• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଅନ୍ୟୂନ ୨୦ଜଣ ଭାରତୀୟ-ଆମେରିକୀୟଙ୍କୁ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀ ପାଇଁ ମନୋନୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ମହିଳା। ମନୋନୀତ ୨୦ ଜଣଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ବାଇଟ୍‌ ହାଉସ୍‌ ପରିସରର କ୍ଷମତାସମ୍ପନ୍ନ ପଦବୀରେ ଅବସ୍ଥାପିତ ହେବେ।
  2. ୨୦୧୮-୧୯ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ମୋଟ ୪୭୬୭୭ ଗାଁ ମଧ୍ୟରୁ ପ୍ରାୟ ୧୧ ହଜାର ଗାଁରେ ଇଣ୍ଟରନେଟ୍ ସଂଯୋଗ ହୋଇନାହିଁ। ସେହିପରି ୨୦୧୯ ଜୁଲାଇ ୨୪ ତାରିଖରେ ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଓଡ଼ିଶାର ୯୯୪୦ ଗାଁ ଇଣ୍ଟରନେଟ ସୁବିଧାରୁ ଏବେ ବି ବଞ୍ଚିତ ବୋଲି ବିଭାଗୀୟ ମନ୍ତ୍ରୀ ସଂସଦରେ ଉତ୍ତର ରଖିବା ପରେ ଡ଼ିଜିଟାଲ ଓଡ଼ିଶାର ବାସ୍ତବ ରୂପ ପଦାରେ ପଡିଛି।
  3. ଶ୍ରୀମନ୍ଦିରରେ ବିନା କୋଭିଡ଼ ରିପୋର୍ଟରେ ଆସନ୍ତା ୨୧ ତାରିଖଠାରୁ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ।
  4. ୧ କୋଟି ଟଙ୍କା ଲାଞ୍ଚ ନେବା ବେଳେ ରେଲୱେର ଜଣେ ବରିଷ୍ଠ ଅଧିକାରୀ ମହେନ୍ଦ୍ର ସିଂହ ଚୌହ୍ବାନଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ବି ସିବିଆଇ ଏହି ମାମଲାରେ ଗିରଫ କରିଛି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ ହୋଇଛି।
  5. ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରିଟେନ ଆମନ୍ତ୍ରଣ କରିଛି। ଆଗାମୀ ଜୁନରେ କର୍ଣ୍ଣୱାଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। 
  6. ବିଶ୍ୱର ସର୍ବବୃହତ୍‍ କୋଭିଡ୍‍ ଟିକକାରଣ କାର୍ଯ୍ୟକ୍ରମରେ ଭାରତରେ ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ବ୍ୟକ୍ତିଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡାକ୍ତର ମନୋହର ଅଗ୍ନାନୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟରେ ୧୬ ହଜାର ୭୫୫ ଜଣ ନିୟୋଜିତ ହୋଇଥିଲେ।
  7. ଦ୍ବିତୀୟ ଦିନ ସୁଦ୍ଧା ୨,୨୪,୩୦୧ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ରବିବାର ୬ଟି ରାଜ୍ୟରେ ୫୫୩ଟି କେନ୍ଦ୍ରରେ ୧୭,୦୭୨ ଜଣଙ୍କୁ କରୋନା ଟିକା ଦିଆଯାଇଛି।
  8. ବିହାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପଯୋଗ ନେଇ ଥିବା ପ୍ରତିବନ୍ଧକ ଦୂର ହୋଇଛି।
  9.  ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଉସ୍ତାଦ ଗୁଲାମ୍ ମୁସ୍ତାଫା ଖାନଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଗୁଲାମ୍ ମୁସ୍ତାଫା ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଏହି ସୂଚନା ଦେଇଛନ୍ତି 
  10. ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜେ ଜାନୁଆରୀ ୧୭ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି। ରବିବାର ଦିନ ମୋଦି ଗୁଜରାଟ କେବଡିୟା ସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ସବୁଠାରୁ ଉଚ୍ଚତମ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୂନିଟି ଯାଏଁ ଯିବାଆସିବା ପାଇଁ ୮ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି।
