• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ  ପରଲୋକ ଘଟିଛି। 
  2. ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି।
  3. ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି। 
  4. ସିବିଆଇ ଭାରତରେ ୫.୬୨ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି । 
  5. ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି 
  6. ସରକାରୀ ଅଧିକାରୀଙ୍କ ଦ୍ୱରା ଚିହ୍ନଟ ବସ୍ତିରେ ରହୁଥିବା ପରିବାରଙ୍କୁ ଫ୍ଲାଟ୍ ବାଣ୍ଟିବା ପକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ଏହି ଫ୍ଲାଟ୍ ଗୁଡିକ ଦେଢ ଲକ୍ଷରୁ ମଧ୍ୟ କମ୍ ଟଙ୍କାରେ ନିର୍ମିତ ହୋଇଛି । ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ୯ ହଜାର ୩୧୫ଟି ଫ୍ଲାଟ୍ ପ୍ରସ୍ତୁତ କରାଯାଇଛି । 
  7. କୃଷି ଆଇନ୍ କୁ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ୧୧ମ ବୈଠକ ସମାପ୍ତ ହୋଇଛି। ହେଲେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି। 
  8. ହକି ଦୁନିଆରଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନଭଲ ଟାଟା ହକିହାଇ ପରଫରମାନ୍ସ ସେଣ୍ଟର-ଏଚ୍‌ପିସି ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି। 
  9. ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା ମନୋନୀତ ହୋଇଛନ୍ତି।
  10. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହିତ ଫ୍ୟୁଚର ଗ୍ରୁପ୍ର ପ୍ରସ୍ତାବିତ ବହୁ କୋଟି ଡଲାର ଚୁକ୍ତି ପରେ ଏହା ଦୃତ ଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ବି ଏସ ଇ ରେ, ଫ୍ୟୁଚର ରିଟେଲ ସେୟାରଗୁଡିକ ୮୧.୩୫ରେ ପହଞ୍ଚିଛି ।  ଯାହାକି ପୂର୍ବ ତୁଳନାରେ ୫ପ୍ରତିଶତ ଅଧିକ
  11. ପୂର୍ବତନ ପ୍ରଧାନ ବିଚାରପତି (ସିଜେଇ) ରଂଜନ ଗୋଗେଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରର ‘ଜେଡ୍ ପ୍ଲସ୍’ ଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।
  12. ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶାସନର କିଛି ବିଦେଶ ନୀତି ଓ ଜାତୀୟ ସୁରକ୍ଷା ସଂକ୍ରାନ୍ତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବଦଳାଇଦେବା ଭଳି ରହିଥିବା ନିର୍ଦ୍ଦେଶନାମାଗୁଡ଼ିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ରାଜିନାମାରେ ଆମେରିକା ପୁଣି ଯୋଗଦେବା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାର ଓହରିଯିବା ନିଷ୍ପତ୍ତିକୁ ଅଟକାଇବା, ଆପ୍ରବାସ ନୀତିରେ କଟକଣା କୋହଳ କରିବା, ମୁସଲିମ୍ ସମ୍ପ୍ରଦାୟଙ୍କ ଗମନାଗମନରେ ଲାଗିଥିବା କଟକଣା ହଟାଇନେବା ଏବଂ ତୁରନ୍ତ ନିର୍ମାଣାଧୀନ ମେକ୍ସିକୋ ସୀମା ପ୍ରାଚୀରର ନିର୍ମାଣ ବନ୍ଦ କରିବା ଆଦି ରହିଛି। 
  13. ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଇଟି ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଆସନ ମଣ୍ଡନ କରିଛନ୍ତି, ଏବଂ ସେ ପ୍ରଥମ ଅଣଶ୍ବେତାଙ୍ଗୀ ଭାବେ ହ୍ବାଇଟହାଉସ୍ର ଦ୍ବିତୀୟ ସର୍ବାଧିକ କ୍ଷମତାଶୀଳ ବ୍ୟକ୍ତିତ୍ବ 
  14. ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବେ। ୫୦ ବର୍ଷରୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୋଲି ଜଣାପଡ଼ିଛି।
  15. କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଆଜି (ଶୁକ୍ରବାର) କେନ୍ଦ୍ର ସରକାର କହିଛନ୍ତି।
  16. ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ସମ୍ପ୍ରତି ତାଙ୍କ ହୋଟେଲ୍ ଓ ରିସର୍ଟ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି।
  17.  ଆସନ୍ତା ଏପ୍ରିଲ ମାସ ବେଳକୁ ଏହି ନୋଟ୍ ଫେରାଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହି ନୋଟ ବନ୍ଦ କରି ଦିଆଯିବ ଅର୍ଥାତ ଅଚଳ ହୋଇଯିବ । ଏହା ବଦଳରେ ୫ ଓ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର ହେବ ବୋଲି କୁହାଯାଉଛି ।
  18.  ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ସେମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ।
  19. ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି। ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି।
  20. ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ପେଟ୍ରୋଲ୍ ତୁଳନାରେ ସିଏନ୍ଜି ଶସ୍ତାରେ ଉପଲବ୍ଧ ହେଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.