• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଶୁକ୍ରବାର ଆଜି ଭୋଟ୍‌ ଗ୍ରହଣ ହେଉଛି ।

  2. ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍‌ ରବି ଆଜି ପଡ଼ି ରହିଥିବା ୧୦ଟି ବିଲ୍‌ ଫେରାଇ ଦେଇଛନ୍ତି। ଉକ୍ତ ୧୦ଟି ବିଲ୍‌ ମଧ୍ୟରୁ ପୂର୍ବର ଏଆଇଡିଏମ୍‌କେ ସରକାର ଦ୍ବାରା ଗୃହୀତ ହୋଇଥିବା ୨ଟି ବିଲ୍‌ ରହିଛି। ରାଜ୍ୟ ଆଇନ ବିଭାଗ ସୂତ୍ରରୁ ଏହା ଜଣାପଡ଼ିଛି। ତେବେ ଏସବୁ ବିଲ୍‌ ରାଜ୍ୟପାଳ ଫେରାଇ ଦେବାର କିଛି ସମୟ ପରେ ବାଚସ୍ପତି ଏମ୍‌ ଆପ୍ପାଭୁ ଆସନ୍ତା ଶନିବାର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।

  3. ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଗୁରୁବାର ସକାଳେ ବୈଶାଳୀ ସୁପର୍‌ଫାଷ୍ଟ ଟ୍ରେନର ବଗିରେ ନିଆଁ ଲାଗି ୨୧ ଜଣ ଆହତ ହୋଇଛନ୍ତି। ଇଟାୱା ଏସ୍‌ପି ସଞ୍ଜୟ କୁମାର କହିଛନ୍ତି ଯେ ରାତି ପ୍ରାୟ ୨ଟା ୪୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

  4. କୌଶାମ୍ବି ଜିଲ୍ଲାର ସରିଫପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ପଡ଼ୋଶୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ପୁଲିସ ମହିଳାଙ୍କୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ଛୁରିକୁ ଜବତ କରିଛି।

  5. ଗାଜାର ସବୁଠୁ ବଡ଼ ଡାକ୍ତରଖାନା ଅଲ୍‌-ସିଫା ହସ୍ପିଟାଲର ଏମ୍‌ଆର୍‌ଆଇ କୋଠାକୁ ହମାସ୍‌ ଆତଙ୍କବାଦୀମାନେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟର ମୁଖ୍ୟାଳୟ ଭାବେ ବ୍ୟବହାର କରୁଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଏଭଳି ଦାବି କରିଛି।

  6. ତାମିଲନାଡୁର ଆରିଆଲୁରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେର ଅନ୍ୟ କିଛି ନେତାଙ୍କ ଅପମାନଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଏ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

  7. ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି।

  8. କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧି ସମୟରେ, ଯେତେବେଳେ ସାରା ଦେଶରେ ଲୋକମାନେ ମରୁଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ ଜଳାଉଥିଲେ।

  9. ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜଣେ ଏକଚ୍ଛତ୍ରବାଦୀ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍‌ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

  10. ବୁଧବାର ଦିନ ‘ସଂଯୁକ୍ତ ଆରବ ଏମିରେଟସ୍‌’ରେ ଅନୁଷ୍ଠିତ ‘ମାହଜୁଜ୍‌ ସଟର୍‌ଡେ ମିଲିୟନ୍‌ସ୍‌ ଡ୍ର’ରେ (ଲଟେରି ଉଠାଣ) ୪୫ କୋଟି ଟଙ୍କା ଜିତିଥିବା ଜାଣି କେରଳନିବାସୀ ୩୯ ବର୍ଷିୟ ଶ୍ରୀଜୁ ‘ହତବାକ୍‌, ହତଭମ୍ବ ଓ ବିସ୍ମିତ’ ହୋଇଯାଇଛନ୍ତି।

  11. ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କ ଅନ୍ତେ ସାହାରା-ସେବି ମାମଲାର ଭବିଷ୍ୟତକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ପୁରୀ ବୁଚ୍‌ ସ୍ପ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା ଜାରି ରହିବ।

  12. ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୬,୦୦୫ ବୃଦ୍ଧି ଘଟିଛି। ଫଳରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୩୬ ଲକ୍ଷ ୭ ହଜାର ୯୯୮କୁ ବୃଦ୍ଧି ପାଇଛି।

  13. ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଗହମ ଅଛି। ଗହମ ସଙ୍କଟ ନେଇ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ। ନଭେମ୍ବର ୨୨ ତାରିଖ ପର ଠାରୁ ୨୭ ଟଙ୍କା ୫୦ ପଇସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ନାଫେଡ୍‌ ପକ୍ଷରୁ ଭାରତ ଅଟା ବିକ୍ରି ହେବ।

  14. ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି।

  15. ୨୦୨୭ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଯାତ୍ରୀଙ୍କୁ ମିଳିବ ମିଳିବ ନିଶ୍ଚିତ ରେଳ ଟିକେଟ।

  16. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମାନବିକ ନିୟମର ଆବଶ୍ୟକତା ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରିଛି। ଇସ୍ରାଏଲ-ହମାସ ବିବାଦରେ କୌଣସି ସାଧାରଣ ନାଗରିକ ଆହତ ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରାଳୟ କହିଛି।

  17. ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ ଶୁକ୍ରବାର ଅପରାହ୍ନ ସମୟରେ ଉଦ୍‌‌ଘାଟନ ହେବ।

  18. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ‘ନିଃସଙ୍ଗତା’କୁ ଏବେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରିଛି। ଡ. ମୁର୍ତ୍ତୀ କହିଛନ୍ତି ଯେ ନିଃସଙ୍ଗତା ଯୋଗୁ ଘଟୁଥିବା ମୃତ୍ୟୁହାର ଦିନକୁ ୧୫ଟି ସିଗାରେଟ ଟାଣିବା ସହିତ ସମାନ। ସେ କହିଛନ୍ତି ଯେ ସାରା ବିଶ୍ୱରେ ୪ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ସାମାଜିକ ବିଚ୍ଛିନ୍ନତା ମଧ୍ୟରେ ଗତି କରୁଛନ୍ତି।

  19. ଗାଁରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀଙ୍କୁ ଗାଁରେ ଦେଖି ଲୋକେ ଖୁସିରେ ଆତ୍ମ ବିଭୋର। ଗୁଳି ପରି ଇଂରାଜୀ କହୁଥିବା ମାହି ନିଜ ମାତୃଭାଷା କୁମାଓନିରେ ଲୋକଙ୍କ ସହ କଥାବାର୍ତ୍ତା କରି ସମସ୍ତଙ୍କ ହୃଦୟ ଜିତିଛନ୍ତି।

  20. ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.