  11. ଜଷ୍ଟିସ୍ ପ୍ରତିଭା ଏମ ସିଂ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ସେହି ଆଦେଶକୁ ବଳବତ୍ତର ରଖିଛନ୍ତି ଯେଉଁଥିରେ ରାଷ୍ଟ୍ରପତି ଭବନକୁ କିଛି ନିଯୁକ୍ତି ଉପରେ ତଥ୍ୟ ମଗାଯାଇଥିଲା । କୋର୍ଟ କହିଥିଲେ ଯେ, ଯେତେବେଳେ ଆରଟିଆଇରେ ତଥ୍ୟ ମଗାଯାଏ ସେହି ସମୟରେ ଆବେଦନକାରୀଙ୍କ ଉଦ୍ଦେଶ୍ୟ ସାମ୍ନାକୁ ଆସିବା ଦରକାର । 
  12. ଦେଶର ପ୍ରତିଷ୍ଠିତ ବେସରକାରୀ ସଂଗଠନ ସ୍ମାଇଲ ଫାଉଣ୍ଡେସନ୍‌ର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ଟ୍ରଷ୍ଟି ଶାନ୍ତନୁ ମିଶ୍ରଙ୍କୁ ଇଣ୍ଡିଆ ସେୟାର ଅଭିଯାନରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପାଇଁ ‘ ଇମ୍ପାକ୍ଟଲିଡର ଆୱାର୍ଡ’ ପ୍ରଦାନ କରାଯାଇଛି।
  13.  ଭାରତୀୟ ଭାଷା ମଧ୍ୟରୁ ରାଜ୍ୟସଭାର ସାଂସଦମାନେ ୧୦ଟି ଭାଷାର ବ୍ୟବହାର କରିଥିଲେ।  ସେଥିମଧ୍ୟରୁ ୨୦୧୩ରୁ ୨୦୧୭ ମଧ୍ୟରେ ୫ ଥର ଓଡ଼ିଆ ଭାଷା ବ୍ୟବହାର ହୋଇଥିବା‌େବଳେ ୨୦୧୮-୨୦ ମଧ୍ୟରେ ୬ଥର ଓଡିଆ ଭାଷାର ଉପଯୋଗ କରାଯାଇଛି।
  14. ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆବଶ୍ୟକ ହେଲେ ମେ ୨୦୨୪ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ଆଜି ନାଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
  15. ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳ ହୋଇରହିନାହିଁ । ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ।
  16. ପ୍ରବଳ ସମାଲୋଚନା ସହିତ ଅନେକ ବ୍ୟବହାରୀ ହ୍ବାଟସ୍‌ଆପ୍‌ ଛାଡ଼ିବା ପରେ ଏହି ଆମେରିକୀୟ କମ୍ପାନି ତାହାର ନୂଆ ଗୋପନୀୟତା ନୀତି (ପ୍ରା‌ଇଭେସି ପଲିସି)କୁ କାର୍ଯ୍ୟକାରୀ କରିବାରେ ସାମୟିକଭାବେ ପଛଘୁଞ୍ଚା ଦେଇଛି। 
  17. ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ଉଚ୍ଚସ୍ତରରେ ପହଞ୍ଚି ସାରିଛି। ତେବେ ଦୁଇ ଦିନ ହେଲା ତେଲ କମ୍ପାନି ଗୁଡ଼ିକ ଯଦି ଅପରିବର୍ତ୍ତିତ ରଖିଛନ୍ତି ତଥାପି ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ବଢ଼ାଇଛନ୍ତି।
  18. ସ୍ମାର୍ଟ‌ଫୋନ କମ୍ପାନି ସାଓମି ସମେତ ୯ଟି କମ୍ପାନିକୁ ଟ୍ରମ୍ପ ଆମେରିକାରେ କଳାତାଲିକାଭୁକ୍ତ ଘୋଷଣା କରିଛନ୍ତି।
  19. ରିଲାଏନ୍ସ ଡିଜିଟାଲ ପକ୍ଷରୁଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରି ବୁକିଂ ଅଫର ଚାଲିବ।ଅଗ୍ରିମ ୧୦୦୦ ଟଙ୍କା ଦେଇ ପ୍ରି ବୁକିଂ କରିଲେ ଉତ୍ପାଦ ଉପରେ ଅତିରିକ୍ତ ୧୦୦୦ ଟଙ୍କାର ରିହାତି, ୨୦୦୦ ଟଙ୍କା ଦେଇ ବୁକିଂ କରିଲେ ୨୦୦୦ ଟଙ୍କାର ରିହାତି ଦିଆଯିବ।
  20.  ତୁର୍କି  କୃଷ୍ଣ ସାଗରରେ ରବିବାର ଏକ ମାଲବାହୀ ପୋତ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଛି। ଫଳରେ ଏଥିରେ ଥିବା ୨ ଜଣ ପ୍ରାଣ ହରାଇଥିବା ବାର୍ତିନ ପ୍ରାନ୍ତର ଗଭର୍ଣ୍ଣର ସୂଚିତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.