ଧାରକାରୀ ଦଳକୁ ମିଳିଛି ।

  13. 13.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆସନ୍ତା ଡିସେମ୍ବର ମାସରେ ଭାରତରୁ ନିଜ ଦେଶ ବାଂଲାଦେଶ ଫେରିବେ। ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ସେ ବାଂଲାଦେଶ ଫେରିବେ ।

  14. 14.ଦୀର୍ଘ ୫ ମାସର ବ୍ୟବଧାନ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟ। ସବୁଜିମାରେ ଭରପୂର ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଏବଂ ବନ୍ୟଜନ୍ତୁଙ୍କ ଅବାଧ ବିଚରଣ ପର୍ଯ୍ୟଟକଙ୍କୁ ପୁଣି ଥରେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ଦେଇଛି।

  15. 15.କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଅମ୍ବାଲାରେ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଶହୀଦ ସ୍ମାରକୀକୁ ଉଦ୍‌ଘାଟନ କଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.