• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକୈତ ବୁଧବାର ଚାଷୀମାନେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। କୋର୍ଟଙ୍କ ଆଦେଶର ଅକ୍ଷରେ ଅକ୍ଷରେ ପାଳନ ଲାଗି ମଧ୍ୟ ଚାଷୀ ପ୍ରତିବଦ୍ଧ। ତେବେ ସଂସଦରେ ସଂଶୋଧିତ କୃଷି ଆଇନ ୨୦୨୦କୁ ଅକାମୀ କରିବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
  2. ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ୮୩ଟି ଲଢ଼ୁଆ ତେଜସ୍ ବିମାନ। ଏ ସଂକ୍ରାନ୍ତରେ କ୍ୟାବିନେଟ୍ କମିଟି ବୈଠକରେ ୪୮ ହଜାର କୋଟି ଟଙ୍କାର ଡିଲ୍‌କକୁ ମଞ୍ଜୁରୀ ମିଳିଛି । 
  3. ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ବୁଧବାର ଅପରାହ୍ନରେ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହେବାପରେ ଦୀର୍ଘ ୨୦ ଦିନ ଧରି ସେ କଟକ ବଡ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସିତ  ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
  4. ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ ପରିଚାଳନା ସଂକ୍ରାନ୍ତୀୟ ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି।
  5. ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି।
  6.  ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭାଷାରେ “ଆଧୁନିକ ଭାରତର ମନ୍ଦିର’ ହୀରାକୁଦ ବନ୍ଧକୁ ୬୪ ପୂରି ୬୫ ଚାଲିଲା। 
  7. ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି।
  8. ବୋର୍ଡ ପରୀକ୍ଷାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଚଳିତ ମାସ ୧୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲକୁ ଆସି ପାଠ ପଢ଼ିବା ପାଇଁ ସରକାର କହିଛନ୍ତି ।
  9. ଜାନୁଆରି ୧୭ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଥିବା ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି।
  10. ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ପାଇସଜେଟ୍ ଏକ ସ୍ପେଶାଲ୍ ଅଫର୍ ଆଣିଛି |ସ୍ପାଇସଜେଟ୍ ଯାତ୍ରୀଙ୍କ ପାଇଁ ‘Book Befikar Sale’ ନାମକ ଅଫର ଆଣିଛି। ଏହି ସେଲ୍ ଅନୁସାରେ ଘରୋଇ ଯାତ୍ରା ପାଇଁ ବିମାନ ଭଡା ୮୯୯ ଟଙ୍କାରୁ ଆରମ୍ଭ ହେଉଛି।
  11. ଭାରତ-ପାକ୍‌ ସୀମାନ୍ତରେ ଆଜି (ବୁଧବାର) ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି।
  12. ୫ ଦିନର ବ୍ୟବଧାନ ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ତୈଳ ମାର୍କେଟିଂ କମ୍ପାନିମାନେ ପେଟ୍ରୋଲ ଦର ୨୫ ପଇସା ଓ ଡିଜେଲ ଦର ୨୭ ପଇସା ବୃଦ୍ଧି ପାଇଛି  । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଥିବା କୁହାଯାଉଛି ।
  13. ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁଦିନ ଗ୍ରାହକ ବୁକିଂ କରିବେ ସେହିଦିନ ସେମାନଙ୍କୁ ତାହା ମିଳିଯିବ।
  14. କଟକର ଖାନନଗରଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ହେବ।ପାଇଁ ୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
  15. ତୃଣମୂଳ କଂଗ୍ରେସର ପୂର୍ବ ରାଜ୍ୟସଭା ସାଂସଦ କେ.ଡ଼ି.ସିଂହଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । 
  16. ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ବାଇକ ଚାଳକକୁ ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଫାଇନ୍ କରିଛନ୍ତି।
  17. ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ସହର ପୁରସ୍କାର ଏକ ଅଭିନବ ନିଷ୍ପତ୍ତି। ଏହାଦ୍ବାରା ସହରାଞ୍ଚଳରେ ସ୍ବଚ୍ଛତା ଓ ପରିମଳ ପ୍ରସଙ୍ଗରେ ଏକ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯାଇପାରିବ। ଏ କ୍ଷେତ୍ରରେ ଅଣୁ ଖତ କେନ୍ଦ୍ର ବ୍ୟବସ୍ଥା କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ଏକ ଉତ୍ତମ ବୈଜ୍ଞାନିକ ପଦ୍ଧତି ସାବ୍ୟସ୍ତ ହୋଇଛି।
  18. ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱଗ୍ରହଣ କରିବେ। ଏଥିପାଇଁ ହେବାକୁ ଥିବା ଉଦଘାଟନ ଉତ୍ସବ ବେଳେ ଆମେରିକାରେ ହିଂସାକାଣ୍ଡର ଆକଳନ କରାଯାଉଛି। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ଏଫବିଆଇ)ଙ୍କ ଗୁଇନ୍ଦା ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ସମର୍ଥକମାନେ ରାଜଧାନୀ ୱାସିଂଟନ ଡିସି ସମେତ ସମଗ୍ର ୫୦ଟି ରାଜ୍ୟରେ ହିଂସା କରିପାରନ୍ତି।
  19. ବାଂଲାଦେଶ ମୁକ୍ତି ସଂଗ୍ରାମକୁ ପୁରିଛି ୫୦ ବର୍ଷ। ଏହାକୁ ସ୍ମରଣୀୟ କରିବା ଲାଗି ଭାରତର ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ଟ୍ରାଇ ସର୍ଭିସ ମାର୍ଚ୍ଚ କଣ୍ଟେଷ୍ଟାଣ୍ଟ ଓ ସେରିମୋନିଆଲ ବ୍ୟାଣ୍ଡ ଅଂଶଗ୍ରହଣ କରିବେ। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବୁଧବାର ଏହି ସୂଚନା ଦେଇଛନ୍ତି।
  20. ଭାରତୀୟ ଟିମ୍‌ ଅବସ୍ଥାନ କରୁଥିବା ହୋଟେଲ୍‌ ନିକଟରେ ଥିବା ଏକ ‘କ୍ୱାରେଣ୍ଟିନ୍‌’ ହୋଟେଲ୍‌ରୁ (ଗ୍ରାଣ୍ଡ୍‌ ଚାନ୍‌ସେଲର୍‌ ହୋଟେଲ୍‌)ଏହି ଭୂତାଣୁ ସଂକ୍ରମଣ ମାମଲା ସବୁ ଚିହ୍ନଟ କରାଯାଇଛି। ଫଳରେ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ ମ୍ୟାଚ୍‌ ଖେଳ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.