• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଜଣେ ଓଡ଼ିଆ ଅଧିକାରୀ। ସେ ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି। ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡିଂ ଇନ୍‌ ଚିଫ ରହିଛନ୍ତି।
  2. ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ ଦିବସ’ ଦିନ ଭାବରେ ପାଳନ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ।
  3. ଭୂଟାନ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସ୍ବତନ୍ତ୍ର ଗାଁ ବସାଇଛି। ଅରୁଣାଚଳ ପ୍ରଦେଶର ସାରି ଚୁ ନଦୀ ନିକଟ ଉପର ସୁବନ୍‌ସିରି ଜିଲାରେ ଏହି ଗାଁ ସ୍ଥାପନ ହୋଇଛି। ଭାରତୀୟ ଅଞ୍ଚଳର ସାଢ଼େ ୪ କିଲୋମିଟର ଭିତରେ ଏହି ଗାଁ ନିର୍ମିତ।
  4. କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ‘ବାବୁ’ମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀର ଫଟୋ କପି ଅନଲାଇନରେ ନିର୍ଧାରିତ ଅଧିକାରୀଙ୍କ ନିକଟକୁ ପଠାଇବେ ।  ଧାର୍ଯ୍ୟ ସମୟ (ଜାନୁଆରୀ ୩୧) ମଧ୍ୟରାତ୍ରି ପରେ ଏହି ବ୍ୟବସ୍ଥା ଆପେଆପେ ଅଚଳ ହୋଇଯିବ । 
  5. ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ସମୟରେ ସଙ୍କେତ ଦେଇଛନ୍ତି। ଏହା ସହିତ ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି
  6. ବ୍ରିସବେନ୍‌ରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଇଛି।
  7. ଯଦି ଆପଣ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ। ଆଜି ଦାୟର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।
  8. କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ଅର୍ଥନୀତି ଦ୍ରୁତ ଗତିରେ ସୁଧାର ପଥକୁ ‌ଫେରୁଛି। ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି) ଆଦାୟରୁ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ୨୦୨୦ ଡିସେମ୍ବରରେ ୭୬୫.୨୬ କୋଟି ଟଙ୍କାର ଓଜିଏସ୍‌ଟି ଆଦାୟ ହୋଇଛି
  9. ପେଟ୍ରୋଲ୍‌ର ଖୁଚୁରା ଦାମ୍‌ରେ ପ୍ରାୟ ୬୨% ହେଉଛି ଟିକସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲଗାଇଛନ୍ତି। କେନ୍ଦ୍ର ଉତ୍ପାଦନ ଶୁଳ୍କ ଲଗାଇଥିବା ବେଳେ ରାଜ୍ୟ ସରକାର ଭାଟ୍ ଆଦାୟ କରୁଛନ୍ତି। ୨୦୨୦ର ଏପ୍ରିଲ୍‌ରୁ ନଭେମ୍ବର ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରୁ ୧,୯୬,୩୪୨ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି।
  10. ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ବ୍ୟାଙ୍କ ଋଣ ପ୍ରଦାନରେ ୩.୨ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ର ଏପ୍ରିଲ୍‌ରୁ ଡିସେମ୍ବର ଭିତରେ ବ୍ୟାଙ୍କଗୁଡ଼ିକ ୧୦୭.୦୫ ଲକ୍ଷ କୋଟି ଟଙ୍କାର ଋଣ ଦେଇଛନ୍ତି।
