• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ   କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି ।
  2. ୟୁଏସ୍ଏର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ ।
  3. ବ୍ରିଟେନର ପ୍ରମୁଖ ଆର୍ଥିକ ଅନୁସନ୍ଧାନ ସଂସ୍ଥାନ ସେଣ୍ଟର ଫର ଇକୋନୋମିକ ଆଣ୍ଡ ବିଜନେସ୍ ରିସର୍ଚ୍ଚ(ସିଇବିଆର)ର ବାର୍ଷିକ ରିପୋର୍ଟରେ ମହାମାରୀ କାରଣରୁ ଭାରତର ଅର୍ଥନୀତି ନିମ୍ନଗାମୀ ହୋଇଛି ବୋଲି କୁହାଯାଇଛି । ଫଳରେ ୨୦୧୯ରେ ବ୍ରିଟେନକୁ ଅତିକ୍ରମ କରିବା ପରେ ଚଳିତ ବର୍ଷ ପୁଣି ଥରେ ଖସି ଆସିଛି। ବ୍ରିଟେନ୍ ୨୦୨୪ ପର୍ଯ୍ୟନ୍ତ ଆଗରେ ରହିବ ଏବଂ ଏହା ପରେ ଭାରତ ପୁଣି ଥରେ ଅତିକ୍ରମ କରିଯିବ।
  4. କେନ୍ଦ୍ର ସରକାର ପୁଣିଥରେ ଆଲୋଚନା ପାଇଁ ନିକଟରେ ସରକାର କୃଷକ ସଂଗଠନଙ୍କୁ ପତ୍ର ଲେଖିଥିଲେ। ଏହାର ଜବାବରେ ସରକାରଙ୍କ ସହ ଆଲୋଚନା କରିବାକୁ ୨୯ ତାରିଖ ଦିନ ଧାର୍ଯ୍ୟ କରିଛନ୍ତି କୃଷକ ସଂଗଠନ। ବୈଠକ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ସହ ନିଜର ୪ ଦାବି ମଧ୍ୟ ପଠାଇଥିବା ଜଣାପଡ଼ିଛି।
  5. ରାଷ୍ଟ୍ରୀୟ ଗଣତନ୍ତ୍ରିକ ପାର୍ଟି (ଆରଏଲପି) ପାର୍ଟିର ସଂଯୋଜକ ତଥା ନାଗୌର ସାଂସଦ ହନୁମାନ ବେନିୱାଲ ବିଜେପି ନେତୃତ୍ୱାଧୀନ ଏନଡିଏ ଛାଡିଛନ୍ତି 
  6. ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ପାକିସ୍ତାନକୁ  ୫୦ଟି ‘ଓ୍ବିଙ୍ଗ ଲୁଙ୍ଗ-୨’ ଲଢୁଆ ଡ୍ରୋନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି
  7.  ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି ।
  8. ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଦର୍ଶନାର୍ଥେ ଆସୁଥିବା ତୀର୍ଥ ଯାତ୍ରୀମାନେ ‘ଆର୍ଟି-ପିସିଆର୍’ ପରୀକ୍ଷା କରାଇବା ସହ ସାଥିରେ କୋଭିଡ୍-୧୯ ନେଗେଟିଭ୍ ସାର୍ଟିଫିକେଟ୍ ଆଣିବା ଲାଗି କେରଳ ହାଇକୋର୍ଟ ଏବଂ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।
  9. ୮ଟି ୟୁରୋପୀୟ ଦେଶରେ ଗୁଣସୂତ୍ର ପରିବର୍ତ୍ତିତ ବା ନୂଆ ‘ଷ୍ଟ୍ରେନ୍’ର କରୋନାଭାଇରସ୍ ଚିହ୍ନଟ କରାଯାଇଥିବା କଥା ୟୁରୋପ ଦାୟିତ୍ୱରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିର୍ଦେଶକ କହିଛନ୍ତି।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ହିତାଧିକାରୀ ଚାଷୀ ପରିବାରକୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।
  11.  ଗୁରୁବାର ଦିନ ତିନି ସନ୍ତାନର ମାତା ପୂଜା ଦେବୀ  ପ୍ରଥମ ଥର ପାଇଁ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଇଥିଲେ। 
  12.  ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ବାସିନ୍ଦାଙ୍କ ନିମନ୍ତେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (ଏବି-ପିଏମ୍ଜେଏଓ୍ଵାଇ) ଅନ୍ତର୍ଗତ ‘ସେହତ୍’ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘
  13.  ଦେଶରେ କୋବିଡ୍ ଆରୋଗ୍ୟ ହାର ୯୫.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। 
  14. ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। 
  15. ଲଭ୍ ଜିହାଦକୁ  ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି।
  16. ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତମାସ ଶେଷରେ ବର୍ତ୍ତମାନର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅବସର ପରେ ଏହି ପଦ ଅଳଙ୍କୃତ  କରିବେ .
  17. ରାଉରକେଲାର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ରନର୍ସ ଅପ ହୋଇ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଡିସେମ୍ବର ୧୬,୧୭ ଓ ୧୮ ତାରିଖ ତିନିଦିନ ଏହି ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ୧୫ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ୧୮ ତାରିଖ ଦିନ ହୋଇଥିବା ଫାଇନାଲରେ ୩୧ ଜଣ ପ୍ରତିଯୋଗୀ ଥିଲେ। ପ୍ରତିଯୋଗିତାରେ ଦ୍ୱିତୀୟସ୍ଥାନ ହାସଲ କରି ପ୍ରତୀକ୍ଷା ରନର୍ସ ଅପ୍ ହୋଇଛନ୍ତି।
  18. କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ଆନ୍ତର୍ଜାତୀୟ ଆଇଏସଓ-୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି ସିଏଚସି, ଫିରିଙ୍ଗିଆ ସିଏଚସି, ଟିକାବାଲି ସିଏଚସି ଓ ଗୋଚ୍ଛାପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର।
  19. ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ୟ୍ୟାୟକ୍ରମେ ଖୋଲିବ ଜାନୁଆରୀ ୬ ତାରିଖ ଠାରୁ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ।
  20. ଚଳିତ ବର୍ଷ ପାକିସ୍ତାନ ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ନିଜର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ଆସିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.