-
1.ନଭେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ସିଙ୍ଗାପୁରରେ ହେବାକୁ ଥିବା ଫିନଟେକ୍ ଫେଷ୍ଟିଭାଲ୍ରେ ଓଡ଼ିଶାର ୨୦ ଛାତ୍ରଛାତ୍ରୀ ଯୋଗଦେବେ। ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଚୟନ କରାଯାଇଛି।
-
2.ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ନିର୍ଣ୍ଣୟ ବ୍ୟବସ୍ଥା, ତଥା ଅନ୍ୟାନ୍ୟ ରୋଗ ନିର୍ଣ୍ଣୟ ନିମନ୍ତେ ଏମ୍ସ ଭୁବନେଶ୍ୱର ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନିଟି ଅତ୍ୟାଧୁନିକ ପରୀକ୍ଷାଗାର ଆରମ୍ଭ ହୋଇଛି।
-
3.ରାଜ୍ୟରେ ‘ଦକ୍ଷତା ବିକାଶ ଯୋଜନା’ରେ ଆଗାମୀ ଦିନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ସ୍ୱଳ୍ପକାଳୀନ ତାଲିମ ଦିଆଯିବ। ଏହା ବ୍ୟତୀତ ଆଉ ୩ ଲକ୍ଷ ଯୁବକଯୁବତୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ ବୋଲି ଆଜି ଏକ କର୍ମଶାଳାରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି।
-
4.ଦେଶରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ପ୍ରମୁଖ ଇଲେକ୍ଟ୍ରିକ୍ କ୍ୟାବ୍ ଅପରେଟର୍ ‘ଗ୍ରୀନ୍ ଏସ୍ଏମ୍’ ଏହାର ସେବାକୁ ଦେଶର ୬ଟି ନୂତନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପ୍ରସାରଣ କରିବାକୁ ଯାଉଛି
-
5.ପୋଷାକ ଜଗତର ଅଗ୍ରଣୀ ପ୍ରତିଷ୍ଠାତ ତଥା ଦେଶର ଏକ ନମ୍ବର ରିହାତି ଆଧାରିତ ବ୍ରାଣ୍ଡ୍ କୋବ୍ ଆପାରେଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧାର ୩୦ଟି ନୂଆ ଷ୍ଟୋର ଖୋଲାଯିବ।
-
6.କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ ଅନେକ ଅଜଣା କାହାଣୀ ଶେୟାର କରିଛନ୍ତି।
-
7.ଆଲ୍ଲାହାବାଦ ହାଇକୋର୍ଟ ଟିପ୍ପଣୀ କହିଛନ୍ତି, ଫାଇନାନ୍ସ କମ୍ପାନୀର ଗାଡ଼ି ଜବତ କରିବାର ଆଇନଗତ ଅଧିକାର କେବଳ ସିଭିଲ କୋର୍ଟ କିମ୍ବା ଆର୍ବିଟ୍ରେଟର ଭଳି ଆଇନସମ୍ମତ ପନ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ରିକଭରି ଏଜେଣ୍ଟମାନେ ରାସ୍ତାରେ ଋଣଗ୍ରହୀତାଙ୍କୁ ଅଟକାଇ ଜବରଦସ୍ତ ଗାଡ଼ି ଛଡ଼ାଇନେଇ ପାରିବେ ନାହିଁ।
-
8.ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ।
-
9.ରାଜସ୍ଥାନର ଜୟପୁରରେ ଏକ ରେଷ୍ଟୁରାଣ୍ଟକୁ ମାତ୍ର ୫୦ ପଇସା ଅଧିକ ନେବା ମହଙ୍ଗା ପଡ଼ିଛି । ଗ୍ରାହକଙ୍କ ଅଭିଯୋଗ ପରେ ମାମଲା ଉପଭୋକ୍ତା ଆୟୋଗରେ ପହଞ୍ଚିଥିଲା। ଏବେ ରେଷ୍ଟୁରାଣ୍ଟକୁ ଅତିରିକ୍ତ ନିଆଯାଇଥିବା ୫୦ ପଇସା ଫେରାଇବା ସହ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି ।
-
10.ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍)କୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ନେତାମାନେ ସୁପ୍ରିମକୋର୍ଟରେ ଏକ ନୂଆ ଆବେଦନ ଦାଖଲ କରିଛନ୍ତି। ଏଥିରେ ନିର୍ବାଚନ କମିଶନଙ୍କୁ ୪୮ଟି ଲିଖିତ ପ୍ରଶ୍ନ ପଠାଇବା ପାଇଁ ଅନୁମତି ମାଗିଛନ୍ତି। ଏଥିସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କଠାରୁ ସତ୍ୟପାଠ ଜରିଆରେ ଜବାବ ଦାବି କରିଛନ୍ତି।
-
11.୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା ଓ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ। ୨୦ ତାରିଖ ମଧ୍ୟାହ୍ନ ବେଳକୁ ଏହା ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ବେଗରେ ପବନ ସହ ଆନ୍ଧ୍ରପ୍ରଦେଶର ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
-
12.ଭାରତ ପାଇଁ ଟି-୨୦ ବିଶ୍ୱକପ ଜିତିଥିବା କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ପୁଣି ଜଲୱା ଦେଖାଇଛନ୍ତି। ପ୍ରଥମ ମ୍ୟାଚ୍ ଭଳି ମୁମ୍ବାଇ ପାଇଁ ଦ୍ୱିତୀୟ ମ୍ୟାଚ୍ରେ ଗର୍ଜିଛି ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍।
-
13.ଜୟ ଶାହ ଲଗାତାର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (icc)ର ଚେୟାରମ୍ୟାନ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି।
-
14.ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜେଲ୍ରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡ଼ିବା ସହ ସେ ସେଠାରେ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।
-
15.ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସାକ୍ସର ସଂସ୍ଥାର ଆକଳନ ଅନୁଯାୟୀ, ୨୦୨୭ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ଏହା ଚୀନ୍, ଆମେରିକା ଓ ୟୁରୋ ଅଞ୍ଚଳର ଅଭିବୃଦ୍ଧି ଆକଳନଠାରୁ ଅଧିକ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
