• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇରାନ  ଆମେରିକା ଓ ଇସ୍ରାଏଲ୍‌କୁ ନୂଆ ଚେତାବନୀ   ଦେଇଛି । ଏହି ଦୁଇ ଦେଶର ସାମରିକ ଘାଟି ନିକଟରେ ଥିବା ବନ୍ଧ, ବନ୍ଦର ଓ ବିଦ୍ୟୁତ୍‌କେନ୍ଦ୍ରକୁ ଇରାନ ଏଣିକି ଦ୍ୱୈତ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ବୋଲି ବିବେଚନା କରିବ। 

  2. 2. ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବିମାନ ନାହିଁ। ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ୧୨୦୦ରୁ ଅଧିକ ବିମାନ କିଣିବାକୁ ବରାଦ ଦେଇଛନ୍ତି। ତଥାପି ଆହୁରି ୧୦୦୦ ବିମାନର ଅଭାବ ରହିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

  3. 3.ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ସାମାନ୍ୟ ହ୍ରାସ ପାଇବା ପରେ ଗ୍ରାବ୍-୩ କଟକଣାକୁ ପ୍ରତ୍ୟାହାର କରାଯାଇଛି। ଆଜି ଦିଲ୍ଲୀର ହାରାହାରି ଏକ୍ୟୁଆଇ ୨୦୪  ରେକର୍ଡ କରାଯାଇଛି।  ଯାହା ପରେ ଗ୍ରାବ୍-୩ ସ୍ତର ପ୍ରତିବନ୍ଧକକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

  4. 4.ବିଶ୍ୱର ୫୦୦ ଜଣ ପ୍ରଭାବଶାଳୀ ମୁସଲମାନଙ୍କ ୨୦୨୭ ବର୍ଷର ତାଲିକାର ଶୀର୍ଷ ସ୍ଥାନରେ ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍‌  ଅସିମ ମୁଣନିର  ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ରହିଛନ୍ତି।

  5. 5.ଦୁର୍ଗମ ଗାଁର ମହିଳା ଚାଷୀଙ୍କ ଅଦମ୍ୟ ଇଛାଶକ୍ତି ଓ ଲକ୍ଷ୍ୟ ମହିଳା ସଶକ୍ତୀକରଣର ଏକ ବଡ଼ ଉଦହାରଣ ପାଲଟିଛି। ଦୁଇ ଜଶ ମହିଳାଙ୍କ ଠାରୁ ଆରମ୍ଭ ହୋଇଥିବା କୃଷକ ଉତ୍ପାଦକ କମ୍ପାନିରେ ଜିଲ୍ଲାର ୬୩୭ଜଣ ମହିଳା ଚାଷୀ ସଭ୍ୟାରେ ପରିଣତ ହୋଇ ପାରିଛି। 

  6. 6. ଭାରତୀୟ ମଜଦୁର ସଂଘ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହେଁ। ସ୍ଵୟଂ ଶାସିତ ଶ୍ରମିକ ସଂଗଠନ । ରାଜ୍ୟରେ ୩୨୨ଟି ଶାଖା ସହ ଦେଶ ଓବିଦେଶରେ ଶ୍ରମିକଙ୍କ ପାଇଁ କାମ କରୁଛି ସଂଗଠନ। ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ କାମ କରୁଥିବା ଅଙ୍ଗନୱାଡୀ କର୍ମୀ, ଆଶା କର୍ମୀ ସହ ଅନ୍ୟାନ୍ୟ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ସରକାର ମାନେ ଚାହୁଁ ନାହାନ୍ତି।

  7. 7.କାଲିମେଳା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦ଟି ଭାରତୀୟ ଫ୍ଲାପ୍‌ସେଲ୍‌ କଇଁଛ (ମଧୁରଜଳ କଇଁଛ) ଉଦ୍ଧାର କରିବା ସହ ଏହି ଘଟଣାରେ ଦୁଇଟି ମୋଟରସାଇକଲ୍‌ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। 

  8. 8.ସମ୍ଭାବ୍ୟ ବାତ୍ୟା ‘ଅକବାନ’ ପାଇଁ ଓଡ଼ିଶାର ୮ ଜିଲ୍ଲାରେ ୨,୦୪,୦୭୦ ଜଣଙ୍କ ସ୍ଥାନାନ୍ତର ଯୋଜନା। ୩,୩୨୯ ବାତ୍ୟା ଆଶ୍ରୟସ୍ଥଳୀ ଓ ଓଡ୍ରାଫ୍‌-ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ।

