• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍‌ (ଚତୁର୍ଦ୍ଦେଶୀୟ ସୁରକ୍ଷା ସଂଗଠନ) ଦୁର୍ବଳ ହୋଇପଡ଼ିଥିବା ରିପୋର୍ଟକୁ ଖଣ୍ଡନ କରିଛି ଆମେରିକା। ଆମେରିକୀୟ ଗଣମାଧ୍ୟମ ‘ପଲିଟିକୋ’ରେ ପ୍ରକାଶିତ ରିପୋର୍ଟକୁ ୱାସିଂଟନ ଅଗ୍ରାହ୍ୟ କରିଛି।

  2. 2.ମୃତ୍ୟୁଦଣ୍ଡକୁ ବିଶ୍ୱବ୍ୟାପୀ ବନ୍ଦ କରିବା ଦାବିରେ ଜାତିସଂଘରେ ଆଗତ ଏକ ପ୍ରସ୍ତାବକୁ ଭାରତ ବିରୋଧ କରିଛି। ମୃତ୍ୟୁଦଣ୍ଡ ଉପରେ ସାମୟିକ ରୋକ୍ ଲଗାଇବା ସହ ଏହାକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବା ଲକ୍ଷ୍ୟରେ ମେକ୍ସିକୋ ଏହି ପ୍ରସ୍ତାବ ଆଣିଥିଲା।

  3. 3.ବିଶ୍ୱ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆମେରିକା, ରୁଷ୍‌ ଓ ଚୀନ୍‌ର ରାଷ୍ଟ୍ରମୁଖ୍ୟ , ଦୋନଳ ଟ୍ରମ୍ଫ ଭ୍ଲାଦିମିର ପୁଟିନ୍‌ ଓ ସି ଜିନ୍‌ପିଙ୍ଗ୍‌ ଗୋଟିଏ ମଞ୍ଚରେ ଏକାଠି ହେବେ। ଚୀନ୍‌ର ଶେନ୍‌ଝେନ୍‌ ସହରରେ ନଭେମ୍ବର ୧୯ ତାରିଖରେ ଏହି ଐତିହାସିକ ବୈଠକ ହେବ ବୋଲି ରୁଷ୍‌ ସ୍ପଷ୍ଟ କରିଛି।

  4. 4.ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ବାହାରିନ ସ୍ଥିତ ଏକ ସାମରିକ ଘାଟିରେ ଥିବା ଆମେରିକୀୟ ରାଡାର ବ୍ୟବସ୍ଥା ଉପରେ ଡ୍ରୋନ୍ ଆକ୍ରମଣ କରିଛି।

  5. 5.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନ୍‌ ନିଜ ଆତ୍ମଜୀବନୀକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆତ୍ମଜୀବନୀ ‘ପ୍ରମିସ୍‌ ମି, ଆମେରିକା’ ପୁସ୍ତକରେ ବିଡେନ୍‌ ଗାଜା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟାକୁ ନେଇ ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ତୀବ୍ର କଟାକ୍ଷ କରିଛନ୍ତି।

  6. 6. ଟାଟା ଷ୍ଟିଲ ସହିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ମିଶିଯିବ। ଏଥିପାଇଁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଅନୁମୋଦନକୁ ଅପେକ୍ଷା ରହିଛି ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ କୌଶିକ ଚାଟାର୍ଜୀ କହିଛନ୍ତି।

  7. 7.ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ସରକାରୀ ଖର୍ଚ୍ଚ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ସାଧାରଣ ଲୋକଙ୍କୁ ନିଜ ପକେଟରୁ କରିବାକୁ ପଡୁଥିବା ଖର୍ଚ୍ଚର ଅନୁପାତ ହ୍ରାସ ପାଇଛି।

  8. 8.ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ (ଆଇପିଓ) ଆସନ୍ତା ସପ୍ତାହରେ ଜାରି ହେବ। ସମ୍ଭବତଃ ନଭେମ୍ବର ୧୯ରେ ଏହା ସବ୍‌ସ୍କ୍ରିପ୍‌ସନ୍‌ ପାଇଁ ଖୋଲିବ।ଏହି ଇସ୍ୟୁ ଜରିଆରେ ଏମ୍‌ସିଏଲ୍‌ର ୧୦% ଅଂଶଧନକୁ ଏହାର ମାଲିକ କୋଲ୍‌ ଇଣ୍ଡିଆ ବିକ୍ରି କରିବ।

  9. 9.ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ମହିଳା ସଂରକ୍ଷଣ ଲାଗୁ କରିବା ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି।

  10. 10.ବସୁନ୍ଧରା ଯୋଜନାରେ ବାସହୀନ ପରିବାରଙ୍କୁ ମାଗଣା ୪ ଡେସିମିଲ ଜମି ପାଇଁ ବାର୍ଷିକ ଆୟସୀମା ୧ ଲକ୍ଷରୁ ୧.୫ ଲକ୍ଷ ଟଙ୍କାକୁ ବଢ଼ାଇଲେ ଓଡ଼ିଶା ସରକାର।

  11. 11.ବାତ୍ୟା ପ୍ରସ୍ତୁତି ସ୍ୱରୂପ ଭଞ୍ଜନଗର ଓ ଡହ ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ପ୍ରଶାସନର ଘୋଷଣା। ଡହରୁ ରବିବାର ରାତିରୁ ୩୦ କ୍ୟୁମେକ୍ସ ପାଣି ଛଡ଼ାଯିବ।

  12. 12.ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ। ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି କରିଥିବା ଆଦେଶ ଅନୁସାରେ, ୱାଙ୍ଗଚୁକ୍‌ଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।

  13. 13.ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଲଳିତ ମୋଦି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟିଶ ନାଗରିକତା ମିଳିଥିବା ସେ ସୂଚନା ଦେଇଛନ୍ତି।

  14. 14.ଏଚ୍‌ଏସ୍‌ବିସି ହୁରୁନ୍‌ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି । ତାଙ୍କ କମ୍ପାନୀର ବଜାର ମୂଲ୍ୟ ୪.୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି ।

  15. 15.ଚତୁର୍ଥ ଦିନିକିଆର ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଲା ଭାରତ। ପଞ୍ଚମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ କଲା ପରାସ୍ତ। ପଞ୍ଚମ ଦିନିକିଆରେ ପରାସ୍ତ ହେବା ସହିତ ସିରିଜ୍ ହାରିଯାଇଛି ନ୍ୟୁଜିଲ୍ୟାଣ୍ଡ। ଘରୋଇ ଦଳ ୨୨ ରନ୍‌ରେ ଭାରତଠାରୁ ହାରିଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.