• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଏଲନ୍ ମସ୍କଙ୍କସ୍ପେସ୍ ‘ଏକ୍ସ’ର ଷ୍ଟାରସିପ୍ ସ୍ପେସ୍‌ କ୍ରାଫ୍ଟ ଶନିବାର ଦିନ କକ୍ଷପଥରୁ ଫେରିଛି ଏବଂ ଟେକ୍ସାସର ଲଞ୍ଚ ଟାୱାରରେ ବିଶାଳ ଯାନ୍ତ୍ରିକ ବାହୁ (ମେକାଜିଲା) ଦ୍ୱାରା ମଝି ଆକାଶରେ ସଫଳତାର ସହ ଧରାପଡ଼ିଛି।

  2. 2.ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ଦଳର ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧର ପରବର୍ତ୍ତୀ ରଣନୀତିକୁ ନେଇ ବାରମ୍ବାର ନିଜର ମତ ବଦଳାଉଛନ୍ତି।

  3. 3.ରାଜସ୍ଥାନର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ସହାୟତା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ୯୩୨୧ କୋଟି ଟଙ୍କାର ବିଶେଷ ପ୍ୟାକେଜ୍‌ ଘୋଷଣା କରିଛନ୍ତି।

  4. 4.ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ଆମେରିକୀୟ ବାୟୁସେନାର ଏଫ-୧୬ ଲଢ଼ୁଆ ଜେଟ୍ ନିରନ୍ତର ସାମୁଦ୍ରିକ ଅଞ୍ଚଳରେ ପାଟ୍ରୋଲିଂ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ ଆମେରିକାର ସାମରିକ ସୁରକ୍ଷାରେ ହରମୁଜ ପ୍ରଣାଳୀ ଦେଇ ୧.୭ ବିଲିୟନ ବ୍ୟାରେଲରୁ ଅଧିକ ଅଶୋଧିତ ତେଲ ପରିବହନ କରାଯାଇଛି।

  5. 5.ଦେଶର ସର୍ବବୃହତ କାର୍ ନିର୍ମାତା କମ୍ପାନୀ 'ମାରୁତି ସୁଜୁକି' ପୁଣି ଥରେ ନିଜର ଦବଦବା ବଜାୟ ରଖିଛି। ସଦ୍ୟତମ ସେଲ୍ସ ରିପୋର୍ଟ ଅନୁଯାୟୀ, ଦେଶର ସର୍ବାଧିକ ବିକ୍ରି ହେଉଥିବା ଶ୍ରେଷ୍ଠ ୧୦ଟି (ଟପ୍-୧୦) କାର୍ ତାଲିକାରେ କେବଳ ମାରୁତି ସୁଜୁକିର ୭ଟି ମଡେଲ୍ ସ୍ଥାନ ପାଇଛି।

  6. 6.ଗୌହାଟି ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି। ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭଳି ଡକ୍ୟୁମେଣ୍ଟ ରହିଛି। କିନ୍ତୁ, କେବଳ ଏହି ଡକ୍ୟୁମେଣ୍ଟଗୁଡ଼ିକ ଭାରତୀୟ ନାଗରିକତା ପ୍ରମାଣ କରିପାରିବ ନାହିଁ।

  7. 7.କଙ୍ଗନା କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ “ରହସ୍ୟମୟ ବିଦେଶୀ ନାଗରିକ” ବୋଲି ଉଲ୍ଲେଖ କରିଥିଲେ । ପୋଷ୍ଟରେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀ ତାଙ୍କ ଘର ଛାଡିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଅବସରପ୍ରାପ୍ତ ଶିମଲା ବାସିନ୍ଦା ଅତୁଲ ଶର୍ମା ଗୁରୁବାର ସନ୍ଧ୍ୟାରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଏକ ଇମେଲ୍ ପଠାଇ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

  8. 8.ଓଡିଶା ପାଇଁ ଅଧିକ ଏକ ଲକ୍ଷ ଘର ମଞ୍ଜୁର ହୋଇଥିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି। ୨୦୧୪-୧୫ ମସିହା ପରଠାରୁ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଗତ ଦୁଇ ବର୍ଷ ମଧ୍ୟରେ ୫.୬୬ ଲକ୍ଷରୁ ଅଧିକ ଘର ଅନ୍ତର୍ଭୁକ୍ତ ରହିଛି।

  9. 9.କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟବସାୟୀ, ଖୁଚୁରା ବିକ୍ରେତା, ହୋଲ୍‌ସେଲର୍‌, ପ୍ରୋସେସର୍‌ ଏବଂ ମିଲରମାନଙ୍କ ଦ୍ୱାରା ଧାନ ଓ ଚାଉଳ ମହଜୁଦ (ଷ୍ଟକ୍‌)ର ଅନ୍‌ଲାଇନ ଘୋଷଣା ପାଇଁ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ’ (foodstock.dfpd.gov.in) କାର୍ଯ୍ୟକ୍ଷମ କରିଛନ୍ତି।

  10. 10.ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ ବାସସ୍ଥାନରେ ଗଣନା କରାଯିବ।

  11. 11.ଯୋଗାଯୋଗ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୪ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଦ ରହିଥିବା ଆମେରିକାର ବିମାନ ଚଳାଚଳ ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି।

  12. 12.ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ୨୯ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଥିବା ରିପୋର୍ଟ ମିଳିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ।

  13. 13.କ୍ରିକେଟ୍ ମଇଦାନରେ ଆଉଥରେ ଆଧିପତ୍ୟ ଜାହିର୍ କରିଛି ଭାରତ। ଏସିଆ କପ୍ ୨୦୨୬ର ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହିତ ଭାରତୀୟ କ୍ରିକେଟ୍ ଦଳ ପୁଣିଥରେ ଏସୀୟ କ୍ରିକେଟ୍ ରଙ୍ଗମଞ୍ଚରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି।

  14. 14.ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି । ଏନେଇ ୧୭ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

  15. 15.ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ତଥା ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାର ରୂପ ନେବ। ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍ୱାନ’ ରହିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.