- 1.ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଯାନ ଭଏଜର୍-୧। ପୃଥିବୀଠାରୁ ଏହାର ଦୂରତା ଏକ ଆଲୋକ ଦିବସରେ ପହଞ୍ଚିଛି।
-
2.ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୨୪୧୫୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
-
3.ଅତିରିକ୍ତ ବଜେଟ୍ରେ ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ପାଇଁ ମୋଟ ୧,୨୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ରାଜ୍ୟର ପ୍ରତିଷ୍ଠିତ 'ସୁଭଦ୍ରା' ଯୋଜନା ପାଇଁ ୫୫୦ କୋଟି ଟଙ୍କା ରଖାଯାଇଛି।
-
4.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ସର୍ବାଧିକ ୮୩୮୯.୭୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ୪୯୯୯.୩୯ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୧୩୯୦.୭୪ କୋଟି, ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୨୪୬.୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି।
-
5. ଆମେରିକାର ପ୍ରମୁଖ ଚିପ୍ ନିର୍ମାତା ଏନ୍ଭିଡିଆ ଚୀନ୍କୁ ଏଆଇ ଚିପ୍ ବିକ୍ରି ବନ୍ଦ କରିଛି। ଆମେରିକା ସରକାରଙ୍କଠାରୁ ବିକ୍ରି ପାଇଁ ଅନୁମତି ମିଳିଥିଲେ ମଧ୍ୟ କମ୍ପାନି ଏହି ନିଷ୍ପତ୍ତି ନେଇଛି।
-
6.ଅନେକ ସ୍ଥାନରୁ ଶହ ଶହ ବର୍ଷ ପୁରୁଣା ମୂର୍ତ୍ତି ଏବଂ ଅମୂଲ୍ୟ କଳାକୃତି ଚୋରି ହୋଇଛି।ଏଏସଆଇ ରେକର୍ଡ ଅନୁଯାୟୀ, ୧୯୬୧ରୁ ୨୦୨୪ ମଧ୍ୟରେ ସାରା ଦେଶରେ ଏହାର ସୁରକ୍ଷା ଅଧୀନରେ ଥିବା ସ୍ମାରକୀରୁ ମୋଟ ୪୮୮ଟି ପ୍ରାଚୀନ ସାମଗ୍ରୀ ଚୋରି ହୋଇଥିବା ରିପୋର୍ଟ କରାଯାଇଛି। ଏଥିମଧ୍ୟରୁ, ମଧ୍ୟପ୍ରଦେଶରେ ସର୍ବାଧିକ ୧୪୨ଟି ଚୋରି ରେକର୍ଡ କରାଯାଇଛି ।
-
7.ରାଜ୍ୟର ୪୦୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୮୧ଟି ଆସନରେ ନିର୍ବାଚନ ଲଢ଼ିବାକୁ ଦାବି କରିଛି। କିନ୍ତୁ ସପା ୩୬ଟି ଆସନରୁ ଅଧିକ ଛାଡ଼ିବାକୁ ରାଜି ନୁହେଁ।
-
8.ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ନିବେଶକମାନଙ୍କୁ ରିଫଣ୍ଡର ଗତି ପୂର୍ବ ତୁଳନାରେ ଦ୍ୱିଗୁଣିତ ହୋଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ମାତ୍ର ୭ ଦିନ ମଧ୍ୟରେ, ସରକାର ନିବେଶକଙ୍କ ଆକାଉଣ୍ଟକୁ ୨୨୧ କୋଟିରୁ ଅଧିକ ଟଙ୍କା ସ୍ଥାନାନ୍ତର କରିଛନ୍ତି ଏବଂ ୪.୭ ନିୟୁତରୁ ଅଧିକ ଲୋକ ସେମାନଙ୍କର ଟଙ୍କା ଫେରସ୍ତ ପାଇଛନ୍ତି।
-
9.ଆସନ୍ତା ନଭେମ୍ବର ୧୯ ଓ ୨୦, ୨ ଦିନ ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଛନ୍ତି ।
-
10.ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)। ଆଜିଠାରୁ ଆସନ୍ତା ୨୧ ତାରିଖ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ ରହିବ।
-
11.ବାତ୍ୟା ଅକବନର ସ୍ଥିତିକୁ ଦେଖି ରାଜ୍ୟରେ ହେବାକୁ ଥିବା ଷ୍ଟାଫ୍ ସିଲେକନ୍ସ ବୋର୍ଡ (ଏସ୍ଏସ୍ବି) ପକ୍ଷରୁ ହେବାକୁ ଥିବା କନିଷ୍ଠ ସହକାରୀ ଓ କନିଷ୍ଠ କିରାଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
-
12.ଯାଜପୁର କାଳିଆପାଣି ଥାନା ଖଣି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୨ ଖଣି କର୍ମଚାରୀ ଆଜି ଅକାଳରେ ଟଳି ପଡ଼ିଛନ୍ତି।
-
13.ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ଏମ୍.କେ. ରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେରିଆପାଙ୍ଗା ଗ୍ରାମର ସନ୍ତୋଷ ପାଲାକା (୩୮) ଭାସି ଯାଇଛନ୍ତି।
-
14.ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ୍ ବାର୍ଷିକ ୧୦୮ ନିୟୁତ ଟନ୍ ରୁ ଅଧିକ ଖାଦ୍ୟ ନଷ୍ଟ କରେ, ଯାହା ଏହାକୁ ବିଶ୍ୱର ସର୍ବବୃହତ ଖାଦ୍ୟ ଅପଚୟ ସୃଷ୍ଟିକାରୀଙ୍କ ତାଲିକାର ଶୀର୍ଷରେ ରଖିଛି। ଏହାପରେ ପ୍ରାୟ ୭୮ ନିୟୁତ ଟନ୍ ସହିତ ଭାରତ ଦ୍ଵିତୀୟ ଏବଂ ପ୍ରାୟ ୨୪ ନିୟୁତ ଟନ୍ ସହିତ ଆମେରିକା ତୃତୀୟରେ ରହିଛି।
-
15.ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟପ୍ରଦେଶର ଯୁବକ ଏବଂ ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସରକାରୀ ନିଯୁକ୍ତି ଏବଂ ବିଭାଗୀୟ ନିଯୁକ୍ତି ପାଇଁ “ଦୁଇଟି ସନ୍ତାନ” ର ପୁରୁଣା ନିୟମକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
16.ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି ।
-
17.ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ ଦଳର ମେଣ୍ଟର ହୋଇଥିବା ନେଇ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ସୂଚନା ଦିଆଯାଇଛି।
-
18.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର (ନଭେମ୍ବର ୧୬, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯିବ।
-
19.ଓଡିଶା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା 3 ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପିଛିଲା ଜୁଲାଇ 2026ରୁ କାର୍ଯ୍ୟକାରୀ ହେବ ।
-
20.ପଶ୍ଚିମ ଏସିଆରେ ଏକ ବଡ଼ ଧରଣର ସାମରିକ ସଂଘର୍ଷର ଆଶଙ୍କା ଦେଖାଦେଇଛି। ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇରାନ ପକ୍ଷରୁ କୁଏତ ଏବଂ ବାହାରିନ ଉପରେ ଆକ୍ରମଣ କରାଯାଇଛି, ଯାହା ସମଗ୍ର ଅଞ୍ଚଳରେ ଉତ୍ତେଜନାକୁ ଦ୍ୱିଗୁଣିତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