  11. ପରଲୋକରେ ବିଶିଷ୍ଟ କ୍ୟାନସର ବିଶେଷଜ୍ଞ ଡକ୍ଟର ଭି.ଶାନ୍ତା । ଚେନ୍ନାଇ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ଭୋର ୩.୫୫ରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ଡକ୍ଟର ଭି.ଶାନ୍ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା।
  12.  ୧୦୧ ଘର ଥିବା ଏକ ଗାଁ ଚୀନ ବସାଇଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଏହି ଗାଁ ଭାରତର ବାସ୍ତବିକ ରେଖାର ୪.୫ କିମି ଭିତରେ ରହିଛି। ତେବେ ଏହି ଫଟୋ ୧ ନଭେମ୍ବର ୨୦୨୦ରେ ନିଆଯାଇଥିବା ଏନଡିଟିଭି ପକ୍ଷରୁ ସୂଚନା ମିଳିଛି।
  13. ଅଯୋଧ୍ୟାରେ ଜାନୁଆରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ ଅବସରରେ ମସଜିଦ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
  14. ଫାଇଜର ଓ ବାୟୋଏନ୍‌ଟେକ୍‌ କମ୍ପାନି ଦ୍ବାରା ବିକଶିତ କୋଭିଡ୍‌ ଟିକାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ଗତ ୩୧ ତାରିଖରେ ହୁ’ ଆବଶ୍ୟକ ଅନୁମତି ପ୍ରଦାନ କରିଛି।
  15. ଏନବିଏ ପକ୍ଷରୁ ଦାବି ହୋଇଛି ଯେ ରିପବ୍ଲିକ୍‌ ଟିଭିକୁ ଆଇବିଏଫ୍‌ ‌ସଦସ୍ୟ ପଦରୁ ତୁରନ୍ତ ନିଲମ୍ବନ କରାଯାଉ। ଏନ୍‌ବିଏ ବୋର୍ଡ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ରିପବବ୍ଲିକ୍‌ ଟିଭିର ‌ରେଟିଂ ହେରଫେର ପୂରା ବ୍ରଡକାଷ୍ଟ୍‌ ଇଣ୍ଡଷ୍ଟ୍ରିର ସମ୍ମାନହାନୀ କରିଛି। ଏହି କାରଣରୁ ଅନ୍ତିମ ଅଦାଲତ ଆଦେଶ ପର୍ଯ୍ୟନ୍ତ ଏହାକୁ ବାର୍କ ରେଟିଂ ପ୍ରଣାଳୀରୁ ଦୂରେଇ ରଖିବା ଉଚିତ।
  16. ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂଆ ରେଳ ପ୍ରକଳ୍ପ ପାଇଁ ଅତିକମ୍‌ରେ ୭୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯିବା ଦରକାର। ସେହିଭଳି ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ଅତିକମ୍‌ରେ ୫୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ କୁହାଯାଇଛି।
  17. ଭାରତୀୟ ଅଲ୍‌ରାଉଣ୍ଡର ୱାସିଂଟନ୍‌ ସୁନ୍ଦର ଏବଂ ସାର୍ଦୁଳ ଠାକୁର ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ୍‌ର ତୃତୀୟ ଦିବସରେ ନିଜ ନିଜ ନାମରେ ବହୁ କୀର୍ତ୍ତିମାନ ଯୋଡ଼ି ଦେଇଛନ୍ତି। 
  18. ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ଦିନକରେ ୧୦,୦୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୮୧,୮୩୭କୁ ବୃଦ୍ଧି ପାଇଛି। 
  19. ବିଶ୍ଵର ଅନ୍ୟତମ ମୋବାଇଲ୍‌ ଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ କମ୍ପାନୀର ମୁଖ୍ୟ ତଥା ଉତ୍ତରାଧିକାରୀ ଲି ଜେ. ୟୋଙ୍ଗଙ୍କୁ ଦକ୍ଷିଣ କୋରିଆର ସିଓଲ ହାଇକୋର୍ଟ ସୋମବାର ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।
  20. ନୂଆ କୃଷି ଆଇନ ବିରୁଦ୍ଧରେ ଦୀର୍ଘ ୫୫ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦ୍ବାରା ଗଠନ କରାଯାଇଥିବା ସ୍ବତନ୍ତ୍ର କମିଟି ଆଜି ପ୍ରଥମ ଥର ବୈଠକ କରିବେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.