• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାନୁଆରି ୮ ତାରିଖ ଦିନ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଲାଗି ପରବର୍ତ୍ତୀ ବୈଠକ ବସିବ। ତେବେ ଏ ମଧ୍ୟରେ ଆଜି କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିବା ସହ ନୂଆ କୃଷି ଆଇନକୁ ଚାଲେଞ୍ଜ‌ କରି ଆଗତ ସମସ୍ତ ଆବେଦନର ଶୁଣାଣି ଜାନୁଆରି ୧୧ ତାରିଖ (ସୋମବାର) ଦିନ କରିବେ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।
  2. ୪୨ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ନୂତନ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏ ଖରା-ବର୍ଷା-ଶୀତ ସହି ଆମେ ଆନ୍ଦୋଳନ କରିବୁ ବୋଲି ସ୍ପଷ୍ଟ କରି ସାରିଛନ୍ତି ଆନ୍ଦୋଳନରତ ଚାଷୀ। ଶୀତ ସାଙ୍ଗକୁ ଦିଲ୍ଲୀରେ ହୋଇଥିବା ବର୍ଷା ମଧ୍ୟ ଚାଷୀଙ୍କ ମନୋବଳକୁ ଭାଙ୍ଗିପାରି ନାହିଁ।
  3. ଟିଆରପି ଅନିୟମିତତା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ଓ ଏହାର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବାର କୋର୍ଟଙ୍କୁ କହିଛନ୍ତି।
  4. ଦିଲ୍ଲୀ ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗ ହାଲୁକା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ସ୍କୁଲ ବ୍ୟାଗ ପଲିସି ୨୦୨୦ ଅନୁଯାୟୀ ଜାରି କରିଛନ୍ତି।
  5. ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଦେଇ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ୪୦୦ ଆତଙ୍କବାଦୀ ଅପେକ୍ଷାରେ ଥିବା ସୂଚନା ମିଳିଛି।
  6. ଗୁଜୁରାଟର ବନାସକଣ୍ଠା ଜିଲ୍ଲାର ନଗାନା ଗ୍ରାମରେ ୬୨ବର୍ଷୀୟ ନାଭାଲବେନ୍ ନାମକ ଜଣେ ବୃଦ୍ଧା ବସବାସ କରନ୍ତି। କରୋନା ଲକଡାଉନ୍ ସମୟରେ ସେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରି ଦୁଗ୍ଧ ଉତ୍ପାଦନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୦ରେ ନାଭାଲବେନ୍ ଏକକୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରି କୀର୍ତ୍ତି ଅର୍ଜନ କରିଛନ୍ତି।
  7.  ଭାରତରେ ବ୍ରିଟେନ ଷ୍ଟେନ କରୋନା ଭୁତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସଂଧ୍ୟାରେ ସୂଚନା ଦିଆଯାଇଛି । 
  8. ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୫୩୫୮ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଥିବାବେଳେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ପ୍ରାୟ ୧ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।
  9. ରାମଚନ୍ଦ୍ର  ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ  ହଠାତ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ  ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଯାଇଥିଲା ୫୩ ହଜାର ଟଙ୍କା । ତା’ପରେ ରାମଚନ୍ଦ୍ର ଜାଣିପାରିଥିଲେ ଯେ, ତାଙ୍କ ସହିତ ଠକେଇ ହୋଇଛି ।
  10. ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି।  
  11. ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସର୍ଭେରୁ ସ୍ପଷ୍ଟ ହୋଇଛି ପିଲାଙ୍କ ମତ । ୮୫ ପ୍ରତିଶତ ଛାତ୍ରଛାତ୍ରୀ ଚାହାନ୍ତି ସ୍କୁଲ ଖୋଲୁ। ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ । ମାସ୍କ, ହାତ ଧୋଇବା ଓ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେବା ଲାଗି ସୁପାରିସ କରିଛି ଆୟୋଗ।
