• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା

  2. ଗାଜା ଷ୍ଟ୍ରିପ୍‌ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍‌’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ କ୍ୟାଥେରାଇନ୍‌ ରସେଲ୍‌ ଇଜିପ୍ଟରେ କାର୍‌ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍‌’ର ଜଣେ ମୁଖପାତ୍ର କହିଛନ୍ତି।

  3. ନୀତି ଆୟୋଗ ରିପୋର୍ଟ ‘ଲର୍ଣ୍ଣିଂସ୍ ଫ୍ରମ୍ ଲାର୍ଜ-ସ୍କେଲ୍ ଟ୍ରାନ୍ସଫର୍ମେସନ ଇନ୍ ସ୍କୁଲ୍ ଏଜୁକେସନ୍’ ଅନୁଯାୟୀ, ସମାନ ସଂଖ୍ୟକ ପିଲାଙ୍କ ପାଇଁ ଭାରତରେ ଚୀନ୍ ତୁଳନାରେ ପାଞ୍ଚ ଗୁଣ ଅଧିକ ସ୍କୁଲ ରହିଛି।

  4. ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରସିଦ ମଙ୍ଗଳବାର କହିଛନ୍ତି ଯେ କାଶ୍ମୀର ଗାଜା ନୁହେଁ। ସେ ପୂର୍ବରୁ କାଶ୍ମୀରର ପଥରମାଡ଼କାରୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିବା ନେଇ ପଚରାଯିବାରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

  5. ସାରା ଦେଶରେ ରାଜସ୍ଵ  ବଳକା ଭାବେ ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି l

  6. ହାଇକୋର୍ଟ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଲେ l

  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ପ୍ରଦାନ କଲେ l

  8. ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର ।

  9. ପ୍ରଧାନମନ୍ତ୍ରୀ ମୋଦୀ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍’ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଅଧ୍ୟକ୍ଷତା କରିବେ, ସାମିଲ ହେବେ ୧୨୫ ଦେଶ l

  10. ବିଶ୍ୱ ପ୍ରଶିଦ୍ଧ କେଦାରନାଥଧାମର କବାଟ ଭକ୍ତଙ୍କ ନିମନ୍ତେ ଗତକାଲି ବନ୍ଦ ହେଲା l ମନ୍ଦିରର କବାଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ବନ୍ଦ ରହି ୨୦୨୪ ଏପ୍ରିଲ ୨୫ ତାରିଖରେ ପୁଣି କବାଟ ଖୋଲିବ।

  11. ବଜାଜ ଫାଇନାନ୍ସକୁ ଉପରେ ଆର୍‌ବିଆଇ ଲଗାଇଲା ଛାଟ, ଇକମ ଓ ଇନଷ୍ଟା ଇଏମ୍‌ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ହେଲା ନିର୍ଦ୍ଦେଶ

  12. ଚଳିତ ଆର୍ଥିକ ବର୍ଷରେ ବଢିଲା ଦେଶର ରପ୍ତାନୀ l ରିପୋର୍ଟ ଅନୁସାରେ ଅକ୍ଟୋବରରେ ରପ୍ତାନୀ ୬.୨୧% ହେଲା ବୃଦ୍ଧି l

  13. ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱାଲ ଗତକାଲି କଲେ ଘୋଷଣା l

  14. ପାକିସ୍ତାନରେ ଗତ ୭ ମାସ ମଧ୍ୟରେ ୭ ଜଣ ଭାରତ ବିରୋଧୀ କୁଖ୍ୟାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଆତଙ୍କବାଦୀଙ୍କୁ ଚଳିତମାସରେ ହତ୍ୟା କରାଯାଇଛି। ଜୈଶ-ଏ-ମହମ୍ମଦ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁ ଉକ୍ତ ହତ୍ୟା କରାଯାଇଛି।

  15. ଗାଜା ଉପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ନଭେମ୍ବର ୧୫ (ବୁଧବାର) ଥିଲା ଏହି ଯୁଦ୍ଧର ୪୦ତମ ଦିନ। ବୁଧବାର ଗ୍ରାଉଣ୍ଡ ଅପରେସନ ସମୟରେ ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜାର ସର୍ବବୃହତ ହସ୍ପିଟାଲ ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା।

  16. ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୪-ଏ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ତାଙ୍କୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ କର୍ନାଟକ ହାଇକୋର୍ଟ ଜଣେ ଯୁବକଙ୍କୁ ଦିଆଯାଇଥିବା ୬ମାସର କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି।

  17. ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ।

  18. ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି।

  19. ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ କଲା ପ୍ରବେଶ l ୱାଙ୍ଖଡେ ଷ୍ଟାଡ଼ିୟମରେ ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକ ପରେ ମହମ୍ମଦ ସାମିଙ୍କ ୭ଟି ୱି‌କେଟ ବଳରେ ଭାରତ କ୍ରମାଗତ ଦଶମ ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ କଲା ପକ୍କା।

  20. ସଚିନ ତେନ୍ଦୁଲକରଙ୍କ ୩ ବଡ଼ ରେକର୍ଡ ଭାଙ୍ଗିଲେ ‘କିଙ୍ଗ କୋହଲି’, ପରେ କ୍ରିକେଟ୍ ଗଡ୍‌ ସଚିନଙ୍କ ଆଗରେ ନୁଆଇଁଲେ ମୁଣ୍ଡ l ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ରନ କରିବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଶହ ସର୍ବାଧିକ ଥର ୫୦ରୁ ଉର୍ଦ୍ଧ୍ଵ ସ୍କୋର କରିବାରେ ମାଷ୍ଟର ବ୍ଲାରଷ୍ଟରଙ୍କୁ ପକାଇଲେ ପଛରେ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.