• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ସହ ରାଜ୍ୟର ବିକାଶକୁ ଗୁରୁତ୍ୱ ଦିଆଯାଇଛି।

  2. 2.ଭାରତୀୟ ରେଳବାଇ ଆବର୍ଜନା ପରିଚାଳନା ମାଧ୍ୟମରେ ମୋଟ ୬୨୮.୪୯ କୋଟି ଟଙ୍କା ରାଜସ୍ୱ ଆଦାୟ କରିଛି, ଯାହା ୬୦୦ କୋଟି ଟଙ୍କାର ଲକ୍ଷ୍ୟକୁ ଅତିକ୍ରମ କରିଛି। ଆବର୍ଜନା, ପୁରୁଣା ଅଦରକାରୀ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅନାବଶ୍ୟକ ଜିନିଷ ହଟାଇ ଏହି ଅଭିଯାନ ମାଧ୍ୟମରେ ୬,୨୦,୧୨୧ ବର୍ଗ ଫୁଟ ସ୍ଥାନ ମୁକ୍ତ କରାଯାଇପାରିଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

  3. 3.ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ଲୋନି ଦିଲ୍ଲୀଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଏହି ସହର ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି।

  4. 4.ରାଜ୍ୟର ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ମିଳିବ। ଏଥି ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ବାବଦରେ ୩୯୩.୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ଏହା ଖର୍ଚ୍ଚ ହେବ।

  5. 5.ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ସରକାର ୭୮ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବା ୫୩ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବେ। ରାଜ୍ୟ କ୍ୟାବିନେଟ୍‌ରେ ଖରିଫ ଋତୁର ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି।

  6. 6.ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ନିୟମାବଳୀରେ ଏକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏଣିକି ଓସିଏସ୍ ପରୀକ୍ଷା ଦେବା ପାଇଁ ଥିବା ‘ପ୍ରୟାସ’ର ସୀମା ଉପରୁ କଟକଣା ହଟିଯିବ। ନିର୍ଦ୍ଧାରିତ ବୟସ ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରୁଥିବା ପ୍ରାର୍ଥୀମାନେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ସେଥି ପାଇଁ ‘ପ୍ରୟାସ’ର କୌଣସି ସୀମା ରହିବ ନାହିଁ। 

  7. 7.ସବୁ ‌ବେସରକାରୀ ଡିଲରଙ୍କୁ ଏକକାଳୀନ ଉଚ୍ଛେଦ କଲେ ସାଧାରଣ ବଣ୍ଟନ ବ୍ୟବସ୍ଥା‌ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତେଣୁ ସେମାନଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ଅର୍ଥାତ୍‌ ୨୦୨୭ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  8. 8.ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର)ର ଉପସ୍ଥିତି ଚିହ୍ନଟ ହୋଇଛି। ଅଭୟାରଣ୍ୟରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ବାଘର ଫଟୋ କଏଦ ହୋଇଥିବା ବେଳେ ପାଟ୍ରୋଲିଂରେ ନିୟୋଜିତ ବନ କର୍ମଚାରୀମାନେ ମଧ୍ୟ ବାଘଟିକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି।

  9. 9.ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି  ରାଓ।

  10. 10.ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନଭେମ୍ବର ୨୬ରେ ମଣିପୁରକୁ ଦିନିକିଆ ଗସ୍ତରେ ଯାଇପାରନ୍ତି। ସୂତ୍ର ଅନୁସାରେ, ସାମ୍ପ୍ରଦାୟିକ ହିଂସାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ଓ ରିଲିଫ୍‌ ଶିବିରରେ ରହୁଥିବା ବିସ୍ଥାପିତଙ୍କୁ ସେ ଭେଟିବେ। 

  11. 11.ସେନେଗାଲି ଜଳସାଗରରେ ସୋମବାର ଅଧିକ ମୃତଦେହ ଉଦ୍ଧାର କରାଯାଇଛି, ଯାହା ରବିବାର ଡଙ୍ଗା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୯କୁ ପହଞ୍ଚାଇଛି। 