  9. 9.ଓଡିଶା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା ୬୦ରୁ ୬୩ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  10. 10.ଟ୍ରାଫିକ୍ ଜାମକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ରାଜ୍ୟ ସରକାର ସହରାଂଚଳ ପାଇଁ ନୂଆ ପାର୍କିଂ ପଲିସି ଆଣିଛନ୍ତି। ନୂଆ ଘରୋଇ ଗାଡ଼ି ପଞ୍ଜିକରଣ କରିବା ପୂର୍ବରୁ ପାର୍କିଂ ସ୍ଥାନ ଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହେବ।

  11. 11.ଭୁବନେଶ୍ୱରର ଚନ୍ଦକା ଥାନା ମେଣ୍ଢାଶାଳରେ ୨୦୨୪ ଅକ୍ଟୋବର ମାସରେ ଘଟିଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଲକ୍ଷ୍ମୀଧର ଦାସଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

  12. 12.ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି । ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପାର୍କିଂ ଯୋଜନା ପ୍ରସ୍ତୁତ କରିବେ । ଏଥିରେ ପାର୍କିଂ ଜୋନ୍ ଚିହ୍ନଟ, ଶୁଳ୍କ ନିର୍ଦ୍ଧାରଣ ଏବଂ ପାର୍କିଂ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।

  13. 13.ସେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ ଟାଟା ସନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ୧୬ ତାରିଖରେ ଏକ ଚିଠି ଲେଖିଛି। ଏଥିସହିତ ଟାଟା ସନ୍ସକୁ ଉପର ସ୍ତରର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍‌ବିଏଫ୍‌ସି) ପରିସରରୁ ମଧ୍ୟ ବାହାର କରାଯିବ ନାହିଁ।

  14. 14.ଡିୟନ୍ ଗ୍ରୁପ୍‌ର ଅଟୋମୋବାଇଲ୍ ଶାଖା ଡିୟନ୍ ଅଟୋମୋଟିଭ୍ ଆଜି ଖୋରଧା ଜଗନ୍ନାଥପୁରଠାରେ ଅଶୋକ ଲେଲ୍ୟାଣ୍ଡର ନୂତନ ମଧ୍ୟମ ଓ ଭାରୀ ବାଣିଜ୍ୟିକ ଯାନ (ଏମ୍‌ଆଣ୍ଡ୍‌ଏଚ୍‌ସିଭି) ଡିଲରସିପ୍ ଉଦ୍‌ଘାଟନ କରିଛି।

  15. 15.ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ତାଙ୍କୁ ବ୍ରିଟିଶ ନାଗରିକତା ପ୍ରଦାନ କରାଯିବା ଏବଂ ଭାରତ ଛାଡିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ନେଇ ସଫେଇ ଦେଇ କହିଛନ୍ତି ଯେ, ଅଣ୍ଡରୱାର୍ଲ୍ଡରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ୨୦୧୦ ମସିହାରେ ଦେଶ ଛାଡିଛନ୍ତି। 

  16. 16.ଆନ୍ଧ୍ର ପ୍ରଦେଶରେ ପହଞ୍ଚିବ ବାତ୍ୟା ଅକବାନ। ଘଣ୍ଟାପ୍ରତି ୧୪୫ କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷାର ସତର୍କତା ଜାରି ହୋଇଛି। ତିନି ସପ୍ତାହ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ଏହା ତୃତୀୟ ବାତ୍ୟା।

  17. 17.ତେଲେଙ୍ଗାନା ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଜାଲରେ ପଡ଼ିଛନ୍ତି ଜଣେ ମହିଳା ଅଧିକାରୀ। ୭୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ସେ ୬ କୋଟି ୭୬ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଏସିବି ପକ୍ଷରୁ କୁହାଯାଇଛି।

  18. 18.ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କ ଲିଖିତ ଭୂଗୋଳ ପୁସ୍ତକ ଅଧ୍ୟୟନ କରିବେ।

  19. 19.କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା ୧୨୪ଟି ଗୃହ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି।

  20. 20.ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ସିନିୟର ବିଭାଗରେ ସିଦ୍ଧିକୃଷ୍ଣା ଚମତ୍କାର ପ୍ରଦର୍ଶନ କରି ମୋଟ ୩ଟି ପଦକ ହାସଲ କରିଛନ୍ତି। ସେ ‘ଇଣ୍ଡିଭିଜୁଆଲ୍ ରେକଗ୍ନାଇଜ୍‌ଡ୍ ପୁମ୍‌ସେ’ ଏବଂ ‘ସ୍ପିଡ୍ କିକିଂ’ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ‘କ୍ୟୁରୋଗି’ ବିଭାଗରେ ରୌପ୍ୟ ପଦକ ହାସଲ କରି ନିଜର କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.