• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ତିନି ନୂତନ କୃଷି ଆଇନ୍‌ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। କୋର୍ଟ ମଙ୍ଗଳବାର ଏହି  ନିଷ୍ପତ୍ତି ଶୁଣାଇ ମାମଲାର ସମାଧାନ ପାଇଁ ଚାରି ସଦସ୍ୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ, ଶେତକାରୀ ସଂଗଠନର ଅନିଲ ଧନବଟ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ। ଏହି କମିଟି ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ପ୍ରଦାନ କରିବେ। 
  2. ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କୋର୍ଟ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ, ମାତ୍ର କୃଷକଙ୍କ ଆନ୍ଦୋଳନ ଜାରି ରହିବ। ସରକାର ତିନି ଆଇନ ବାତିଲ୍ କରି ସର୍ବନିମ୍ନ ସମର୍ଥନ ମୂଲ୍ୟରେ ଗ୍ୟାରେଣ୍ଟି ଦେବା ପାଇଁ ନିୟମ ବନାନ୍ତୁ।
  3. ଦେଶରେ ଏବେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୦୭% ରହିଛି। ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୧୬ ହଜାର ୫୫୮ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।
  4. ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ -ଉଦୟପୁର ବେଳାଭୂମିର ଭିତ୍ତିଭୂମିର ବିକାଶ କରିବା ସହ ଏଗୁଡ଼ିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି ।
  5. ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସର ଡେମୋକ୍ରାଟ ସାଂସଦମାନେ ଟ୍ରମ୍ପଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଏହା ଉପରେ ବୁଧବାର ମତଦାନ ହୋଇପାରେ।
  6. ପୁଣେର ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ)ରେ ନିର୍ମିତ କରୋନା ଟିକା କୋଭିଶିଲ୍ଡ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ପୁଣେ ବିମାନବନ୍ଦରରୁ ବିମାନ ଯୋଗେ ଏହି ଟିକା ଦେଶର ୧୩ଟି ସ୍ଥାନକୁ ପଠାଯାଇଥିବାବେଳେ ମଙ୍ଗଳବାର ଦିଲ୍ଲୀରେ ପ୍ରଥମେ ଟିକା ପହଞ୍ଚିଛି। 
  7. କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। 
  8.  ଉତ୍ତର ମେରୁ ଉପର ଦେଇ ଦୀର୍ଘତମ ଆକାଶ ପଥରେ ବିମାନ ଉଡ଼ାଇ ଇତିହାସ ରଚନା କରିଛନ୍ତି ଏୟାର ଇଣ୍ଡିଆର ଚାରି ଜଣିଆ ମହିଳା ବୈମାନିକ (ପାଇଲଟ) ଦଳ। କ୍ୟାପଟେନ୍‌ ଜୋୟା ଅଗରୱାଲଙ୍କ ନେତୃତ୍ବରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଉଡ଼ାଣ ଆରମ୍ଭ କରି ପ୍ରାୟ ୧୮ଘଣ୍ଟା ପରେ ସୋମବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। 
  9. ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ସୋମନାଥ ଭାରତୀଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଏହି କାରଣରୁ ଉତ୍ତରପ୍ରଦେଶ ପୁଲିସ ସୋମବାର ତାଙ୍କୁ ଗିରଫ କରିଛି। ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
