• +91-9861016349 / +91-9437281655
  • Email: amarisatya@gmail.com

Day Observation's


20 ଫେବୃଆରୀ - ଅରୁଣାଚଳ ପ୍ରଦେଶ ପ୍ରତିଷ୍ଠା ଦିବସ

20 ଫେବୃଆରୀରେ ଅରୁଣାଚଳ ପ୍ରଦେଶ ପ୍ରତିଷ୍ଠା ଦିବସ ପାଳନ କରାଯାଏ | ଏହି ଦିନ ଏହା ୟୁନିଅନ୍ ଟେରିଟୋରୀ ମାନ୍ୟତା ହାସଲ କଲା  ଏହା ଅରୁଣାଚଳ ପ୍ରଦେଶ ଭାବରେ ନାମିତ ହେଲା | 20 ଜାନୁୟାରୀ 1972 ରେ  ଉତ୍ତର-ପୂର୍ବ ସୀମାନ୍ତ ଏଜେନ୍ସିର ଅନୁସନ୍ଧାନ ନିର୍ଦ୍ଦେଶକ ଶ୍ରୀ ବିବାବସୁ ଦାଶ ଶାସ୍ତ୍ରୀ ଏବଂ ମୁଖ୍ୟ କମିଶନର କେ  ରାଜା ଙ୍କ ଦ୍ୱାରା ଅରୁଣାଚଳ ପ୍ରଦେଶର ପୁନନାମକରଣ କରାଯାଇଥିଲା। ପରେ ଅରୁଣାଚଳ ପ୍ରଦେଶ 20 ଫେବୃଆରୀ 1987 ରେ ଏକ ରାଜ୍ୟ ହେଲା | 


ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳନ

2009 ମସିହାରୁ ଫେବୃଆରୀ 20 ରେ ପ୍ରତିବର୍ଷ ବିଶ୍ଵରେ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି | ସାମାଜିକ ନ୍ୟାୟ ,ଦାରିଦ୍ର୍ୟ ଦୂରୀକରଣ ଉପରେ କିଭଳି ପ୍ରଭାବ ପକାଇଥାଏ ତାହା ବୁଝିବାକୁ ଲୋକମାନଙ୍କୁ ଏହା ଉତ୍ସାହିତ କରେ | ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନିଯୁକ୍ତି ଏବଂ ସାମାଜିକ ଏକୀକରଣ ପାଇଁ ସମର୍ଥନ ହାସଲ କରିବା | ଏହି ଦିନ ଦାରିଦ୍ର ଦୂରୀକରଣ ଏବଂ ବେକାରୀ ଭଳି ସମସ୍ୟାକୁ ନିରାକରଣ ଉପରେ ଗୁରୁତ୍ଵ ଦିଆଯାଇଥାଏ | ଲିଙ୍ଗଗତ ସମାନତା କିମ୍ବା ଆଦିବାସୀ ତଥା ପ୍ରବାସୀଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ ନ୍ୟାୟର ନୀତିକୁ ସମର୍ଥନ କରାଯାଇଛି | ସାମାଜିକ ନ୍ୟାୟ ମାଧ୍ୟମରେ ବିକାଶ ଏବଂ ମାନବିକ ସମ୍ମାନକୁ ପ୍ରୋତ୍ସାହିତ କରିବା ହେଉଛି ଜାତିସଂଘର ମୂଳ ମୂଲ୍ୟ |

ବିଶ୍ଵ ସାମାଜିକ ନ୍ୟାୟ ଦିବସ ଏକ ସାଧାରଣ ଛୁଟି ଦିବସ ନୁହେଁ ବରଂ ଏକ ବିଶ୍ଵସ୍ତରୀୟ ପାଳନ ଦିବସ ଯାହାକି 2009 ଠାରୁ କାର୍ଯ୍ୟକାରୀ ହେଉଛି। ଶହେରୁ ଅଧିକ ଆନ୍ତର୍ଜାତୀୟ ରାଜନୈତିକ ନେତା ଦାରିଦ୍ର ଦୂରୀକରଣ ତଥା ସମ୍ପୂର୍ଣ୍ଣ ନିଯୁକ୍ତି ନିମନ୍ତେ 1995 ରେ ଡେନମାର୍କରେ ସାମାଜିକ ବିକାଶ ପାଇଁ ଏକ ବିଶ୍ୱ ସମ୍ମିଳନୀ କରିଥିଲେ। ଶେଷରେ, ନଭେମ୍ବର 26, 2007 ରେ ମିଳିତ ଜାତିସଂଘ ଦ୍ଵାରା 20 ଫେବୃଆରୀକୁ ବାର୍ଷିକ ସାମାଜିକ ନ୍ୟାୟ ଦିବସ ଭାବରେ ଘୋଷିତ ହେଲା


© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.