-
1.ବଦ୍ରିନାଥ ମନ୍ଦିରର କବାଟ ବନ୍ଦ କରିବା ପ୍ରକ୍ରିୟା ଗୁରୁବାର, ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍ରେ ଶୀତ ଋତୁ ପାଇଁ ମନ୍ଦିରର କବାଟ ବନ୍ଦ କରାଯିବ।
-
2.ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ସିରିଡି ସାଇବାବାଙ୍କୁ ଅର୍ପଣ କରାଯାଇଛି ୧ କୋଟି ଟଙ୍କାର ସୁନା ଓ ରୁପାରେ ନିର୍ମିତ ଏକ ସୁନ୍ଦର କାନ୍ଥଘଣ୍ଟା।ଏହି ଘଣ୍ଟା ତିଆରିରେ ବ୍ୟବହାର ହୋଇଛି ୬୬୯ ଗ୍ରାମ ୧୮ କ୍ୟାରେଟ୍ ସୁନା ଏବଂ ୩୧୯ ଗ୍ରାମ ରୁପା।
-
3.ସରକାର ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଖୁବଶୀଘ୍ର ସଂସଦର ସ୍ୱତନ୍ତ୍ର ଅଧିବେଶ ଡାକିବେ । ମହିଳା ସଂରକ୍ଷଣକୁ ଲାଗୁ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲକୁ ପାରିତ କରିବା ପାଇଁ ସରକାର ସ୍ୱତନ୍ତ୍ର ଅଧିବେଶ ଡାକିବାକୁ ଯୋଜନା କରିଛନ୍ତି।
-
4.ଅକ୍ଟୋବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୬.୦୯% ଛୁଇଁଛି। ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୫.୫୪% ରହିଥିଲା। ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚି ଯାଇଛି।
-
5.ଭୁବନେଶ୍ବରରେ ସୁନା ଓ ରୁପା ଯଥେଷ୍ଟ ଶସ୍ତା ହୋଇଛି। ଏହି ୩ ଦିନରେ ୨୨ କ୍ୟାରେଟ୍ ସୁନା ୪,୪୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୪୮୦୦ ଟଙ୍କା ଶସ୍ତା ହୋଇଛି।
-
6.ଆସନ୍ତା ୧୪ ତାରିଖରେ ରାଜ୍ୟରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଆବଣ୍ଟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।
-
7.ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ(SRA) ଶଶିକାନ୍ତ ରାଣା। ଭିଜିଲାନ୍ସ ଟିମ୍ ତାଙ୍କୁ ଅନୁଗୋଳରୁ ଗିରଫ କରିଛି। ୩.୦୩ କୋଟି ଟଙ୍କାରୁ ଅଧିକ ବଡ଼ ଧରଣର ଆର୍ଥିକ ହେରଫେରର ଖୁଲାସା ପରେ ଶ୍ରୀ ରାଣା ଦୀର୍ଘ ଦିନ ଧରି ଫେରାର ଥିଲେ।
-
8.ରାଉରକେଲା ବିଧାୟକ ସାରଦା ନାୟକ ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ସେ ବୟାନରେ କହିଛନ୍ତି।
-
9.ମଧ୍ୟପ୍ରଦେଶର ଡିଣ୍ଡୋରୀ ଅଂଚଳର ପଡ଼ରିଆ ଛାଣ୍ଟା ଗାଁରେ ଏଠାକାର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର ଜଣେ ବନ୍ଧୁ ରସଗୋଲା କହି ଏକ ବାରୁଦ ବୋମା ଖାଇବାକୁ ଦେବାରୁ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଛି।
-
10.ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ହତ୍ୟା ଧମକ ମିଳିଛି।
-
11.ଦକ୍ଷିଣ ଗାଜା ସ୍ଥିତ ନାସେର ହସ୍ପିଟାଲରେ ଗୁରୁବାର ଇସ୍ରାଏଲ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
-
12. ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହେବାକୁ ଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ନଭେମ୍ବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
-
13.ଏନଭିଡିଆ (Nvidia) ର ସିଇଓ ଜେନସେନ୍ ହୁଆଙ୍ଗ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି। ତାଙ୍କର ବିବାହ ବହିର୍ଭୂତ ସମ୍ପର୍କକୁ ନେଇ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ପ୍ରକାଶ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। କମ୍ପାନୀ କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ ସିଇଓ ଭାବରେ ନିଯୁକ୍ତ କରିଛି। ସେ ବର୍ତ୍ତମାନ କମ୍ପାନୀର କାର୍ଯ୍ୟନିର୍ବାହୀ ଉପ-ସଭାପତି ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଭାବରେ କାର୍ଯ୍ୟରତ ଅଛନ୍ତି।
-
14.ନଭେମ୍ବର ୧୧ ତାରିଖରେ ମିନା ସାକର୍ (Mina Saqr) ନିକଟରେ ଲାଇବେରିଆ ପତାକା ଲାଗିଥିବା ଏକ ଅଶୋଧିତ ତୈଳ ବାହକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଜାହାଜରେ ୧୯ ଜଣ ଭାରତୀୟ ନାବିକ ଥିଲେ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି।
-
15.ବିଶ୍ୱ ହିନ୍ଦୁ ପରିଷଦ (VHP) ର କେନ୍ଦ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ମିଲିନ୍ଦ ପରାଣ୍ଡେ ଦାବି କରିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୨୦୦୮ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ 'ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ'ର ଯେଉଁ ରିପୋର୍ଟ ନିଖୋଜ ହୋଇଯାଇଛି, ତାହାକୁ ଖୋଜି ବାହାର କରାଯାଉ ଏବଂ ସର୍ବସାଧାରଣରେ ପ୍ରକାଶ କରାଯାଉ।
-
16.ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (CUO) ପରିସରରେ ୩୦୦ରୁ ଅଧିକ ପ୍ରଜାତିର ଔଷଧୀୟ ଉଦ୍ଭିଦ ଥିବା ଏକ ଉଦ୍ୟାନର ଉଦ୍ଘାଟନ କରାଯାଇଛି। ଏହାର ନାମ 'ପରାଶର ଆଦିବାସୀ ଔଷଧୀୟ ଉଦ୍ଭିଦ ଉଦ୍ୟାନ' (Parashar Tribal Medicinal Plant Garden) ରଖାଯାଇଛି।
-
17.ୟୁଏଇର ଫୁଜୈରାହ ଏମିରେଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।
-
18.ପାକିସ୍ତାନର ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାରେ ଏକ ସାମରିକ ଶିବିର ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବେଲୁଚିସ୍ତାନର ଏକ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
-
19.ଆମେରିକାରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଦେଶରୁ ବାହାର କରିବା ଅଭିଯାନକୁ ଅଧିକ ଜୋରଦାର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଆଫଗାନିସ୍ତାନ ଓ ଇରାନର ନାଗରିକମାନଙ୍କୁ ସିଧାସଳଖ ନିଜ ଦେଶକୁ ପଠାଇବା ପରିବର୍ତ୍ତେ ପାକିସ୍ତାନ ଦେଇ ପଠାଇବାକୁ ଆମେରିକା ଯୋଜନା କରୁଥିବା ଜଣାପଡ଼ିଛି ।
-
20.ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ପ୍ରଯୁକ୍ତି ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ଲାଗି ବିଭିନ୍ନ ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍ ସ୍ଥାପନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
