• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଥମ ବଡ଼ ନିଷ୍ପତ୍ତି ହେଉଛି ନର୍ଥ ଏବଂ ସାଉଥ ବ୍ଲକର କୋଠାଗୁଡ଼ିକର ଉପଯୁକ୍ତ ବ୍ୟବହାର କରି ‘ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟ’ ର ବିକାଶ ପାଇଁ ୩,୨୩0 କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି।

  2. 2.କଟକ ମହାନଦୀ କୂଳରେ ଆଠ ଦିବସୀୟ ବାଲିଯାତ୍ରାକୁ ଚଳିତ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟନ କରିବେ।

  3. 3.ରାଜ୍ୟର ଜଳସମ୍ପଦ ପରିଚାଳନାକୁ ଅଧିକ ଆଧୁନିକ, ବୈଜ୍ଞାନିକ ଓ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶାର ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି)କୁ  ସେଣ୍ଟର ଫର୍‌ ଏକ୍ସଲେନ୍‌ସି ଭାବେ ବିକଶିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

  4. 4.କେନ୍ଦ୍ର ସରକାରସରକାରୀ ଅଧିକାରୀମାନଙ୍କୁ ମିଳୁଥିବା ଲାପଟପ୍, ଟାବଲେଟ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଉପକରଣର ସର୍ବାଧିକ ମୂଲ୍ୟ ସୀମା ୧.୫ ଲକ୍ଷ ଟଙ୍କା ସହ ଟିକସକୁ ବୃଦ୍ଧି କରାଯାଇଛି। ତେବେ ୪ ବର୍ଷ ବ୍ୟବହାର ପୂରଣ ହେବା ପରେ ଅଧିକାରୀମାନେ ସେହି ଉପକରଣକୁ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ରଖିପାରିବେ।

  5.  5.ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ରୁଷ୍ ଓ ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଶାନ୍ତି କଥାବାର୍ତ୍ତାରେ ଉଭୟ ଦେଶର ଉଚ୍ଚସ୍ତରୀୟ ଅଧିକାରୀମାନେ ସାମିଲ ହୋଇଛନ୍ତି।

  6. 6.ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ହୋଇଥିବା ବେଳେ ଓଡ଼ିଶାର ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱର ସ୍ୱୀକୃତି ପାଇଛି। ଆସିକା ୨୦–୫୦ ହଜାର ଜନସଂଖ୍ୟା ବର୍ଗରେ ଦ୍ୱିତୀୟ।

  7. 7.ରବି ଫସଲ ଋତୁ ୨୦୨୬-୨୭ ପାଇଁ ଚାଷୀଙ୍କୁ ସାର ରିହାତି ଦରରେ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୨,୩୭୦.୦୨ କୋଟି ଟଙ୍କାର ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି।

  8. 8.ମ୍ୟାକ୍‌କିନ୍‌ସେ  ରିପୋର୍ଟ ଅନୁସାରେ, ଏଆଇ ସହାୟତାରେ ବ୍ୟାଙ୍କଗୁଡ଼ିକରେ ବିପଦ ପରିଚାଳନା ସହ ଜଡ଼ିତ ୬୦ରୁ ୭୦ ପ୍ରତିଶତ କାମ ସ୍ୱୟଂଚାଳିତ ହୋଇପାରିବ। ବର୍ତ୍ତମାନ ଏହି କାମଗୁଡ଼ିକ କର୍ମଚାରୀମାନେ ହାତରେ କରୁଛନ୍ତି।

  9. 9.ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା ଉପକରଣ ନିର୍ମାତା ସଂସ୍ଥା ''ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ'' ବୁଧବାର ସକାଳେ ଏକ ଅତ୍ୟାଧୁନିକ ଦୂରଗାମୀ କ୍ରୁଜ୍ ମିସାଇଲ୍ ''ସୁପର୍ ଆଇସ୍''ର ଅନାବରଣ କରିଛି।

  10. 10.କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବା ମାତ୍ରେ ଚୌରୀଚୌରା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।  ଅନୱରଗଞ୍ଜରୁ ଗୋରଖପୁର ଯାଉଥିବା ୧୫୦୦୩ ନମ୍ବର ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା।

