-
1.ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
-
2.୨୦୨୭ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)। ଘୋଷିତ ସୂଚୀ ଅନୁଯାୟୀ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେବ। ସମସ୍ତ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବ।
-
3.ଏସ୍ଆଇଆର୍) ପ୍ରକ୍ରିୟାରେ ଚିଠା ତାଲିକାରୁ ବାଦ୍ ପଡ଼ିଥିବା ଲକ୍ଷ ଲକ୍ଷ ଭୋଟରଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ନିର୍ବାଚନ କମିସନ। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା ଓ ନାଗାଲାଣ୍ଡରେ ବାଦ୍ ପଡ଼ିଥିବା ଭୋଟରମାନେ ପୁଣିଥରେ ନିଜ ନାମ ସାମିଲ କରିବାକୁ ଆବେଦନ କରିପାରିବେ।
-
4.ଇସ୍ରାଏଲ୍ରେ ନୂଆ ସରକାର ଗଠନ ପାଇଁ ବିରୋଧୀ ନେତା ଗାଦି ଆଇଜେନକୋଟ୍ଙ୍କୁ ଦୁଇଟି ଆରବ ଦଳ ସମର୍ଥନ ଜଣାଇଛନ୍ତି। ଏହାଦ୍ୱାରା ଦେଶରେ ପରବର୍ତ୍ତୀ ସରକାର ଗଠନ ପାଇଁ ତାଙ୍କ ଦାବି ଦୃଢ଼ ହୋଇଛି।
-
5.ଅମୃତସରରୁ ନ୍ୟୁ ଜଲପାଇଗୁଡ଼ିକ ଅଭିମୁଖେ ଯାଉଥିବା କର୍ମଭୂମି ଏକ୍ସପ୍ରେସର ୪ଟି ବଗିରେ ଲାଗି ଯାଇଥିଲା ନିଆଁ। ରେଳବାଇ ପକ୍ଷରୁ ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ କେହି ହତାହତ ହେବାର ଖବର ଆସିନାହିଁ।
-
6.ବମ୍ବେ ହାଇକୋର୍ଟକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ। ଏଥିରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ବମ୍ବେ ହାଇକୋର୍ଟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ୱର୍ଲି ରେସକୋର୍ସକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।
-
7. ଅତିଥି ପ୍ରଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ିଛନ୍ତି ।
-
8.କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତାର ଏକ ଧାନ ବିଲରୁ ମୁଣ୍ଡବିହୀନ ଅଜଣା ମୃତଦେହ ଠାବ ହୋଇଛି।
-
9.ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପରାଜୟ ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ମଧ୍ୟରେ ବିଭାଜନ ଦେଖାଦେବା ଆରମ୍ଭ ହୋଇଛି। ବୈଦେଶିକ ସଚିବ ମାର୍କୋ ରୁବିଓ ଟ୍ରମ୍ପଙ୍କୁ ଛାଡିବା ବିଷୟରେ ବିଚାର କରୁଛନ୍ତି।
-
10.ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଖୁବ୍ଶୀଘ୍ର ଏକ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
-
11.ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ସହକାରୀ ହିସାବରକ୍ଷକ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ସରକାରୀ ତହବିଲରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହା ଧରାପଡ଼ିବା ପରେ ପୁଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରିଛନ୍ତି।
-
12.ଶୁକ୍ରବାର ସୁପ୍ରିମକୋର୍ଟ କେରଳ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି । ଗତ ମାସ କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଥିଲା ଯେଉଁଥିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା ।
-
13.ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି।
-
14.ଟ୍ରେଡ-ଟ୍ରାକିଂ ପୋର୍ଟାଲ ‘’ସାକ୍ନିଲ୍କ’ ଅନୁଯାୟୀ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ପୌରାଣିକ ମହାକାବ୍ୟ ‘ରାମାୟଣ’ ପ୍ରଥମ ଦିନରେ ୬୪.୮୫ କୋଟି ଟଙ୍କା (ନେଟ) ଆୟ କରିଛି।
-
15.ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ୨୦୨୪ର ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର ମିଳିତ ସ୍ନାତକସ୍ତରୀୟ (ସିଜିଏଲ୍) ପରୀକ୍ଷା ବାତିଲ୍ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଶୁକ୍ରବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
-
16.ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରାଜେଶ ବିନ୍ଦଲଙ୍କୁ 'ନ୍ୟାସନାଲ୍ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ୍' (NCLAT) ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।
-
17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଗାୟିକା ଉଷା ମଙ୍ଗେଶକରଙ୍କୁ 'ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର' ପ୍ରଦାନ କରିବେ ।
-
18.ନ୍ୟାସନାଲ୍ ମେଡିକାଲ୍ କମିଶନ (NMC) ୧୪ଟି ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ଅନୁମୋଦନ ଦେବା ପରେ, ଓଡ଼ିଶାର ସରକାରୀ ଅନୁଷ୍ଠାନଗୁଡ଼ିକରେ ପୋଷ୍ଟ-ଗ୍ରାଜୁଏଟ୍ (PG) ମେଡିକାଲ୍ ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ ହୋଇଛି, ଅର୍ଥାତ୍ ଏଥିରେ ୩୧୮ଟି ସିଟ୍ ବୃଦ୍ଧି ପାଇଛି।
-
19.ନଭେମ୍ବର ୧୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ 'ଚକ୍ରବାତ ସଞ୍ଚରଣ' (cyclonic circulation) ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ନଭେମ୍ବର ୧୩ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ 'ଲଘୁଚାପ କ୍ଷେତ୍ର' ସୃଷ୍ଟି ହୋଇପାରେ।
-
20.ଭିତରକନିକା ଜାତୀୟ ଉଦ୍ୟାନ, ଯାହା ଲୁଣି ପାଣି କୁମ୍ଭୀରଙ୍କ ସଂଖ୍ୟା ପାଇଁ ବିଶ୍ୱସ୍ତରରେ ପ୍ରସିଦ୍ଧ, ସେଠାରେ ବର୍ତ୍ତମାନ ସରୀସୃପମାନଙ୍କର ଚିନ୍ତାଜନକ ଭାବେ ମୃତ୍ୟୁ ଘଟୁଛି। ଏହି ଘଟଣା ବନ୍ୟପ୍ରାଣୀ ସଂରକ୍ଷଣକାରୀ ଏବଂ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
