• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ୧୧୦ଟି ସ୍ଥାନରେ କୋଭିଡ୍‍ ଟିକାର ପ୍ରାକ-ଅଭ୍ୟାସ ହୋଇଛି।
  2.  କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ଆଇନ୍‍ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସେ କହିଛନ୍ତି, କୃଷି ଆଇନ୍‍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ। କିନ୍ତୁ କୃଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
  3. ଆସନ୍ତା ୧୭ ତାରିଖରୁ ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। 
  4. ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ତିନି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧି ସମିତି ଏବଂ ଲିବ୍ୟା ପ୍ରତିବନ୍ଧ ସମିତି।
  5. ଭିଏତନାମ ଯୁଦ୍ଧର ସମ୍ବାଦଦାତା ତଥା ପୁଲିତଜର ପୁରସ୍କାର ବିଜେତା ଲେଖକ  ନିଲ ସିହାନଙ୍କ ୮୪ ବର୍ଷ ବୟସରେ ତାଙ୍କ ୱାସିଂଟନସ୍ଥିତ ବାସଭବନରେ ପରଲୋକ ହୋଇଛି।
  6. ଟେସଲା ମୁଖ୍ୟ ଏଲନ୍ ମସ୍କ ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧୀକାର କରିଛନ୍ତି । ବିଶ୍ୱର ୧ ନମ୍ବର ଧନୀ ସ୍ଥାନ ଅଧିକାର କରିଛନ୍ତି ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସ୍‌ଲା’ର ମୁଖ୍ୟ ଏଲୋନ୍ ମସ୍କ | ମସ୍କ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି।
  7. ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଚିତ୍ରା ଘୋଷଙ୍କର ୯୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । 
  8. ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ହିମାଂଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ସହିତ ଜେଲ ବିଭାଗରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।  ସେହିପରି  ଗୃହ ବିଭାଗର ଓଏସଡ଼ି ଭାବରେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍‍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । 
  9. ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
  10. ମାଧବ ସିଂ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ଥିଲେ । ସେ ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶନିବାର ସେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
  11. କୋଭିଡ୍‌ ଟିକା ବିକାଶ ଓ ପ୍ରସ୍ତୁତ କରିବାରେ ଭାରତୀୟ ଡାକ୍ତର ଓ ବୈଜ୍ଞାନିକମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭୂୟସୀ ପ୍ରଶଂସା କରିଛନ୍ତି। ଏଥି ସହିତ ଆଗାମୀ କିଛି ଦିନ ଭିତରେ ସମସ୍ତ ଦେଶବାସୀଙ୍କ ଟିକାକରଣ ବାସ୍ତବ ରୂପ ନେବ ବୋଲି ସେ କହିଛନ୍ତି।
  12. ବ୍ରିଟେନ୍‌ରୁ ଭାରତକୁ ଆଜି ବିମାନ ଚଳାଚଳ ଆରମ୍ଭ ଆରମ୍ଭ ହୋଇଛି। ତେବେ ବ୍ରିଟେନ୍‌ ଫେରନ୍ତା ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ଏସ୍‌ଓପି ଜାରି କରିଛନ୍ତି। 
  13. ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ହେବେ ବୋଲି ଚିତ୍ର ସ୍ପଷ୍ଟ ହେବା ଫଳରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୬୮୯.୧୯ ପଏଣ୍ଟ ଉପରକୁ ଉଠି ୪୮,୭୮୨.୫୧ ପଏଣ୍ଟରେ ବନ୍ଦ ହୋଇଛି।
  14.  ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗି ଯିବା ଫଳରେ ୧୦ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଛି। ଏହାସହ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
  15. ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍‍ ଏଣ୍ଡ୍‍ ପାୱାର ଲିମିଟେଡ୍‍ (ଜିନ୍ଦଲ) ବାର୍ଷିକ ୫୦ ମିଲିୟନ ଟନ୍‍ ଇସ୍ପାତ ଉତ୍ପାଦନ କରିବା ଦିଗରେ ଥିବା ଯୋଜନା ଓ ରୋଡମ୍ୟାପ୍‍ ଉପରେ ଶୁକ୍ରବାର ଜିନ୍ଦଲର ମୁଖ୍ୟ ନବୀନ ଜିନ୍ଦଲ ଏକ ପ୍ରେଜେଣ୍ଟେସନ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରିଛନ୍ତି।
  16. ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି ଇନ୍‍ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ. ଥୋରାଟ କହିଛନ୍ତି। 
  17. ୦୧୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ୱତନ୍ତ୍ର ଟ୍ରେନ ଜାନୁୟାରୀ ୧୨ରୁ ଫେବୃଆରୀ ୨୮ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମିରେ ଛାଡି ବାଙ୍ଗିରିପୋସିରେ ରାତି ୧୨ଟା.୦୫ମି.ରେ ପହଞ୍ଚିବ। ସେହିପରି ୦୧୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୧୩ରୁ ମାର୍ଚ୍ଚ ୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଟା୨୦ମିରେ ଛାଡି ପୂର୍ବାହ୍ନ ୧୦ ଘଟିକାରେ ଭୁବନେଶ୍ୱରରେ ପହଞ୍ଚିବ।
  18. ଆତଙ୍କବାଦୀଙ୍କ ଲାଗି ପାଣ୍ଠି ଯୋଗାଣ ଅଭିଯୋଗରେ ଗତ ୨ ତାରିଖରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ଦ୍ୱାରା ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ଜାକିର ରେହମନ ଲକଭିକୁ ଶୁକ୍ରବାର ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ୧୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛି।
  19. ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂରେ ଜାଡେଜା ୪ଟି ୱିକେଟ ନେଇଥିବାବେଳେ ବ୍ୟାଟିଂରେ ଶୁବମାନ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। 
  20. ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯,୩୫୫,୯୧୯ ; ସୁସ୍ଥ ୬୪,୦୦୮,୦୧୮; ମୃତ୍ୟୁ ସଂଖ୍ୟା ୧,୯୨୨,୦୫୩

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.