  11. 11.ରାଜସ୍ଥାନର ଝାଲାୱାଡ଼ରେ ସାଇବର ଠକେଇ ଓ ଧମକର ଶିକାର ହୋଇ ଜଣେ ୫୬ ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ଠକିବା ସହ ପୁଅକୁ ଅପରାଧିକ ମାମଲାରେ ଫସାଇଦେବାକୁ ଧମକ ଦେଉଥିଲେ ଠକମାନେ।

  12. 12.ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ ଦେଶର ପ୍ରମୁଖ ଡେରୀ କମ୍ପାନୀ ଅମୁଲ୍‌ ମଧ୍ୟ କ୍ଷୀର ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ଅମୁଲ୍‌ ଗୋଲ୍ଡର ଲିଟର ପିଛା ଦାମ୍‌ ୪ ଟଙ୍କା ଏବଂ ଅମୁଲ୍‌ ତାଜାର ଦାମ୍‌ ୨ ଟଙ୍କା ବୃଦ୍ଧି କରାଯାଇଛି।

  13. 13.ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ସମୟରେ ସେ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।

  14. 14.କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା ଓ ଭଙ୍ଗା ଚାଉଳର ଦରରେ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବ ଆଗାମୀ ଦିନରେ ଅଣ୍ଡା ଓ କୁକୁଡ଼ା ମାଂସ ବଜାର ଉପରେ ପଡ଼ିବା ଆଶଙ୍କା ରହିଛି।

  15. 15.ଶୀତ ଋତୁର ଆଗମନ ସହ ପ୍ରସିଦ୍ଧ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଛି। ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଆସନ୍ତା ୬ ମାସ ପର୍ଯ୍ୟନ୍ତ ଧାମରେ ଦର୍ଶନ ବନ୍ଦ ରହିବ.

  16. 16୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ନିୟମିତ ଛାତ୍ରଛାତ୍ରୀ ବିନା ଜରିମାନାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଓ ନାମ ପଞ୍ଜୀକରଣ କରିପାରିବେ।
  17. 17ନବରଙ୍ଗପୁର ଜିଲ୍ଲାରେ ବଢ଼ୁଛି ଗେଡ଼ା ଶିଶୁଙ୍କ ସଂଖ୍ୟା। ଜିଲ୍ଲାର ୨୩୩୦ ଅଙ୍ଗନବାଡ଼ି କେନ୍ଦ୍ରରେ ୧୫୮୬୮୮ ପଞ୍ଜୀକୃତ ଶିଶୁଙ୍କ ମଧ୍ୟରୁ ୪୫୬୭ ଶିଶୁ ଦୁର୍ବଳ ତଥା କମ୍ ଉଚ୍ଚତାର। ସେହିପରି ମଧ୍ୟମ ଦୁର୍ବଳ ବର୍ଗରେ ୧୭୯୭୩ ଶିଶୁ ଅଛନ୍ତି।
  18. 18ଅର୍ଣ୍ଣବ ଦ୍ବାରା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରକୁ ମିଳିବ ଜରୁରିକାଳୀନ ରିଲିଫ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍ ଅନୁଯାୟୀ, ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କୁ ୫୦କେଜି ଲେଖାଏଁ ଚା‌ଉଳ ଏବଂ ୨୫୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।
  19. 19.କର୍କଟ, ଆଲଜାଇମର୍ସ, ହୃଦ୍‌ରୋଗ ଓ ମାନସିକ ରୋଗ। ଏସବୁ ଆଜି ବି ଚିକିତ୍ସା ବିଜ୍ଞାନ ପାଇଁ ବଡ଼ ଆହ୍ୱାନ। କିନ୍ତୁ ଆଗାମୀ ଦିନରେ ସେସବୁ ଇତିହାସ ପାଲଟିଯିବ। ଆଉ ଏହାର ପଛରେ ରହିବ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ।
  20. 20.ଯଦି କୌଣସି ଦେଶ ଇରାନର ସାମରିକ ବଳକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବ, ତା’ହେଲେ ତେହରାନ ଉକ୍ତ ଦେଶ ବିରୋଧରେ ଯେକୌଣସି ପଦକ୍ଷେପ ନେଇପାରିବ। ଏବେ ଏହି ନିୟମ ଅନୁସାରେ ଇରାନ ପକ୍ଷରୁ ଆର୍ଜେଣ୍ଟିନାର ନୌସେନା ଓ ବାୟୁସେନାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.