  12. 12.ପାକିସ୍ତାନର ବିଦେଶୀ ଋଣ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ଦୁଇଗୁଣା ହୋଇଛି। ୨୦୧୫ରେ ଏହାର ମୋଟ ବିଦେଶୀ ଋଣ ୬.୪୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ଏହା ବୃଦ୍ଧି ପାଇ ୧୨.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  13. 13. ବିଶ୍ୱର ଅନ୍ୟତମ ବୃହତ୍‌ ଅର୍ଥନୀତି ଚୀନ୍‌ ଏବେ ଏକ ବଡ଼ ଧରଣର ଋଣ ସଙ୍କଟ ସମ୍ମୁଖୀନ ହୋଇଛି। ଦେଶର ପ୍ରାୟ ୧୦ କୋଟି ଲୋକ ବ୍ୟକ୍ତିଗତ ଋଣ ଶୁଝିବାରେ ଅସମର୍ଥ ହେଉଛନ୍ତି।

  14. 14.ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ବିସିସିଆଇ ଏକ ଶକ୍ତିଶାଳୀ ଦଳ ଚୟନ କରିଛି।

  15. 15.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା ଏବଂ ଏହି ଘଟଣାକ୍ରମ ପରେ ତାଙ୍କୁ ଭାରତରେ ଆଶ୍ରୟ ନେବାକୁ ପଡ଼ିଥିଲା

  16. 16.ଓଡ଼ିଶା ବିଜ୍ଞାନ ଏକାଡେମୀ ସୋମବାର ଦିନ ଏହାର ୨୦୨୪ ବର୍ଷର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ବିଶିଷ୍ଟ ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ସମ୍ମାନିତ କରିଛି। ଡକ୍ଟର ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କୁ ପ୍ରତିଷ୍ଠିତ 'ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉତ୍କର୍ଷ ପୁରସ୍କାର' ପ୍ରଦାନ କରାଯାଇଛି; ଏହି ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କାର ନଗଦ ରାଶି, ସ୍ୱର୍ଣ୍ଣ-ମଣ୍ଡିତ ରୌପ୍ୟ ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଛି।

  17. 17.ସମଲେଶ୍ୱରୀ ମନ୍ଦିର ପରିସରରେ ରହୁଥିବା ସେବାୟତମାନଙ୍କୁ ସରକାର ସାତ ଦିନର ଏକ ନୂତନ ନୋଟିସ୍ ଜାରି କରିଛନ୍ତି। ଦୀର୍ଘ ଦିନ ଧରି ଅଟକି ରହିଥିବା ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କୁ ନିଜ ଘର ଖାଲି କରିବାକୁ କୁହାଯାଇଛି।

  18. 18.ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜଳ ସଂରକ୍ଷଣ ଓ ଜଳ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ 'ଆଇଏସ୍‌ଏସ୍‌ ୨.୦' (ISS 2.0) ମାଧ୍ୟମରେ 'ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍' (ISS) ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି।

  19. 19.ଉପ-ରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଦୁଇ ଦିନିକିଆ ଗସ୍ତରେ ନଭେମ୍ବର ୧୫ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ, ସେ ନଭେମ୍ବର ୧୬ ତାରିଖ ଦିନ ଓଡ଼ିଶା ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ।

  20. 20.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ନିଶାଦ୍ରବ୍ୟ ବିରୋଧରେ ଏକ ବଡ଼ ଅଭିଯାନ ଘୋଷଣା କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ୨୦୨୮ ମସିହା ଡିସେମ୍ବର ୩୧ ସୁଦ୍ଧା ଗୁଜୁରାଟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା; ଯାହାକି ୨୦୨୯ ମସିହା ଡିସେମ୍ବର ୩୧ ର ଜାତୀୟ ଲକ୍ଷ୍ୟ ଠାରୁ ଗୋଟିଏ ବର୍ଷ ପୂର୍ବରୁ ହାସଲ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.