• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଛି। ଏହି ଅବସରରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ସିଓଇ ଅଦର ପୁନାଓ୍ଵାଲା ମଧ୍ୟ ତାଙ୍କ କମ୍ପାନି ନିର୍ମିତ ଟିକା ‘କୋଭିସିଲ୍‌ଡ୍‌’ର ଗୋଟିଏ ଡୋଜ୍‌ ନେଇଛନ୍ତି।
  2. ମହାମାରୀ ବିରୁଦ୍ଧରେ ଯୁଦ୍ଧ ଜିତିବା ପାଇଁ     ଖର୍ଚ୍ଚ ହୋଇଥିବା ଅତିରିକ୍ତ ଅର୍ଥର ଭରଣା ପାଇଁ ମୋଦି ସରକାର ଉପକର ଲଗାଇବା ଉପରେ ବିଚାର କରୁଛନ୍ତି । ୧ ଫେବୃୟାରୀ ୨୦୨୧ ଦିନ ୧୧ଟା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ।
  3. ସରକାର କହୁଛନ୍ତି ଆମେ ୩ ନୂଆ କୃଷି ନିୟମ ପ୍ରତ୍ୟାହାର କରିବୁନି। ନିୟମ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ କରିବୁନି ବୋଲି ଚାଷୀ ଅଡ଼ି ବସିଛନ୍ତି। ଚାଷୀ ଆନ୍ଦୋଳନ ବି ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ପଞ୍ଜାବର ୧୦ ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ଶିରୋମଣୀ ଅକାଳୀ ଦଳ (ଏସଏଡି)ରେ ସାମିଲ ହୋଇଛନ୍ତି।
  4. ମାଇକ୍ରୋସପ୍ଟର ସଂସ୍ଥାପକ ତଥା ବିଶ୍ବର ଚତୁର୍ଥ ଧନୀ ବିଲ୍ ଗେଟସ୍‌ ଏବେ ଚାଷଜମି କିଣିବାରେ ବ୍ୟସ୍ତ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧୮ଟି ରାଜ୍ୟରେ ପଖାପାଖି ଅଢେଇ ଲକ୍ଷ ହେକ୍ଟର ଚାଷଜମି କିଣିସାରିଲେଣି ବିଲ୍ ଗେଟସ୍ ।
  5. ଜାନୁଆରୀ ୧୬ ଅର୍ଥାତ ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଭ୍ୟାକ୍ସିନେସନ୍‌ର ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରୁ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଜନିତ ୫୧ଟି ମାମଲା ସାମ୍ନାକୁ ଆସିଛି। 
  6. ୧୪ ବର୍ଷ ପରେ ପାଲେଷ୍ଟାଇନ୍‌ରେ ହେବାକୁ ଯାଉଛି ନିର୍ବାଚନ । ନିଜର ପ୍ରଥମ ରାଷ୍ଟ୍ରୀୟ ନିର୍ବାଚନ ଲଢିବାକୁ ଯାଉଛି ପାଲେଷ୍ଟାଇନ୍ । ସଂସଦୀୟ, ରାଷ୍ଟ୍ରପତି, ଓ ରାଷ୍ଟ୍ରୀୟ ପରିଷଦର ଏହି ନିର୍ବାଚନରେ ସାମିଲ ଅଛି ।
  7. ଜୋ ବାଇଡେନଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମରେ କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯାଇଛି । ପ୍ରଥମ ୧୦୦ ଦିନ ଭିତରେ ଆମେରିକାରେ ପ୍ରାୟ ୧୦୦ ନିୟୁତ (୧୦ କୋଟି) ଲୋକଙ୍କୁ କରୋନା ଟିକା ଦେବାକୁ ବାଇଡେନ ଘୋଷଣା କରିଛନ୍ତି ।
  8. ବିଶ୍ୱରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍‌ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି।
  9. ସାରାଦେଶରେ ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ ।  ତେବେ ଲକ୍ଷାଧିକ ଲୋକ ଟିକା ନେଇଥିଲେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ।
  10. ହ୍ୱାଟ୍ସଆପ ଏକ ବଡ଼ ନିଷ୍ପତି ନେଇଛି। ଫେବ୍ରୁଆରି ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଣ୍ଟ ଡିଲିଟ ପାଇଁ ଦିଆଯାଇଥିବା ସମୟସୀମାକୁ କମ୍ପାନି ମେ’ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛି।
  11. କୋଭିଡ୍‌-୧୯ର ଉତ୍ପତ୍ତି ସନ୍ଧାନରେ ଚୀନ୍‌ର ଊହାନ୍‌ ଗସ୍ତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିଜଣଙ୍କୁ ଚିହ୍ନଟ କରି ନ ପାରେ।
  12.  ଆମେରିକା କ୍ୟାପିଟଲ୍‌ ବିଲ୍‌ଡିଂ (ସଂସଦ ଭବନ)ରେ ଗତ ସପ୍ତାହରେ ଘଟିଥିବା ହିଂସାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁଇନ୍ଦା ଅଧିକାରୀମାନଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ଦଙ୍ଗକାରୀମାନେ ସଂସଦ ଭବନରେ କାର୍ଯ୍ୟରତ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ଅପହରଣ କରିବା ସହ ହତ୍ୟା ଯୋଜନା କରିଥିଲେ। 
  13. ଜୋ- ବାଇଡେନ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ । ଏହି ପ୍ୟାକେଜ ଲାଗୁ ହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ । 
  14. ଦେଶ‌େର ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ସେମାନଙ୍କ ବୟସ ୪୦ ବର୍ଷରୁ କମ୍। ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।
  15. କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଭଣ୍ଡାରରେ ଥିବା ୯୧ ହଜାର କୋଟି ଟଙ୍କାର କିଛି ଅଂଶ ‌ଷ୍ଟକ ବଜାର ଓ କର୍ପୋରେଟ୍ ବଣ୍ଡ୍ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏବେ କମ୍ ସୁଧ ମିଳୁଥିବା ଫିକ୍ସଡ୍‌ ଡିପୋଜିଟ୍ ଭାବେ ଏହି ଟଙ୍କା ରହିଛି। ଅଧିକ ରିଟର୍ଣ୍ଣ ମିଳିବା ଆଶା ଥିବା ସ୍ଥାନରେ ସେହି ପାଣ୍ଠି ନିବେଶ କରିବାକୁ ସରକାର ଚାହୁଛନ୍ତି।
  16. ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ ।
  17. ଥିଏଟର କଳାକାର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା, ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସମ୍ପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ହୃଦ୍‌ଘାତରେ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। 
  18. ଦେଶର ୧୧ଟି ରାଜ୍ୟରେ ପକ୍ଷୀଜ୍ୱର ବା ବାର୍ଡ ଫ୍ଲୁ ବ୍ୟାପିଛି। ସର୍ବସାଧାରରଙ୍କୁ ପକ୍ଷୀଜ୍ୱର ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରଣାଳୟ କହିଛି।
  19. କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। 
  20. ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଯାତ୍ରା କରିଥିଲେ।ସେବେଠାରୁ ‘ସାଇକେଲ ଗର୍ଲ’ ଭାବେ ପରିଚିତ ଜ୍ୟୋତିଙ୍କୁ ଏବେ ବିହାର ସରକାର ସ୍ବତନ୍ତ୍ର ସମ୍ମାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ବିଭାଗ ତାଙ୍କୁ ନିଶା ମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.