• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।

  2. ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି,

  3. ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ସ୍ଥିତ ନିଜ ବାସଭବନରେ ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି।

  4. ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ପାଇବା ପୁର୍ବରୁ ଆଜି ଓଇଆରସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି।

  5. ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ମାସରେ ମୋବାଇଲରେ ଗପି ଗାଡ଼ି ଚଳାଉଥିବା ୩୦୨ ଅମାନିଆ ଚାଳକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧ ଜଣଙ୍କୁ ଟ୍ରାଫିକ୍‌‌ ପୁଲିସ ଧରିଥିବା ବେଳେ ୫୧ ଜଣ ପରିବହନ ବିଭାଗ ହାତରେ ଧରାପଡ଼ିଛନ୍ତି। ଗାଡ଼ି ଚଳାଇବା ସମୟରେ ଇୟରଫୋନ୍‌‌ ବ୍ୟବହାର କଲେ ଚାଳକଙ୍କ ଠାରୁ ୫୦୦ ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ।

  6. ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ।

  7. ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍‌‌ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍‌‌ ମିଳିବ।

  8. ଚଳିତ ମାସ ୨୧ ତାରିଖରେ ‌ଭାରତୀୟ ରେଳବାଇର ଚକ୍ରଧରପୁର ମଣ୍ଡଳର ବାଦାମପାହାଡ଼ ରେଳ ‌ଷ୍ଟେସନ(ଓଡ଼ିଶା)ରୁ ୧୯୩୨ ମସିହା ପରେ ପ୍ରଥମ ଥର ପାଇଁ କୋଲକାତା-ରାଉରକେଲା ପାଇଁ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନର ଚଳାଚଳ ଆରମ୍ଭ କରାଯିବ।

  9. ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍‌ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

  10. ଉତ୍ତର ପ୍ରଦେଶ (ୟୁପି)ର ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କର ୭୨ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ୭୫୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

  11. ଆମାଜନ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ସେମାନେ ଏହାର ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ୟୁନିଟ୍ରୁ ଶହ ଶହ ଲୋକଙ୍କୁ ଛଟେଇ କରିବ

  12. ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ।

  13. ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। କୁହାଯାଉଛି ଯେ ସୁରକ୍ଷା ବାହିନୀ ବହୁତ ସଫଳତା ହାସଲ କରିଛି। ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

  14. ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି।

  15. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭଏସ୍‌‌ ଅଫ୍‌‌ ଗ୍ଲୋବାଲ ସାଉଥ୍‌‌ ହେଉଛି ଏକ ଅନନ୍ୟ ମଞ୍ଚ, ଯେଉଁଥିରେ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ବିଶ୍ୱର ପ୍ରତିଫଳନ ଘଟୁଛି ।

  16. ତ୍ରିପୁରାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍‌)ରେ ତ୍ରିପୁରା ସୀମାରେ ନିୟୋଜିତ ଥିବା ଓଡ଼ିଆ ଯବାନ ଈଶ୍ବର ଚନ୍ଦ୍ର ଦୋରା ଶହୀଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁରେ ବୋଲି ଜଣାପଡ଼ିଛି।

  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେଲଫି ନେବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରିଛନ୍ତି, ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସେଲଫି ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିଲେ।

  18. ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି)କୁ ନେଇ ଚାଲିଥିବା ବିବାଦୀୟ ସ୍ଥିତି ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟୀ। କେବଳ ଦାୟୀ ନୁହେଁ ଜୟ ଶାହାଙ୍କ ଇସାରାରେ ହିଁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଚାଲୁଛି ବୋଲି ତିନି ଦିନ ତଳେ କହିଥିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ଅର୍ଜୁନ ରଣତୁଙ୍ଗା।

  19. ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୨ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖି ପାରିବେ। ତେବେ ମ୍ୟାଚ୍‌ ଦେଖିବାକୁ ଦର୍ଶକମାନଙ୍କ ଉତ୍ସାହ ବଢିବାରେ ଲାଗିଛି। ସେପଟେ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଥିବାରୁ ବିମାନ ଟିକେଟ୍‌ର ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି।

  20. ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.