• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାରେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି । ରାଜ୍ୟର କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ସୁନା ଖଣି ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାରେ ରୁପା ଖଣି ଏବଂ କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟ ବା ରୁବି ଖଣିଜର ସନ୍ଧାନ ମିଳିଥିବା ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।

  2. 2.ଧନତେରସ ପରଠାରୁ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ଖସିସାରିଛି । ଅନ୍ୟପଟେ ଫ୍ୟୁଚର୍ସ ବଜାରରେ ରୁପା ଦରରେ ବୃଦ୍ଧି ରେକର୍ଡ ହୋଇଛି।

  3. 3.ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ୱିଣ୍ଡଫଲ ଟ୍ୟାକ୍ସ (Windfall Tax) ବୃଦ୍ଧି କରିଛନ୍ତି।

  4. 4.ଯୁକ୍ତ ୨ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ ପରୀକ୍ଷା। ଏନେଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷାର୍ଥୀଙ୍କ ପାଇଁ ବିଷୟଭିତ୍ତିକ ସୂଚୀ ଜାରି କରାଯାଇଛି।

  5. 5.ଆସନ୍ତା ୨୦୭୦ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୁସଲିମ୍‌ ଜନସଂଖ୍ୟା ବିଶିଷ୍ଟ ଦେଶରେ ପରିଣତ ହେବ। ଏହି ସମୟରେ ଭାରତରେ ମୁସଲିମ୍‌ଙ୍କ ସଂଖ୍ୟା ୩୩.୪ କୋଟିରେ ପହଞ୍ଚିବ। ଅନ୍ୟପକ୍ଷରେ ଦେଶର ମୋଟ ଜନସଂଖ୍ୟାରେ ହିନ୍ଦୁଙ୍କ ଅଂଶ ୨୦୨୦ର ୭୯ ପ୍ରତିଶତରୁ ହ୍ରାସ ପାଇ ୭୬ ପ୍ରତିଶତ ହେବ। ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ନୂଆ ଅଧ୍ୟୟନରେ ଏହି ଆକଳନ କରାଯାଇଛି।

  6. 6.ଅକ୍ଟୋବର ମାସରେ ଭାରତକୁ ସାଉଦି ଆରବରୁ ତୈଳ ଆମଦାନି ବୃଦ୍ଧି ପାଇଥିବା ବେଳେ ୟୁଏଇରୁ ଆମଦାନି ହ୍ରାସ ପାଇଛି। ତେବେ ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ଭାବେ ରୁଷ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି।

  7. 7.ଘରୋଇ ବାଇକ୍‌ ଓ ସ୍କୁଟର ମାଲିକମାନଙ୍କୁ ବାଇକ୍‌ ଟ୍ୟାକ୍ସି ଭାବେ ଗାଡ଼ି ଚଳାଇବାକୁ ଅନୁମତି ଦେବା ଲାଗି ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ।

  8. 8.କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା କେ. କରୁଣାକରଣଙ୍କ ଝିଅ ପଦ୍ମଜା ଭେନୁଗୋପାଳ ବିଜେପି ଛାଡିଛନ୍ତି।

  9. 9.ଡିଏମ୍‌କେ ମୁଖ୍ୟ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ପରାଜିତ କରି ତାମିଲନାଡୁ ରାଜନୀତିରେ ଚହଳ ପକାଇଥିବା ବିଧାୟକ ଭିଏସ୍‌ ବାବୁଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା।

  10. 10.ଚାକିରିରୁ ଅବସର ନେବା ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ସଦସ୍ୟମାନଙ୍କୁ ପିଏଫ୍‌ ଖାତାରେ ଥିବା ସବୁ ଟଙ୍କା ଏକାଥରେ ଆଉ ଉଠାଇବାକୁ ପଡ଼ିବ ନାହିଁ। ‌ସେମାନେ ଚାହିଲେ, ନିୟମିତ ବ୍ୟବଧାନରେ ସେହି ଟଙ୍କା ପାଇପାରିବେ। 

  11. 11.କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ଅଧୀନ ସାର୍ଟିଫିକେଟ୍‌ (ପିୟୁସିସି) ବୈଧତା ନିୟମରେ ପରିବର୍ତ୍ତନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ ବିଏସ୍‌-୧, ବିଏସ୍‌-୨ ଓ ବିଏସ୍‌-୩ ଗାଡ଼ିର ପିୟୁସିସି ବୈଧତା ୩ ମାସ ରଖାଯାଇଛି। 

  12. 12.୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର  ଓଡ଼ିଶା ପାଭିଲିୟନରେ ଓଡ଼ିଶାର ପାରମ୍ପରିକ 'ଖଜୁରୀ ଗୁଡ଼' ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକଙ୍କୁ ଆକର୍ଷିତ କରୁଛି । 

  13. 13.ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ୮୯ଟି ନୂଆ ହେଲ୍ଥ ପ୍ୟାକେଜ ଯୋଡ଼ିବାକୁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। 

  14. 14.ଆସନ୍ତା ବାତ୍ୟାର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ କଟକ ଉପରେ ମଧ୍ୟ ପଡ଼ିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ପବନର ବେଗ ଅଧିକ ରହିବାର ଆଶଙ୍କା ରହିଛି।

  15. 15.ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(ପିୟୁସିସି) ସାର୍ଟିଫିକେଟର ବୈଧତା ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର। ଏଥିରେ ନୂଆ ବିଏସ-ଭିଆଇ ଅନୁପାଳନକାରୀ ଗାଡ଼ିଗୁଡ଼ିକର ପିୟୁସିସି ରିନ୍ୟୁ କରିବାର ଅବଧିକୁ ବଢ଼ାଇ ଦିଆଯାଇଛି।

  16. 16.କମ୍ପାନୀମାନେ କେବଳ ନିଜର ଲାଭ ବଢ଼ାଇବା ଉପରେ ଧ୍ୟାନ ନଦେଇ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତୁ ଏବଂ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.