-
1.ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାକୁ ୧,୭୧୮ କୋଟି ଟଙ୍କା ଦେଇଛନ୍ତି। ଏଥିରେ କେନ୍ଦ୍ରର ୧,୨୮୮.୫୦ କୋଟି ଓ ରାଜ୍ୟର ୪୨୯.୫୦ କୋଟି ରହିଛି।
-
2.ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ନଭେମ୍ବର ୨୧ରୁ ଡିସେମ୍ବର ୧୫ ମଧ୍ୟରେ ଦେଶରେ ପ୍ରାୟ ୫୨ ଲକ୍ଷ ବିବାହ ହେବାର ଆକଳନ କରିଛି।
-
3.ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲଗାଯାଇଛି। ଏଥିସହ ଉଭୟ ତଳ ଓ ଉପର ପଡ଼ିଆକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ।
-
4.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଛନ୍ତିଯେ ଗତ ୩ବର୍ଷରେ ୧୪୨୦କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ଏକ ତୃତୀୟାଂଶ ରୁ କମ୍ ବ୍ୟୟ କରାଯାଇଥିବା ବେଳେ ୯୫୫.୮୮କୋଟି ଟଙ୍କା ପଡ଼ିରହିଛି।
-
5.ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ୨୦୨୬କୁ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ୟାସ ଦ୍ବୀପ ରେ ଥିବା କ୍ରାଉନ ପ୍ଲାଜା ହୋଟେଲସ୍ଥିତ ଉତ୍ସବ ସ୍ଥଳୀକୁ ଏହି ଉପଲକ୍ଷେ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖାଯାଇଥିଲା।
-
6.ତାମିଲନାଡ଼ୁର ମଦୁରାଇସ୍ଥିତ ତିରୁପରନକୁନ୍ଦ୍ରମ ପାହାଡ଼ ଶିଖରରେ ଥିବା ଦୀପଥୁନ୍ ନାମକ ପଥର ସ୍ତମ୍ଭରେ ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ ଜାଳିବାକୁ ନେଇ ଲାଗି ରହିଥିବା ବିବାଦ ଉପରେ ସୁପ୍ରିମ୍କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୪ରେ ପାହାଡ଼ ଶିଖରରେ ଥିବା ଏହି ସ୍ତମ୍ଭରେ ଦୀପ ଜାଳିବାକୁ ଅଦାଲତ ଅନୁମତି ଦେଇଛନ୍ତି।
-
7.ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି।
-
8.ବ୍ୟକ୍ତିଙ୍କ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଆଧାର କାର୍ଡକୁ କେବଳ ଏକମାତ୍ର ଆଧାର ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।
-
9.ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ୪୧ଟି ଜିଲ୍ଲାରୁ ୩୭ଟି ଜିଲ୍ଲାରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ଏକତରଫା ପ୍ରଦର୍ଶନ କରିଛି। ବିଜେପି କେବଳ ୮ଟି ଜିଲ୍ଲା ଓ ସ୍ୱାଧୀନ ଦଳଗୁଡ଼ିକ ୩ଟି ଜିଲ୍ଲାରେ ବିଜୟ ବାନା ଉଡ଼ାଇଛନ୍ତି।
-
10.ପଦ୍ମଜା ଭେନୁଗୋପାଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ପଦ୍ମଜା ଏବେ ଦଳକୁ କରିଛନ୍ତି ବାଏବାଏ। ସେ ତରିବରିଆ ଭାବେ ବିଜେପିରେ ସାମିଲ ହୋଇ ଭୁଲ କରିଥିଲେ ବୋଲି ମଧ୍ୟ କହିଛନ୍ତି।
-
11.ଭାରତର ସ୍ୱାର୍ଥ ସହ ଜଡ଼ିତ ୯ଟି ଜାହାଜ ଉପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି। ପାରସ୍ୟ ଉପସାଗର ଓ ହର୍ମୁଜ୍ ଆଖପାଖରେ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟୁଥିବାରୁ ଭାରତ ସରକାର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।
-
12.ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ମଲିକ ଭାରତ ଗସ୍ତ ସମୟରେ ଆଗ୍ରାର ତାଜମହଲ ଏବଂ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଦରଗାହ ପରିଦର୍ଶନ କରିବା ପାଇଁ ଅନୁମତି ମାଗିଥିଲେ। ଭାରତ ସରକାର ଏସସିଓର ଅଫିସିଆଲ୍ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକଳାପ କିମ୍ବା ଭ୍ରମଣ ପାଇଁ ଅନୁମତି ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।
-
13.ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ସେ ନଭେମ୍ବର ୨୨ ଓ ୨୩ ତାରିଖରେ ଭାରତ ଆସିବେ।
-
14.ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ୭ ବର୍ଷର ଶିଶୁକୁ ଅପହରଣ କରି ନେଇ ଜିତେନ୍ଦ୍ର ପ୍ରଧାନ ଦୁଷ୍କର୍ମ କରିଥିବାରୁ ଯୁବକଙ୍କୁ ପରିବାର ଓ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।
-
15.ମାସକ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭାରତର ପୂର୍ବ ଉପକୂଳକୁ ପ୍ରଭାବିତ କରିଥିବା ତିନିଟି ବାତ୍ୟା ଅକ୍ଭାନ୍, ଅର୍ଣ୍ଣବ ଓ ମୁରାସୁର ରୂପ ଓ ପ୍ରଭାବ ଭିନ୍ନ ଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଇନ୍ସାଟ୍-୩ଡିଏସ୍ ଉପଗ୍ରହରୁ ଉଠାଯାଇଥିବା ତାପୀୟ ଅବଲୋହିତ ଚିତ୍ରରେ ଏହି ତିନି ବାତ୍ୟାର ମେଘମାଳା, ଘୂର୍ଣ୍ଣିବଳୟର ଗଠନ ଓ ବିସ୍ତାରରେ ପାର୍ଥକ୍ୟ ସ୍ପଷ୍ଟ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