  12. ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନିରୁ ଆସିବ କରୋନା ଟିକା। ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।  ଖୁବ୍ ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନିରୁ କୋଭିଡ୍‌-୧୯ ଟିକା ଆସିବ
  13. ୨୦୨୧ ବର୍ଷ ଆରମ୍ଭରୁ ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମସି) ର ଚେୟାରମ୍ୟାନ୍ ଭାବରେ ତାଙ୍କର ପ୍ରଥମ ଆଦେଶରେ ସି ଜିଙ୍ଗପିଙ୍ଗ କହିଛନ୍ତି ଯେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । 
  14. କ୍ୟାବିନେଟ୍‍ ବୈଠକରେ ଭାରତ ଓ ଜାପାନ୍‍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି। ସ୍ୱତନ୍ତ୍ର କୁଶଳୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ମୌଳିକ ଭାଗିଦାରୀ ଢାଞ୍ଚା ସ୍ଥାପନ ଲାଗି ଦୁଇ ଦେଶ ଏହି ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷର କରିଛନ୍ତି।
  15. ଓଡ଼ିଶା‌ରେ ଜନ୍ମିତ ବରିଷ୍ଠ ଭାରତୀୟ ମହାକାଶ ବିଜ୍ଞାନୀ ତପନ ମିଶ୍ରଙ୍କୁ ୨୦୧୭ ମସିହା, ମେ’ ୨୩ରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ‌) ମୁଖ୍ୟାଳୟ‌ରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲ। ପଦୋନ୍ନତି ପାଇଁ ସେ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ଖାଦ୍ୟରେ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ନାମକ ଏକ ରଙ୍ଗହୀନ, ସ୍ବାଦହୀନ ମାରାତ୍ମକ ରସାୟନିକ ଦ୍ରବ୍ୟ ମିଶାଇ ଦିଆଯାଇଥିଲା। ଏକଥା ଖୋଦ୍‌ ଶ୍ରୀ ମିଶ୍ର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି।
  16. ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଅଷ୍ଟମ ସ୍ଥାନରେ ରହିଛି।ଏହି ମାନ୍ୟତା ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଝାଡ଼ଖଣ୍ଡର ରାମପୁର ଜିଲ୍ଲା।
  17. ଗତ ୧ ତାରିଖରେ କର୍ଣ୍ଣାଟକରେ ସ୍କୁଲ୍‌ ଖୋଲିବାପରେ ୫୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟରେ ଅନେକ ସ୍କୁଲ୍‌ ବନ୍ଦ ରହିଛି। ବେଲଗଭିରେ ୨୨ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି।
  18. ଭାରତରେ ଦୁଇଟି କରୋନା ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଚଳିତ ମାସରେ ଦେଶରେ ଟିକାକରଣ ଆରମ୍ଭ  ହେବାକୁ ଯାଉଛି। ମାତ୍ର ଏହା ମଧ୍ୟରେ ଏକ ସର୍ଭେ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ୬୯ ପ୍ରତିଶତ ଭାରତୀୟ କରୋନା ଟିକା ଲଗାଇବା ନେଇ ପଛଘୁଞ୍ଚା ଦେଉଛନ୍ତି।
  19. ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।
  20. ୧୫ ଜାନୁଆାରୀରୁ ଭାରତରେ Vaio ଲ୍ୟାପଟପ୍‌ ଲଞ୍ଚ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। Vaio ଲ୍ୟାପଟପ୍‌ ଇ-କମର୍ସ ଓ୍ବେବସାଇଟ୍‌ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ।ପୂର୍ବରୁ Sony Vaio ଥିଲା। କିନ୍ତୁ ସୋନି ନିଜର ପିସି ବ୍ୟବସାୟ ବିକ୍ରି କରିଦେବା ପରେ Vaio ସ୍ବତନ୍ତ୍ର ଭାବେ ଲ୍ୟାପଟପ୍‌ ବିଜନେସ୍‌ ଆରମ୍ଭ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.