  10. ସୋଲାର ପଦାର୍ଥ ବିଜ୍ଞାନ ଏବଂ ମାଧ୍ୟାକର୍ଷଣ ଲେନ୍ସି ଉପରେ ଗବେଷଣା ପାଇଁ ଜଣାଶୁଣା ଶଶିକୁମାର ମଧୁସୂଦନ ଚିତ୍ରେଙ୍କ ମଙ୍ଗଳବାର ମୁମ୍ଵାଇରେ ପରଲୋକ ଘଟିଛି।  କିଛି ସମୟ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲେ।
  11. ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଚୀନ ପାଇଁ ପୁଣିଥରେ ମୁଣ୍ଡବିଧାର କାରଣ ପାଲଟିଛି। ଚୀନରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ୬ ମାସ ପରେ ବି କରୋନା ଲକ୍ଷଣ ଦେଖିବାକୁ ମିଳୁଛି। 
  12. ବିଶ୍ବ ପାଇଁ ଉଦାହରଣ ସାଜିବାକୁ ଯାଉଛି ଭାରତ। ଖୁବଶୀଘ୍ର ଆଉ  ୪ କରୋନା ଭ୍ୟାକସିନକୁ ଭାରତରେ ଅନୁମତି ଦିଆଯାଇପାରେ ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପ୍ରକ୍ରିୟା ସରିବା ପରେ ଜାଇଡସ୍‌ କାଡିଲା, ସ୍ପୁଟନିକ୍‌ ଭି, ବାଇଲୋଜିକାଲ ଓ ଜେନୋଭା କରୋନା ଟିକା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
  13. ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ କେହି ବାଧ୍ୟ କରନ୍ତୁ ନାହିଁ । 
  14. ଜାନୁଆରୀ ୬ରେ ୟୁଏସ୍‌ କ୍ୟାପିଟଲରେ ହୋଇଥିବା ଦଙ୍ଗାକୁ ନଜରରେ ରଖି ନିଜର ପଲିଟିକାଲ୍‌ ଆକ୍ସନ କମିଟି(ପିଏସି) ଦ୍ବାରା ରାଜନୈତିକ ଯୋଗଦାନ ଉପରେ ରୋକ ଲଗାଯିବ ବୋଲି ଫେସବୁକ୍‌, ଗୁଗଲ ଓ ମାଇକ୍ରୋଫ୍ଟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହାର ଅର୍ଥ କ୍ୟାପିଟଲ ହିଂସା ପରେ ଏବେ ମାଇକ୍ରୋସଫ୍ଟ ଓ ଫେସ୍‌ବୁକ୍‌ କୌଣସି ଦଳ ପାଇଁ ଆଉ ରାଜନୈତିକ ଚାନ୍ଦା ଦେବେ ନାହିଁ।
  15.  ‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ କଲା ଦୂତାବାସ କୋଠରୀ । ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ ପ୍ରକୋଷ୍ଠକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି।
  16. ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ବିଶାଖାପାଟଣା ଓ ନାଭାଲ ଅଫିସର ଇନଚାର୍ଜ ଓଡିଶା ଦ୍ବାରା ଆୟୋଜିତ ହୋଇଥିବା ସୂଚନା।
  17. ଜେନେରାଲ୍ ନରୱାଣେ କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ମି ଆଭିଏସନରେ ପାଇଲଟ୍ ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
  18. କରୋନା ଟିକା କୋଭିସିଲ୍ଡ୍‌କୁ ଭାରତ ସରକାର ଡୋଜ୍‌ ପିଛା ୨୦୦ ଟଙ୍କାରେ କ୍ରୟ କରିବେ। ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।
  19. ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ)ର ୧,୮୦୦ ସ୍ଥାନୀୟ ଶଖା ଅଧୀନରେ ରହିଥିବା ଦେଶର ସାଢ଼େ ତିନି ଲକ୍ଷ ଡାକ୍ତର ପ୍ରଥମେ କୋଭିଡ୍‌ ଟିକା ଗ୍ରହଣ କରିବାକୁ ଆଇଏମ୍‌ଏ ପରାମର୍ଶ ଦେଇଛି।
  20. ଆସନ୍ତା ୧୫ ତାରିଖରୁ ୪ର୍ଥ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଭାରତୀୟ ଦଳକୁ ଏକ ବଡ଼ ଧକ୍କା ଲାଗିଛି । ଭାରତର ପ୍ରମୁଖ ବୋଲର ଜସପ୍ରିତ ବୁମରା ଆହତଜନିତ କାରଣରୁ ଏହି ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କର ମାଂସପେଶୀ ଯନ୍ତ୍ରଣା ଥିବା ଜଣାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.